Uncategorized

ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡାରେ ପ୍ରତ୍ୟାଶାଙ୍କ ଚତୁର୍ଥ ପଦକ

ଓଡିଶା:ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଆ ଝିଅ ପ୍ରତ୍ୟାଶା ରାୟ ନିଜର ଚମକ ଜାରି ରଖି ପୁଣି ଏକ ରୌପ୍ୟ ପଦକ ଜିତିଛନ୍ତି। ପୂର୍ବରୁ ୩ (୧ ସ୍ବର୍ଣ୍ଣ, ୨ ରୌପ୍ୟ) ପଦକ ଜିତିଥିବା ଓଡ଼ିଶା ସନ୍ତରିକା ପ୍ରତ୍ୟାଶା ରବିବାର ଆଉ ଏକ ପଦକ ଯୋଡ଼ିଛନ୍ତି। ରବିବାର ୨୦୦ ମିଟର ଫ୍ରିଷ୍ଟାଇଲ୍ରେ ପ୍ରତ୍ୟାଶା (୨:୧୭.୮୦) ଦ୍ବିତୀୟ ସ୍ଥାନରେ ରହି ପ୍ରତିଯୋଗିତାରେ ବ୍ୟକ୍ତିଗତ ଚତୁର୍ଥ ପଦକ କରାୟତ୍ତ କରିଥିଲେ। ବାଙ୍ଗାଲୋର ବିଶ୍ବବିଦ୍ୟାଳୟର ପ୍ରୀଥା ଭି (୨:୧୬.୨୮) ସ୍ବର୍ଣ୍ଣ ଏବଂ ମାଡ୍ରାସ ବିଶ୍ବବିଦ୍ୟାୟର ମାନ୍ୟମୁକ୍ତା ମାନେଶ (୨:୧୮.୭୪) କାଂସ୍ୟ ପାଇଥିଲେ। ଏହି ରୌପ୍ୟ ସହ ଓଡ଼ିଶାର ପଦକ ସଂଖ୍ୟା ୬ (୨ ସ୍ବର୍ଣ୍ଣ, ୪ ରୌପ୍ୟ)କୁ ବଢ଼ିଛି। ପୂର୍ବରୁ କିଟ୍ ବିଶ୍ବବିଦ୍ୟାଳୟ ଗୋଟିଏ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିଲା।

Related posts

ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ହକି ଦଳ

Odisha Sports Bureau

ଭାରତର ବିଜୟ ପରେ ଭାବପ୍ରବଣ ହୋଇଗଲେ ସାରା ତେନ୍ଦୁଲକର

Odisha Sports Bureau

ନୀରଜ ସ୍ବର୍ଣ୍ଣ ଜିତିଲେ ପୁରସ୍କାର ଦେବେ ଋଷବ ପନ୍ତ

Odisha Sports Bureau