Cricket

ମୁମ୍ବାଇ ବିପକ୍ଷରେ ବିଜୟ ମୋ ବାପାଙ୍କୁ ସମର୍ପିତ

ମୁମ୍ବାଇ : ଲକ୍ଷ୍ନୌ ସୁପରଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚକୁ ଲକ୍ଷ୍ନୌ ୫ ରନ୍ ଜିତିନେଇଛି । ଆଉ ଏହି ମ୍ୟାଚରେ ହିରୋ ସାଜିଥିଲେ ମୋହସିନ ଖାନ । ମୋହସିନ ଖାନ୍ଙ୍କ ପାଇଁ ଏହି କାମ ସହଜ ନଥିଲା । ଗତ ୧୦ ଦିନ ହେଲାଣି ତାଙ୍କ ବାପା ହସପିଟାଲରେ ଭର୍ତ୍ତି ହୋଇଥିଲେ କିନ୍ତୁ ମ୍ୟାଚ ଦିନ ତାଙ୍କ ବାପାଙ୍କୁ ଆଇସିୟୁରେ ଭର୍ତ୍ତି ହୋଇଥିଲା । ଆଉ ସେହି ମ୍ୟାଚ ସେ ବାପାଙ୍କ ପାଇଁ ଖେଳିଥିଲେ ।

ମ୍ୟାଚ ସରିବା ପରେ ମୋହସିନ ଖାନ ଭାବବିହ୍ଵଳ ହୋଇ କହିଥିଲେ, ‘ ମୁମ୍ବାଇ ବିପକ୍ଷରେ ବିଜୟ ମୋ ବାପାଙ୍କୁ ସମର୍ପିତ । ମୋ ବାପା ଆଇସିୟୁରେ ରହିଥିବା ବେଳେ ମୁଁ ଖେଳିଛି । ତେବେ ନିଶ୍ଚିତ ଭାବେ ମୋ ବାପା ମୋତେ ଟିଭିରେ ଦେଖିଥିବେ, ମୁଁ କେବଳ ତାଙ୍କ ପାଇଁ ଖେଳିଛି । ମୋ ଖେଳ ଦେଖି ନିଶ୍ଚିତ ଭାବେ ଖୁସି ହୋଇଥିବେ ।ଆଇପିଏଲ୍ ୨୦୨୩ ମୁମ୍ବାଇ ଏବଂ ଲକ୍ଷ୍ନୌ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୭୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ ।
ଆଇପିଏଲ ୨୦୨୩ରେ ପ୍ରଥମରୁ ଫିଟ୍ ନଥିଲେ ମୋହସିନ ଖାନ୍ । ମୁମ୍ବାଇ ବିରୋଧରେ ଚଳିତ ଆଇପିଏଲ ସିଜିନରେ ତାଙ୍କର ଦ୍ୱିତୀୟ ମ୍ୟାଚ । ଏହାପୂର୍ବରୁ ଗୁଜରାଟ ଟାଇଟନ୍ସ ବିପକ୍ଷରେ ମ୍ୟାଚ ଖେଳି ୩ଓଭରରେ ୪୨ ରନ୍ ଦେଇ ଗୋଟିଏ ଓ୍ଵିକେଟ ନେଇଥିଲେ ।

 

Related posts

ବିରାଟଙ୍କୁ ଦେଖି ଗ୍ୟାଲେରୀରେ ଫ୍ଲାଇଙ୍ଗ କିସ୍ ଉଡIଇଲେ ଅନୁଷ୍କା

Odisha Sports Bureau

ମ୍ୟାଚ ଦେଖିବାକୁ ଆସି ପ୍ରେମରେ ପଡିଲେ, ଗୋପନରେ ବିବାହ କଲେ କ୍ରିକେଟର

Odisha Sports Bureau

ୱେଷ୍ଟଇଣ୍ଡିଜ-ବାଂଲାଦେଶ ପ୍ରଥମ ଟେଷ୍ଟ; ପ୍ରଥମ ଦିନରେ ୧୪ ୱିକେଟର ପତନ