Uncategorized

ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡାରେ ପ୍ରତ୍ୟାଶାଙ୍କ ଚତୁର୍ଥ ପଦକ

ଓଡିଶା:ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଆ ଝିଅ ପ୍ରତ୍ୟାଶା ରାୟ ନିଜର ଚମକ ଜାରି ରଖି ପୁଣି ଏକ ରୌପ୍ୟ ପଦକ ଜିତିଛନ୍ତି। ପୂର୍ବରୁ ୩ (୧ ସ୍ବର୍ଣ୍ଣ, ୨ ରୌପ୍ୟ) ପଦକ ଜିତିଥିବା ଓଡ଼ିଶା ସନ୍ତରିକା ପ୍ରତ୍ୟାଶା ରବିବାର ଆଉ ଏକ ପଦକ ଯୋଡ଼ିଛନ୍ତି। ରବିବାର ୨୦୦ ମିଟର ଫ୍ରିଷ୍ଟାଇଲ୍ରେ ପ୍ରତ୍ୟାଶା (୨:୧୭.୮୦) ଦ୍ବିତୀୟ ସ୍ଥାନରେ ରହି ପ୍ରତିଯୋଗିତାରେ ବ୍ୟକ୍ତିଗତ ଚତୁର୍ଥ ପଦକ କରାୟତ୍ତ କରିଥିଲେ। ବାଙ୍ଗାଲୋର ବିଶ୍ବବିଦ୍ୟାଳୟର ପ୍ରୀଥା ଭି (୨:୧୬.୨୮) ସ୍ବର୍ଣ୍ଣ ଏବଂ ମାଡ୍ରାସ ବିଶ୍ବବିଦ୍ୟାୟର ମାନ୍ୟମୁକ୍ତା ମାନେଶ (୨:୧୮.୭୪) କାଂସ୍ୟ ପାଇଥିଲେ। ଏହି ରୌପ୍ୟ ସହ ଓଡ଼ିଶାର ପଦକ ସଂଖ୍ୟା ୬ (୨ ସ୍ବର୍ଣ୍ଣ, ୪ ରୌପ୍ୟ)କୁ ବଢ଼ିଛି। ପୂର୍ବରୁ କିଟ୍ ବିଶ୍ବବିଦ୍ୟାଳୟ ଗୋଟିଏ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିଲା।

Related posts

ଭାରତ ପାଇଁ ରୌପ୍ୟ ଆଣିଲେ ଝିଲି

Odisha Sports Bureau

୧୬ରେ ଏସ୍ଏସ୍ଆଇ ସ୍ପୋଟ୍ସ ସାଇନ୍ସ ସମ୍ମିଳନୀ ;ଯୋଗଦେବେ ଭାରତର କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ

Odisha Sports Bureau

ପୂର୍ବତନ ଅଲିମ୍ପିଆନ୍ ଫୁଟବଲର୍ ନିଖିଲ ନନ୍ଦୀଙ୍କ ବିୟୋଗ

Odisha Sports Bureau