Uncategorized

ଫେଡେରେସନ୍‌ କପ୍‌ ଦୌଡ଼କୁଦରେ ଶ୍ରାବଣୀ ଓ ଅମିୟଙ୍କୁ ସ୍ବର୍ଣ୍ଣ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ରାଞ୍ଚିରେ ଚାଲିଥିବା ଫେଡେରେସନ୍‌ କପ୍‌ ଦୌଡ଼କୁଦର ଦ୍ବିତୀୟ ଦିନରେ ଓଡ଼ିଶାକୁ ୨ ସ୍ବର୍ଣ୍ଣ ସହ ୪ ପଦକ ମିଳିଛି। ୧୦୦ ମିଟରରେ ଶ୍ରାବଣୀ ନନ୍ଦ ଓ ଅମିୟ ମଲ୍ଲିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଶ୍ରାବଣୀ ୧୦୦ ମିଟର ଦୌଡ଼ରେ ୧୧.୫୭ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ତାଙ୍କ ପଛକୁ ତାମିଲନାଡୁର ଅର୍ଚ୍ଚନା ସୁଶୀନ୍ଦ୍ରନ୍‌ (୧୧.୬୬ ସେକେଣ୍ଡ) ଦ୍ବିତୀୟ ଓ କର୍ଣ୍ଣାଟକର ଧନେଶ୍ବରୀ ଏଟି (୧୧.୬୯ ସେକେଣ୍ଡ) ତୃତୀୟ ସ୍ଥାନରେ ରହିଥିଲେ। ସେହିପରି ଅମିୟ ମଲ୍ଲିକ ପୁରୁଷ ୧୦୦ ମିଟରରେ ୧୦.୩୧ ସେକେଣ୍ଡରେ ସ୍ବର୍ଣ୍ଣ ପଦକ ପାଇଥିଲେ।

 

ଏହି ଇଭେଣ୍ଟରେ ତାଙ୍କ ପଛକୁ ତାମିଲନାଡୁର ଇଲାକିଏଦସନ୍‌ କେ. ୧୦.୩୭ ସେକେଣ୍ଡ ସହ ରୌପ୍ୟ ଏବଂ ଓଡ଼ିଶାର ଡିଏମ୍‌ ଜୟରାମ ୧୦.୪୦ ସେକେଣ୍ଡ ସହ କାଂସ୍ୟ ପଦକ ପାଇଛନ୍ତି। ଉଚ୍ଚଡିଆଁରେ ଓଡ଼ିଶାର ସ୍ବାଧୀନ କୁମାର ମାଝୀ ୨.୧୧ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ମହାରାଷ୍ଟ୍ରର ସର୍ଭେଶ ଅନୀଲ କୁଶରେ (୨.୨୨ ମିଟର) ସ୍ବର୍ଣ୍ଣ ଓ କର୍ଣ୍ଣାଟକର ଜେସି ସନ୍ଦେସ୍‌ (୨.୧୮ ମିଟର) ରୌପ୍ୟ ପଦକ ପାଇଥିଲେ।

Related posts

୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମନୁ ଭାକର

Odisha Sports Bureau

The Positive inpact of Online Table Games

surjit baba

ପ୍ରିତି ପୱାର କମନ୍ ୱେଲଥ୍ ଗେମ୍ସରେ ଆଣିଲେ ସ୍ୱର୍ଣ୍ଣ

Odisha Sports Bureau