Tennis

ITF ଉଦଯାପନୀ ଉତ୍ସବ, ବିଜୟୀ କୋରିଆ ଟିମକୁ ଟ୍ରଫି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିଅମରେ ଉଦଯାପିତ ହେଲା ଆଇଟିଏଫ ଏସିଆ ଟ-୧୪ର ଡେଭଲପମେଣ୍ଟ ଚାମ୍ପିୟନସିପ ୨୦୨୩ ଫାଇନାଲ । ଏହି ଟୁର୍ଣ୍ଣାମେଣ୍ଟରେ କୋରିଆ ଟିମ୍ ବିଜେତା ଟ୍ରଫି ହାତେଇଛି । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଟିମକୁ ଟ୍ରଫି ପ୍ରଦାନ କରିଥିଲେ । ବିଜେତା ଟିମ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିଲେ । ଗତ ୪ ତାରିଖରୁ କଳିଙ୍ଗ ଷ୍ଟାଡିଅମ ପରିସରରେ ନବନିର୍ମିତ ଟେନିସ୍ ସେଣ୍ଟରରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଏସିଆର ୧୮ଟି ଦେଶର ୧୨ଟି ଶ୍ରେଷ୍ଠ ଟିମ୍ ସାମିଲ ହୋଇଥିଲେ । ୧୧ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ବାଳକ ଏକକ, ବାଳକ ଯୁଗଳ, ବାଳିକା ଏକକ, ବାଳିକା ଯୁଗଳ ବର୍ଗରେ ଖେଳାଯାଇଥିଲା ।

Related posts

ଫେନେଷ୍ଟା ଓପନ ସେମିଫାଇନାଲରେ ଦଲବିନ୍ଦର ଏବଂ ଜଗମିତ୍

Odisha Sports Bureau

କଳିଙ୍ଗ ଷ୍ଟାଡ଼ିୟମରେ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Odisha Sports Bureau

କଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍

Odisha Sports Bureau