volleyball

ବିଜୟ ଏବଂ ଶିବ ଓଡ଼ିଶା ଭଲିବଲ ଆସୋସିଏସନ ଉପସଭାପତି ମନୋନୀତ

ଭୁବନେଶ୍ୱର : କଟକ ବାରବାଟି ଷ୍ଟାଡିୟମସ୍ଥିତ କାଉନସିଲ ହଲରେ ଓଡ଼ିଶା ଭଲିବଲ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ରବିବାର ସଂଘର କାର୍ୟ୍ୟକାରୀ ସଭାପତି କମଳା କାନ୍ତ ପାଣ୍ଡେଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ବୈଠକରେ ଦୁଇ ଜଣ ଉପସଭାପତିଙ୍କୁ ମନୋନୀତ କରାଯାଇଥିଲା। ସଭାପତି ଅଚ୍ୟୁତ ସାମନ୍ତଙ୍କ ଅନୁମୋଦନ କ୍ରମେ ଯାଜପୁରର ବିଜୟ କୁମାର ଧଳ ଏବଂ କନ୍ଧମାଳର ଶିବ ପ୍ରସାଦ ତ୍ରିପାଠୀଙ୍କୁ ଉପସଭାପତି ଦାୟିତ୍ବ ମିଳିଥିଲା। ନୂତନ ଭାବେ ମନୋନୀତ ଦୁଇ ଉପସଭାପତିଙ୍କୁ ବୈଠକ ସମୟରେ ଫୁଲତୋଡ଼ା ଦେଇ ସ୍ବାଗତ କରାଯାଇଥିଲା।

Related posts

ଏକ ଦିବସୀୟ “ସାନୁ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ’ ଅନୁଷ୍ଠିତ

Odisha Sports Bureau

୧୫ ତମ ଏସୀୟ ମହିଳା ଭଲିବଲ୍ ଚାମ୍ପିଅନସିପ୍ ପାଇଁ ସ୍ପୋର୍ଟସ ହଷ୍ଟେଲର ଲିପିକା ଜେସ୍ ଙ୍କୁ ଚୟନ

ଭାରତୀୟ ଭଲିବଲ ଦଳର ଉଜ୍ଜ୍ୱଳ ଭବିଷ୍ୟତ ରାହୁଲ ବାରିକ

Odisha Sports Bureau