Cricket

ଧୋନିଙ୍କ ବୟାନକୁ ନେଇ ଚର୍ଚ୍ଚା

ଗତ କାଲି ସନରାଇଜର୍ସକୁ ଜିତିବା ପରେ ଧୋନିଙ୍କ ବୟାନକୁ ନେଇ ଚର୍ଚ୍ଚା ।ଗତକାଲି ଧୋନି ସନରାଇଜର୍ସକୁ ହାଇଦ୍ରାବାଦକୁ ୮ ୱିକେଟରେ ହରାଇଛନ୍ତି । ଖେଳ ଜିତିବା ପରେ ଧୋନି କହିଥିିଲେ ‘ଏହା ମୋ କ୍ୟାରିୟରର ଶେଷ ପର୍ଯ୍ୟାୟ’ । ଏହି ବୟାନ ପରେ ଧୋନିଙ୍କ ଫ୍ୟାନ ମାନେ ଆକଳନ କରୁଛନ୍ତି ଏହା ବୋଧେ ଧୋନିଙ୍କ ଶେଷ ଆଇପିଏଲ ।କେବଳ ସେତିକି ନୁହେଁ ସେ ଆହୁରି କହିଛନ୍ତି ଏତର ବ୍ୟାଟିଂ କରିବାକୁ ଅଧିକ ସୁଯୋଗ ମିଳିନାହିଁ ତଥାବି କୌଣସି ଅଭିଯୋଗ ନାହିଁ । ଦୁଇ ବର୍ଷ ପରେ ଏହି ମଇଦାନରେ ଆସି ମ୍ୟାଚ ଦେଖିବାକୁ ସୁଯୋଗ ପାଇଛନ୍ତି ଏଠାକାର ଦର୍ଶକ । ତେବେ ଏଭଳି ଦର୍ଶକଙ୍କ ଆଗରେ ଖେଳିବା ବହୁତ ସ୍ପେଶାଲ ହୋଇଥାଏ । ଏଠାରେ ପ୍ରଥମେ ଫିଲ୍ଡିଂକୁ ନେଇ ଦ୍ୱନ୍ଦ୍ୱ ରହିଥିଲା । କିନ୍ତୁ ଏବେ ସବୁକିଛି ଠିକ୍ ହୋଇଛି । ଆମ ଦ୍ରୁତ ବୋଲର ବହୁତ ପରିଶ୍ରମ କରୁଛନ୍ତି । ଧୋନି ଶ୍ରୀଲଙ୍କାର ଯୁବ ବୋଲର ମତୀଶା ପଥିରାନାଙ୍କ ପ୍ରଶଂସା ମଧ୍ୟ କରିଥିଲେ । । ଏବେ ସବୁ କିଛି କହିସାରିଛି । ଏହା ମୋ କ୍ୟାରିୟରର ଶେଷ ପର୍ୟ୍ୟାୟ ।ତେବେ ଆମକୁ ଏଠାରେ ଖୁବ ଭଲପାଇବା ଓ ସ୍ନେହ ଦେଇଛନ୍ତି । ଏହି ବୟାନପରେ ଧୋନି ଚେନ୍ନାଇ ଏବଂ ତାଙ୍କ ଫ୍ୟାନମାନଙ୍କୁ ଝଟକା ଲାଗିଛି । ବୟାନ ପରେ ତାଙ୍କ ଫ୍ୟାନକୁ ଲାଗୁଛି ଏହା ତାଙ୍କର ଶେଷ ଆଇପିଏଲ ବୋଲି । ।ଏହି ବୟାନକୁ ଅବସରର ପୂର୍ବ ସଂକେତ ବୋଲି ଭାବି ନେଇଛନ୍ତି ।

Related posts

ହାଟଡିହିରେ ସର୍ବ ଭାରତୀୟ ମା ବାଶୁଳି କପ୍ ମହା ସମାରେହ ଅନୁଷ୍ଠିତ

Odisha Sports Bureau

ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ଖେଳାଯିବ ଆଇପିଏଲର ୨୪ ତମ ମ୍ୟାଚ

Odisha Sports Bureau

ନ୍ୟୁଜିଲାଣ୍ଡ ସିରିଜରେ ଖେଳିବେ ପାଣ୍ଡ୍ୟା

Odisha Sports Bureau