Cricket

ଧୋନିଙ୍କ ବୟାନକୁ ନେଇ ଚର୍ଚ୍ଚା

ଗତ କାଲି ସନରାଇଜର୍ସକୁ ଜିତିବା ପରେ ଧୋନିଙ୍କ ବୟାନକୁ ନେଇ ଚର୍ଚ୍ଚା ।ଗତକାଲି ଧୋନି ସନରାଇଜର୍ସକୁ ହାଇଦ୍ରାବାଦକୁ ୮ ୱିକେଟରେ ହରାଇଛନ୍ତି । ଖେଳ ଜିତିବା ପରେ ଧୋନି କହିଥିିଲେ ‘ଏହା ମୋ କ୍ୟାରିୟରର ଶେଷ ପର୍ଯ୍ୟାୟ’ । ଏହି ବୟାନ ପରେ ଧୋନିଙ୍କ ଫ୍ୟାନ ମାନେ ଆକଳନ କରୁଛନ୍ତି ଏହା ବୋଧେ ଧୋନିଙ୍କ ଶେଷ ଆଇପିଏଲ ।କେବଳ ସେତିକି ନୁହେଁ ସେ ଆହୁରି କହିଛନ୍ତି ଏତର ବ୍ୟାଟିଂ କରିବାକୁ ଅଧିକ ସୁଯୋଗ ମିଳିନାହିଁ ତଥାବି କୌଣସି ଅଭିଯୋଗ ନାହିଁ । ଦୁଇ ବର୍ଷ ପରେ ଏହି ମଇଦାନରେ ଆସି ମ୍ୟାଚ ଦେଖିବାକୁ ସୁଯୋଗ ପାଇଛନ୍ତି ଏଠାକାର ଦର୍ଶକ । ତେବେ ଏଭଳି ଦର୍ଶକଙ୍କ ଆଗରେ ଖେଳିବା ବହୁତ ସ୍ପେଶାଲ ହୋଇଥାଏ । ଏଠାରେ ପ୍ରଥମେ ଫିଲ୍ଡିଂକୁ ନେଇ ଦ୍ୱନ୍ଦ୍ୱ ରହିଥିଲା । କିନ୍ତୁ ଏବେ ସବୁକିଛି ଠିକ୍ ହୋଇଛି । ଆମ ଦ୍ରୁତ ବୋଲର ବହୁତ ପରିଶ୍ରମ କରୁଛନ୍ତି । ଧୋନି ଶ୍ରୀଲଙ୍କାର ଯୁବ ବୋଲର ମତୀଶା ପଥିରାନାଙ୍କ ପ୍ରଶଂସା ମଧ୍ୟ କରିଥିଲେ । । ଏବେ ସବୁ କିଛି କହିସାରିଛି । ଏହା ମୋ କ୍ୟାରିୟରର ଶେଷ ପର୍ୟ୍ୟାୟ ।ତେବେ ଆମକୁ ଏଠାରେ ଖୁବ ଭଲପାଇବା ଓ ସ୍ନେହ ଦେଇଛନ୍ତି । ଏହି ବୟାନପରେ ଧୋନି ଚେନ୍ନାଇ ଏବଂ ତାଙ୍କ ଫ୍ୟାନମାନଙ୍କୁ ଝଟକା ଲାଗିଛି । ବୟାନ ପରେ ତାଙ୍କ ଫ୍ୟାନକୁ ଲାଗୁଛି ଏହା ତାଙ୍କର ଶେଷ ଆଇପିଏଲ ବୋଲି । ।ଏହି ବୟାନକୁ ଅବସରର ପୂର୍ବ ସଂକେତ ବୋଲି ଭାବି ନେଇଛନ୍ତି ।

Related posts

ବିଜେପି ରୁ ଲଢିବେ ବୀରେନ୍ଦ୍ର ସେହ୍ୱାଗ

Odisha Sports Bureau

ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ ୩ଦିନିଆ ଅଭ୍ୟାସ ମ୍ୟାଚ

Odisha Sports Bureau

ବିସ୍ଫୋରକ ବ୍ୟାଟିଂ ବଳରେ କ୍ରିସ ଲିନଙ୍କ ରେକର୍ଡ

Odisha Sports Bureau

Leave a Comment