More Sports

ପୂର୍ବତନ ‘ମିଷ୍ଟର ଇଣ୍ଡିଆ’ ପ୍ରେମରାଜ ଅରୋରାଙ୍କ ହୃଦଘାତରେ ମୃତ୍ୟୁ

କୋଟା: ପୂର୍ବତନ ‘ମିଷ୍ଟର ଇଣ୍ଡିଆ’ ପ୍ରେମରାଜ ଅରୋରା ଆଉ ନାହାନ୍ତି । ୪୨ବର୍ଷୀୟ ପ୍ରେମରାଜଙ୍କର ହୃଦଘାତରେ ପରଲୋକ ହୋଇଛି । ରାଜସ୍ଥାନର କୋଟାରୁ ଏପରି ଏକ ଦୁଃଖଦ ଖବର ଆସିଛି । ପ୍ରେମରାଜ ବାଥରୁମକୁ ଗାଧୋଇବାକୁ ଯାଇଥିବା ସମୟରେ ଦୀର୍ଘ ସମୟ ଧରି ସେ ବାହାରକୁ ନ ବାହାରିବାରୁ ଘରଲୋକେ କବାଟ ବାଡେଇଥିଲେ। କବାଟ ବାଡେଇବା ପରେ ମଧ୍ୟ ଭିତରୁ କୌଣସି ପ୍ରତିକ୍ରିୟା ଆସି ନ ଥିଲା। ଯେତେବେଳେ ବାଥ୍ରୁମରୁ କିଛି ଶବ୍ଦ ଶୁଣାଯାଇ ନ ଥିଲା, ପରିବାର ଲୋକଙ୍କୁ କବାଟ ଭାଙ୍ଗିବାକୁ ପଡ଼ିଥିଲା। କବାଟ ଭଙ୍ଗାଯିବା ପରେ ପ୍ରେମରାଜ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରେମ୍ରାଜଙ୍କ ମୃତ୍ୟୁରେ ପୂରା ପରିବାର ଗଭୀର ଦୁଃଖରେ ଅଛନ୍ତି। ତାଙ୍କର ଏପରି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ ।
ଜଣାଶୁଣା ବଡି ବିଲ୍ଡର ତଥା ପୂର୍ବତନ ‘ମିଷ୍ଟର ଇଣ୍ଡିଆ’ ପ୍ରେମ୍ରାଜ ଅରୋରା ୨୦୧୨-୧୩ରେ ରାଜସ୍ଥାନର ସର୍ବଶ୍ରେଷ୍ଠ ପାୱାର ଲିଫ୍ଟିଙ୍ଗ୍ ପୁରସ୍କାର ଜିତିଥିଲେ। ୨୦୧୪ରେ ନାଗପୁରରେ ଆୟୋଜିତ ଏକ ପ୍ରତିଯୋଗିତାରେ ସେ ‘ମିଷ୍ଟର ଇଣ୍ଡିଆ’ ହୋଇଥିଲେ ଏବଂ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୬-୧୮ ମଧ୍ୟରେ ସେ ଦୁଇଥର ମିଷ୍ଟର ରାଜସ୍ଥାନର ଟାଇଟଲ୍ ମଧ୍ୟ ଜିତିଥିଲେ।

Related posts

ଅଶୋକ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଓସ୍ଜା ସ୍ମରଣିକା ଉନ୍ମୋଚିତ

Odisha Sports Bureau

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ବକ୍ସିଂ ଦଳ

ଫାଇନାଲରେ ଓଡିଆ ଧାବକ ଅମୀୟ