Badminton

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତିଲେ ଭାରତୀୟ ଖେଳାଳି

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତି ଇତିହାସ ରଚିଛନ୍ତି ଭାରତୀୟ ଖେଳାଳି । ଭାରତୀୟ ତାରକା ବ୍ୟାଡମିଣ୍ଟନ ଯୋଡି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ମାଲେସିଆ ଯୋଡି ଆରୋନ ଚିଆ ଓ ସୋ ଉଇ ୟିକାଙ୍କୁ ହରାଇ ଏହି ଗୌରବ ହାସଲ କରିଛନ୍ତି । ଇଣ୍ଡୋନେସିଆ ଟ୍ରଫି ଫାଇନାଲରେ ସାତ୍ୱିକ ଓ ଚିରାଗ ୨୧-୧୭ ଓ ୨୧-୧୮ ପଏଣ୍ଟ କରି ମାଲେସିଆ ଯୋଡିଙ୍କୁ ମାତ ଦେଇଛନ୍ତି । ଏମାନେ ହେଲେ ସୁପର ୧୦୦୦ ଇଭେଣ୍ଟରେ ଟ୍ରଫି ଜିତିବା ରେ ଦେଶର ପ୍ରଥମ ଯୋଡି ହୋଇପାରିଛନ୍ତି । ଏମାନଙ୍କ ପୂର୍ବରୁ ଭାରତର ସାଇନା ନେହୱାଲ ଏବଂ ଶ୍ରୀକାନ୍ତ କିଦାମ୍ବି ଏକକ ଟ୍ରଫି ହାସଲ କରିଥିଲେ । ଏମାନେ ବର୍ମିଂହାମ ରାଜ୍ୟଗୋଷ୍ଟେୀ କ୍ରୀଡା ରେ ସ୍ୱର୍ଣ୍ଣ ଏବଂ ବିଶ୍ୱ ପ୍ରତିଯୋଗିତାରେ କାଂସ୍ୟ ଜିତି ବିଶ୍ୱର ୬ନମ୍ବର ଯୋଡି ହୋଇପାରିଛନ୍ତି । ଏମାନେ ବିଶ୍ୱର ୬ନମ୍ବର ଯୋଡି ହୋଇଥିବା ବେଳେ ଦେଶର ପ୍ରଥମ ଯୋଡି ହୋଇପାରିଛନ୍ତି ।

Related posts

ସାଇନା ନେହୱାଲ କରୋନା ପଜିଟିଭ୍

Odisha Sports Bureau

ବ୍ୟାଡମିଣ୍ଟନ୍ ଖେଳାଳି ଏନ ସିକ୍କି ରେଡ୍ଡୀ ଏବଂ ଫିଜିଓ କିରଣ ସି କରୋନା ପଜିଟିଭ୍

Odisha Sports Bureau

ଥାଇଲ୍ୟାଣ୍ଡ ପାରା ବ୍ୟାଡ଼ମିଣ୍ଟନ ସେମିରେ ପ୍ରମୋଦ

Odisha Sports Bureau

Leave a Comment