More Sports

ରେଡବୁଲର ୧୦୦ତମ ବିଜୟ ସହ କାନାଡ଼ିଆନ ଗ୍ରାଁ ପ୍ରି ଜିତିଲେ ମ୍ୟାକ୍ସ ଭର୍ସ୍ତାପେନ୍

ଓଟୱା: ମ୍ୟାକ୍ସ ଭର୍ସ୍ତାପେନ ରେଡ୍ବୁଲକୁ ୧୦୦ତମ ବିଜୟ ଦେଇଛନ୍ତି। ୨୫ ବର୍ଷୀୟ ଏହି ନେଦରଲାଣ୍ଡ୍ସ ଚାଳକ ରବିବାର ପୋଲ୍ ପୋଜିସନ୍ରେ ରହି କାନାଡିଆନ୍ ଗ୍ରାଁ ପ୍ରି ଜିତିଥିଲେ । ଭର୍ସ୍ତାପେନଙ୍କ ଏହା ଥିଲା ୪୧ତମ ବିଜୟ । ଆଷ୍ଟନ ମାର୍ଟିନର ଫର୍ଣ୍ଣାଣ୍ଡୋ ଆଲୋନ୍ସୋ ଦ୍ବିତୀୟ ଏବଂ ଇଂଲଣ୍ଡର ମର୍ସିଡିଜ୍ ଚାଳକ ୭ ଥରର ବିଶ୍ବ ବିଜେତା ଲୁଇସ ହାମିଲଟନ୍ ତୃତୀୟ ସ୍ଥାନରେ ରହି ପୋଡିୟମ ଫିନିସ କରିଥିଲେ। ଫେରାରିର ଦୁଇ ଜଣ ଚାଳକ ଚାର୍ଲସ ଲେକଲର୍କ ଓ କାର୍ଲୋସ ସୈଞ୍ଜ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଥିଲେ। ଚଳିତ ଋତୁର ଫର୍ମୁଲା ୱାନ୍ର ପ୍ରତ୍ୟେକ ରେସ୍ରେ ରେଡ୍ବୁଲ ବିଜୟୀ ହୋଇଛି। ଏହି ଋତୁରେ ୨ ଥରର ବିଶ୍ବ ବିଜେତା ଭର୍ସ୍ତାପେନ୍ଙ୍କ ଏହା ଷଷ୍ଠ ଏବଂ ଲଗାତାର ଚତୁର୍ଥ ବିଜୟ।

Related posts

ବହରେନ ଗ୍ରାଣ୍ଡ ପ୍ରିକ୍ସରେ ରୋମେନ ଗ୍ରୋସେନ ଦୁର୍ଘଟଣାର ଶିକାର

Odisha Sports Bureau

ପୂର୍ବତନ ‘ମିଷ୍ଟର ଇଣ୍ଡିଆ’ ପ୍ରେମରାଜ ଅରୋରାଙ୍କ ହୃଦଘାତରେ ମୃତ୍ୟୁ

Odisha Sports Bureau

ଦୂତିଙ୍କ ବିଏମଡବ୍ଲୁ ବିକ୍ରି ପୋଷ୍ଟରେ କିଟ୍ ପ୍ରତିଷ୍ଠାତାଙ୍କୁ ସରସ୍ୱତୀଙ୍କ ଆକ୍ରମଣ

Odisha Sports Bureau