Badminton

୧୯ବର୍ଷରୁ କମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱରକୁ ୩ ପଦକ

ବାଲେଶ୍ୱର: ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର୍ ଷ୍ଟାଡିୟମ୍ରେ ଆୟୋଜିତ ୧୯ ବର୍ଷରୁ କମ୍ ଅଲ୍ ଓଡ଼ିଶା ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱର ଖେଳାଳିଙ୍କୁ ୩ଟି ପଦକ ମିଳିଛି। ରାଜ୍ୟ ବ୍ୟାଡ୍ମିଣ୍ଟନ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱର ପୁରୁଷ ବିଭାଗ ଡବଲ୍ସ ଏବଂ ମିକ୍ସଡ୍ ଡବଲ୍ସରେ ଚାମ୍ପିଅନ୍ ହୋଇଥିବା ବେଳେ ପୁରୁଷ ବିଭାଗ ସିଙ୍ଗଲ୍ରେ ରନର-ଅପ୍ ହୋଇଥିଲା। ସେହିପରି ପୁରୁଷ ବିଭାଗ ଡବଲ୍ସ ଫାଇନାଲ୍ରେ ବାଲେଶ୍ୱରର ଖେଳାଳି ଅମୟ ନାୟକ ଓ ସମ୍ବଲପୁରର ତୋସିଫ ଖାନ୍ ଯୋଡ଼ି କଳାହାଣ୍ଡିର ଅର୍ପିତା ପଣ୍ଡା, ବରଗଡ଼ର କ୍ରିଷ୍ଣା ସୌଦିଆ ଯୋଡ଼ିକୁ ପରାସ୍ତ କରିଥିଲେ। ସେହିପରି ମିକ୍ସଡ୍ ଡବଲ୍ସ ଫାଇନାଲ୍ରେ ବାଲେଶ୍ୱରର ଆର୍ୟ୍ୟ ମାଝୀ ଓ ଭୁବନେଶ୍ୱରର ହର୍ଷିତା ରାଉତ ଯୋଡ଼ି କଳାହାଣ୍ଡିର ଅର୍ପିତା ପଣ୍ଡା ଓ ସମ୍ବଲପୁରର ଅଶ୍ବିନୀ ମିଶ୍ର ଯୋଡ଼ିକୁ ପରାସ୍ତ କରିଥିଲେ। ତେବେ ପୁରୁଷ ବିଭାଗ ସିଙ୍ଗଲ୍ ଫାଇନାଲ୍ ମ୍ୟାଚ୍ରେ ଆର୍ୟ୍ୟ ମାଝୀ ରନର-ଅପ୍ ହୋଇଥିଲେ। ବାଲେଶ୍ୱର ଖେଳାଳିଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଛା ଜଣାଯାଇଛି।

Related posts

ଲଗାତର ୩ ଥର ଚାମ୍ପିୟନ ହୋଇ ଆସିକା ପାଇଁ ଗର୍ବ ଆଣିଛନ୍ତି ଅବିନାଶ

Odisha Sports Bureau

ପୁଣି ସ୍ୱର୍ଣ୍ଣ ଦେଲେ ଭଗତ

Odisha Sports Bureau

BWF ଫାଇନାଲରେ ସିନ୍ଧୁ

Odisha Sports Bureau