Cricket

ମୁମ୍ବାଇ ବିପକ୍ଷରେ ବିଜୟ ମୋ ବାପାଙ୍କୁ ସମର୍ପିତ

ମୁମ୍ବାଇ : ଲକ୍ଷ୍ନୌ ସୁପରଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚକୁ ଲକ୍ଷ୍ନୌ ୫ ରନ୍ ଜିତିନେଇଛି । ଆଉ ଏହି ମ୍ୟାଚରେ ହିରୋ ସାଜିଥିଲେ ମୋହସିନ ଖାନ । ମୋହସିନ ଖାନ୍ଙ୍କ ପାଇଁ ଏହି କାମ ସହଜ ନଥିଲା । ଗତ ୧୦ ଦିନ ହେଲାଣି ତାଙ୍କ ବାପା ହସପିଟାଲରେ ଭର୍ତ୍ତି ହୋଇଥିଲେ କିନ୍ତୁ ମ୍ୟାଚ ଦିନ ତାଙ୍କ ବାପାଙ୍କୁ ଆଇସିୟୁରେ ଭର୍ତ୍ତି ହୋଇଥିଲା । ଆଉ ସେହି ମ୍ୟାଚ ସେ ବାପାଙ୍କ ପାଇଁ ଖେଳିଥିଲେ ।

ମ୍ୟାଚ ସରିବା ପରେ ମୋହସିନ ଖାନ ଭାବବିହ୍ଵଳ ହୋଇ କହିଥିଲେ, ‘ ମୁମ୍ବାଇ ବିପକ୍ଷରେ ବିଜୟ ମୋ ବାପାଙ୍କୁ ସମର୍ପିତ । ମୋ ବାପା ଆଇସିୟୁରେ ରହିଥିବା ବେଳେ ମୁଁ ଖେଳିଛି । ତେବେ ନିଶ୍ଚିତ ଭାବେ ମୋ ବାପା ମୋତେ ଟିଭିରେ ଦେଖିଥିବେ, ମୁଁ କେବଳ ତାଙ୍କ ପାଇଁ ଖେଳିଛି । ମୋ ଖେଳ ଦେଖି ନିଶ୍ଚିତ ଭାବେ ଖୁସି ହୋଇଥିବେ ।ଆଇପିଏଲ୍ ୨୦୨୩ ମୁମ୍ବାଇ ଏବଂ ଲକ୍ଷ୍ନୌ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୭୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ ।
ଆଇପିଏଲ ୨୦୨୩ରେ ପ୍ରଥମରୁ ଫିଟ୍ ନଥିଲେ ମୋହସିନ ଖାନ୍ । ମୁମ୍ବାଇ ବିରୋଧରେ ଚଳିତ ଆଇପିଏଲ ସିଜିନରେ ତାଙ୍କର ଦ୍ୱିତୀୟ ମ୍ୟାଚ । ଏହାପୂର୍ବରୁ ଗୁଜରାଟ ଟାଇଟନ୍ସ ବିପକ୍ଷରେ ମ୍ୟାଚ ଖେଳି ୩ଓଭରରେ ୪୨ ରନ୍ ଦେଇ ଗୋଟିଏ ଓ୍ଵିକେଟ ନେଇଥିଲେ ।

 

Related posts

ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହାଇଭୋଲ୍ଟେଜ୍ ଟି-୨୦ ମୁକାବିଲା ଦେଖିବେ କ୍ରିକେଟ ପ୍ରେମୀ

Odisha Sports Bureau

ଘୋଷଣା ହେଲା ଆଇପିଏଲ ୨୦୨୬ କ୍ରୀଡ଼ାସୂଚୀ, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ ଟି୨୦ କ୍ରୀଡ଼ା ମହାକୁମ୍ଭ

Odisha Sports Bureau

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଉଇକେଟ୍ କିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ୱେଡ

Odisha Sports Bureau