Cricket

ଗାଙ୍ଗୁଲି ଅସନ୍ତୋଷ

ସୌରଭ ଗାଙ୍ଗୁଲି ତ୍ରିପୁରା ପର୍ୟ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ ହେବାପରେ ନୂଆ ବିବାଦ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ସରକାର ସୌରଭଙ୍କ ପରି କ୍ରିକେଟରଙ୍କୁ ଉପଯୁକ୍ତ ସମ୍ମାନ ଦେଇ ପାରୁ ନଥିବା ବେଳେ ତ୍ରିପୁରାର ବିଜେପି ସରକାର ତାଙ୍କୁ ନିଜ ଆମ୍ବାସଡାର ଭାବେ ନିଯୁକ୍ତି ଦେଇଥିବା କହିଛନ୍ତି ପଶ୍ଚିମବଙ୍ଗ ବିଜେପି। ତେଣୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୁରନ୍ତ ତାଙ୍କୁ ରାଜ୍ୟର ଶ୍ରେଷ୍ଠ ନାଗରିକ ସମ୍ମାନରେ ସମ୍ମାନିତ କରି ଫେରାଇ ଆଣନ୍ତୁ ବୋଲି ରାଜ୍ୟ ବିଜେପି ଦାବି କରିଛି। ହେଲେ ଏହାକୁ ନେଇ ଖପ୍ପା ହୋଇଛନ୍ତ ସୌରଭ ଗାଙ୍ଗୁଲି। ଏବେ ଏହି ଘଟଣାକୁ ରାଜନୀତିର ରଙ୍ଗ ଦିଆଯାଉଛି। ଏଥିରେ କ୍ଷୁବ୍ଧ ହୋଇ କ୍ରିକେଟ ଲିଜେଣ୍ଡ ନିଜ ଅସନ୍ତୋଷ ଝାଡ଼ିଛନ୍ତି। ଆଉ କହିଛନ୍ତି, ମୁଁ ପାଟି ଫିଟାଇ ଯାହା କହୁଛି ତାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଉଛି। କେବଳ ସେତିକି ନୁହେଁ, ମୁଁ ଯାହା କରୁଛି ତାକୁ ବି ରାଜନୀତିର ରଙ୍ଗରେ ବୋଳି ଦିଆଯାଉଛି ।

ତେବେ ଏନେଇ ନିଜ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ମୋର ସବୁ କଥାକୁ କାହିଁକି ରାଜନୀତି କରାଯାଉଛି। ଅମିତାଭ ବଚ୍ଚନ ଗୁଜରାଟର ବ୍ରାଣ୍ଡ ଆମ୍ବାସଡର ହୋଇଥିବା ବେଳେ ଶାହରୁଖ ଖାନ ପଶ୍ଚିମବଙ୍ଗର, ସଚିନ ତେନ୍ଦୁଲକର କେରଳର ହୋଇଥିବା ବେଳେ ରିଷଭ ପନ୍ତ ଉତ୍ତରାଖଣ୍ଡ ଓ ଧୋନି ଝାଡ଼ଖଣ୍ଡର ଆମ୍ବାସଡ଼ର ହୋଇ କାମ କରୁଛନ୍ତି। ତେଣୁ ଏବେ ମୁଁ ତ୍ରିପୁରାର ଆମ୍ବାସଡର ହେଲେ ଅସୁବିଧା କ’ଣ । ସବୁ ଜିନିଷକୁ ରାଜନୀତିକରଣ କରାଯାଉଥିବାରୁ ଖୁବ୍ ଦୁଃଖ ଲାଗୁଛି।

Related posts

୨୦୨୩ ଆଇପିଏଲରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି ସାମ୍‌ କରନ୍‌

Odisha Sports Bureau

ବିରାଟ କୋହଲିଙ୍କ କାରଣରୁ ଅଲିମ୍ପିକ୍ସର ଏକ ଅଂଶ ହେଲା କ୍ରିକେଟ୍ !

Odisha Sports Bureau

୭-ବର୍ଷ-ପରେ-ଟେଷ୍ଟ-ଖେଳିବ-ଭାର