Cricket

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଭାରତୀୟ ଓ ଅଷ୍ଟ୍ରେଲିଆ କ୍ରିକେଟର

ଲଣ୍ଡନ: ଓଭାଲଠାରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ । ଟେଷ୍ଟ କ୍ରିକେଟ ଚମ୍ପିୟାନ ସିପ ଟୁର୍ନାମେଣ୍ଟ ରେ ଓଡ଼ିଶାର ବାଲେଶ୍ୱର ବାହାନାଗା ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ମୃତୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହାସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଏହା ପରେ ଭାରତୀୟ ଦଳର ଖେଳାଳିମାନେ ନିଜ ହାତରେ କଳାପଟି ବାନ୍ଧି ପଡ଼ିଆକୁ ଓହ୍ଲାଇ ଥିଲେ ।ଏହି ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସର୍ବଶେଷ ସୂଚନା ଅନୁସାରେ ଅଷ୍ଟ୍ରେଲିଆ ଦଳ୨୧.୧ ଓଭରରେ ଦୁଇଟି ଓ୍ବିକେଟ ହରାଇ ୭୨ ରନ କରିଛି ।

Related posts

ହିନ୍ଦୀରେ ଟ୍ୱିଟ କରି ଫ୍ୟାନଙ୍କ ଦୃଦୟ ଜିତିଲେ କେଭିନ ପିଟରସେନ

Odisha Sports Bureau

ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ପଦକୁ ନେଇ ବଢ଼ିଲା ଚର୍ଚ୍ଚା

Odisha Sports Bureau

ଭାରତର ପ୍ଲେଇଂ ଇଲେଭେନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

Odisha Sports Bureau