Cricket

ଭାଇରଲ ହେଉଛି ଧୋନିଙ୍କ ପୁରୁଣା ଭିଡିଓ

ସୋସିଆଲ ମିଡିଆରେ ଧୋନିଙ୍କ ଏକ ପୁରୁଣା ଭିଡିଓଟି ଭାଇରଲ ହେଉଛି । ଏହି ଭିଡିଓଟି ଧୋନି ପ୍ରଥମେ କ୍ରିକେଟ ଦୁନିଆରେ ପାଦ ରଖିବାର ଭିଡିଓ ରହିଛି । ଭିଡିଓରେ ଧୋନି ନିଜର ପରିଚୟ ଦେଉଛନ୍ତି । କହୁଛନ୍ତି ‘ ହାଏ, ମୁଁ ଏମ୍ ଏସ ଧୋନିଟ୍ଟ ୱିକେଟ କିପର ଏବଂ ଡାହାଣହାତୀ ବ୍ୟାଟସମ୍ୟାନ । ଭିଡିଓଟି ଧୋନିଙ୍କ ବର୍ଷ ୨୩ ରୁ ୨୬ ବର୍ଷ ମଧ୍ୟରେ ରହିଛି । ସେ ଭିଡିଓରେ ନିଜକୁ ଧୋନି ବୋଲି କହୁଛନ୍ତି । କେବେ ବି ମହେନ୍ଦ୍ର ସିଂ ଧୋନି, କି ଏମଏସ ଧୋନି ବୋଲି କହିନାହାନ୍ତି ।

ଭିଡିଓଟି ଅନେକ ଦିନ ତଳର । ଯେତେବେଳେ ଧୋନି କ୍ରିକେଟ ଜଗତରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ସେତେବେଳେ ଏହି ଭିଡିଓ ସୁଟ୍ କରାଯାଇଥିଲା । ଯାହା ଏବେ ଭାଇରଲ ହେବାରେ ଲାଗିଛି । ଫ୍ୟାନ୍ସ ଏହି ଭିଡିଓକୁ ଦେଖି ଖୁସି ହେଉଛନ୍ତି।

ମହେନ୍ଦ୍ର ସିଂ ଧୋନିଙ୍କର କୁଲ୍ ଅନ୍ଦାଜ ଏବଂ ଷ୍ଟାଇଲ ଯୋଗୁଁ ପିଲାଙ୍କ ଠାରୁ ଯୁବପିଢିଙ୍କ ପର୍ୟ୍ୟନ୍ତ ସମସ୍ତେ ଜାଣନ୍ତି । ପଡିଆରେ ତାଙ୍କର କୁଲ୍ ଅନ୍ଦାଜ ଯୋଗୁଁ ଫ୍ୟାନ୍ସ ତାଙ୍କୁ କ୍ୟାପଟେନ କୁଲ୍ ବୋଲି ଡାକନ୍ତି । ଟେଷ୍ଟ, ଦିନିକିଆ ଅବା ଟି-୨୦ ମ୍ୟାଚ୍ ହେଉ ସବୁଥିରେ ନିଜର ଶ୍ରେଷ୍ଠ ଦେବାକୁ ଚେଷ୍ଟାକରନ୍ତି । ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ସୁପରକିଙ୍ଗସ ୫ମ ଥର ପାଇଁ ଆଇପିଏଲ ଟାଇଟଲ ହାସଲ କରିଛି । ୨୦୨୩ ଆଇପିଏଲ୍ ପରେ ଧୋନି ସନ୍ନ୍ୟାସ ନେବେ ବୋଲି ଖବର ଆସୁଥିଲା । କିନ୍ତୁ ଏହାକୁ ନେଇ କିଛି ସ୍ପଷ୍ଟୋକ୍ତି କରିନାହାନ୍ତି ଧୋନି ।

Related posts

ମାସ୍କ ସାନିଟାଇଜର ସହ ନିଆରା ସେଲିବ୍ରେସନ

Odisha Sports Bureau

କ୍ୟାପଟେନ ଭାବରେ ‘ବିରାଟ’ ରେକର୍ଡ

Odisha Sports Bureau

କୋହଲିଙ୍କୁ ଫିଲ୍ଡିଂ ସମୟରେ ଆଣ୍ଠୁରେ ଲାଗିଲା ଆଘାତ