Cricket

ସିରାଜଙ୍କ ନୂଆ ଘରେ ବିରାଟଙ୍କ ସମେତ ପୁରା ଆରସିବି ଟିମ୍

ହାଇଦ୍ରାବାଦ:ଗୁରୁବାର ଦିନ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ହାଇଦ୍ରାବାଦ ବିପକ୍ଷରେ ଥିବା ଆଇପିଏଲ୍ ମ୍ୟାଚ୍ ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଏବେ ହାଇଦ୍ରାବାଦ୍ରେ ଅଛି। ବିରାଟଙ୍କ ସମେତ ପୁରା ଆରସିବି ଟିମ୍ ପହଞ୍ଚିଛି ହାଇଦ୍ରାବାଦରେ । ଆରସିବି ଟିମ୍ ସଦସ୍ୟମାନେ ସୋମବାର ରାତିରେ ହାଇଦ୍ରାବାଦରେ ପହଞ୍ଚି ମହମ୍ମଦ ସିରାଜଙ୍କ ନୂଆ ଘରକୁ ଯାଇଥିଲେ। ସେମାନଙ୍କ ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ସିରାଜ ନୂଆଘର କିଣିଥିବାର ଆରସିବି ଟିମ ସଦଶ୍ୟଙ୍କୁ ରାତ୍ର ଭୋଜନ ଖାଇବାକୁ ନିମନ୍ତ୍ରଣ କରିଥଲେ। ୨୦୨୩ରେ ଆର୍ସିବିରେ ସବୁଠାରୁ ଅଧିକ ୱିକେଟ୍ ନେଇଛନ୍ତି ସିରାଜ। ତେବେ ସିରାଜ ବିରାଟଙ୍କୁ ନିଜ ଘରେ ପାଇ ବେଶ୍ ଉତ୍ସାହିତ ଅଛନ୍ତି। ନିକଟ ଅତୀତରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ ଓଭର ପୂରଣ କରିପାରି ନଥିଲା । ଏହି କାରଣରୁ ବିରାଟ କୋହଲିଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା।

Related posts

୧ ୱିକେଟ ହରାଇ ୧୧ ରନ

Odisha Sports Bureau

ଆସନ୍ତାକାଲି ଭାରତ ବନାମ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ

Odisha Sports Bureau

ସୁରେନ୍ଦ୍ର ଭାବେ ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ

Odisha Sports Bureau