Football

ସବୁଠୁ ଅଧିକ ଟଙ୍କା ନେଉଥିବା ଖେଳାଳି ରୋନାଲ୍ଡୋ

ବିଶ୍ୱରେ ସବୁଠାରୁ ଅଧିକ ଆୟ କରୁଥିବା ଖେଳାଳି ହେଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ । ଗତବର୍ଷ ମାଞ୍ଚେଷ୍ଟର ୟୁନାଇଟେଡ୍ ଛାଡ଼ି ସାଉଦି ସକ୍କର କ୍ଲବ୍ରେ ଯୋଗଦେଇଥିବା ରୋନାଲ୍ଡୋ ୨୦୨୫ ପର୍ୟ୍ୟନ୍ତ ଚୁକ୍ତିବଦ୍ଧ ହୋଇଛନ୍ତି। ଫୋର୍ବସ୍ ଅନୁଯାୟୀ ଗତବର୍ଷ ସୁଦ୍ଧା ରୋନାଲ୍ଡୋଙ୍କ ବାର୍ଷିକ ଖେଳ ଆୟ ୧୩୬ ମିଲିୟନ ଡଲାର ରହିଥିଲା ବେଳେ ଏବେ ୭୫ ମିଲିୟନ ଡଲାର ବୃଦ୍ଧି ପାଇଛି। ସାଉଦି ଆରବୀୟ ଟିମ ଅନ୍ ନାସନ ସହ ଯୋଗ ଦେବାପରେ ତାଙ୍କର ବାର୍ଷିକ ଅ।।ୟ ପାଖାପାଖି ୨୦୦ମିଲିୟନ ୟୁରୋ(୨୧୯.୯୮ ମିଲିୟନ ଡଲାର)ରୁ ଅଧିକ ବୋଲି ଗଣମାଧ୍ୟମ ଆକଳନ କରୁଛନ୍ତି । ଫୋର୍ବସ୍ର ସର୍ବାଧିକ ଆୟକାରୀ ଆଥ୍ଲେଟ୍ଙ୍କ ତାଲିକାରେ ରୋନାଲ୍ଡୋ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି। ତାଙ୍କ ପଛକୁ ପ୍ୟାରିସ୍ ସେଣ୍ଟ୍ ଜର୍ମେନ୍ର ଦୁଇ ତାରକା ଲିଓନେଲ ମେସି ଏବଂ କିଲିଆନ୍ ଏମ୍ବାପେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟରେ ରହି ଶୀର୍ଷ-୩ ସ୍ଥାନ ମଣ୍ଡନ କରିଛନ୍ତି।

 

Related posts

ଭୁବନେଶ୍ୱରରେ ଓଡିଶାର ନୁଆ-ଓ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି

Odisha Sports Bureau

କମ୍ ପାରିଶ୍ରମିକ ବିରୁଦ୍ଧରେ ମହିଳା ଫୁଟବଲ୍ ଟିମ୍ ଗୋଲ୍ ସ୍କୋରକୁ ୨୦ ପ୍ରତିଶତ କମ୍ ଲେଖିଲେ

Odisha Sports Bureau

ମେସିଙ୍କ ନୁଆ ରେକର୍ଡ

Odisha Sports Bureau