Cricket

ଋଷଭଙ୍କ ପୁନର୍ଜନ୍ମ,ସୋସିଆଲ ମିଡିଆରେ ଲେଖିଲେ ଦ୍ୱିତୀୟ ଜନ୍ମ ତରିକା

ଦ୍ରୁତ ଗତିରେ ଆରୋଗ୍ୟ ହେଉଛନ୍ତି ଟିମ୍ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ । ଦିନିକିଆ ବିଶ୍ୱକପ୍ ପୂର୍ବରୁ ନିଜକୁ ଫିଟ୍ କରିବା ଜୋରଦାର ପ୍ରୟାସ କରୁଛନ୍ତି ରିଷଭ । ହେଲେ ଏବେ ନିଜ ଇନଷ୍ଟାଗ୍ରାମରେ ନୂଆ ପୋଷ୍ଟ କରିଛନ୍ତି ରିଷଭ୍ ପନ୍ତ । ତେବେ ଆସନ୍ତୁ ଜାଣିବା ତାହା କ’ଣ…
୨୦୨୨ ଡିସେମ୍ବର ୩୦ ତାରିଖ ରାତିରେ ଭୟଙ୍କର ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ହୋଇଥିଲେ ପନ୍ତ । ସର୍ଜରୀ ପରେ ଏବେ ସେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ରେ ଅଭ୍ୟାସ ଜାରି ରଖିଛନ୍ତି । ଋଷଭ ସୁସ୍ଥ ହେବା ସଂପର୍କରେ ଅପଡେଟ୍ ନିଜ ସୋସିଆଲ୍ ମିଡିଆରେ ସେୟାର କରିଥାନ୍ତି । ଋଷଭ ତାଙ୍କ ସୋସିଆଲ ମିଡ଼ିଆରେ ବାୟୋ ପୋଷ୍ଟରେ ନିଜ ଜନ୍ମ ଦିନ ତାରିଖ ଅପ୍ଡେଟ୍ କରିଛନ୍ତି ।

ଋଷଭ ପନ୍ତ ନିଜ ଇନଷ୍ଟାଗ୍ରାମ ବାୟୋରେ ୨ୟ ଜନ୍ମ ତାରିଖ ଯୋଡିଛନ୍ତି । ୨୦୨୩ ଜାନୁଆରୀ ୫ ତାରିଖକୁ ନିଜର ୨ୟ ଜନ୍ମ ତାରିଖ ଭାବେ ଘୋଷଣା କରିଛନ୍ତି ପନ୍ତ । କାହିଁକି ନା ସେହିଦିନ ହିଁ ତାଙ୍କର ପ୍ରଥମ ସର୍ଜରୀ କରାଯାଇଥିଲା । ଯାହା ସଫଳ ହୋଇଥିଲା । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ପନ୍ତଙ୍କ ଚେତା ମଧ୍ୟ ନଥିଲା ।

ତେବେ ଅତି ଭୀଷଣ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇ ବି ମୃତ୍ୟୁ ନିକଟରେ ହାର୍ ମାନିନଥିଲେ ପନ୍ତ । ଡାକ୍ତରୀ ଟିମ୍ଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ନୂଆ ଜୀବନ ପାଇଥିଲେ ପନ୍ତ । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କୁ ଉନ୍ନତରୁ ଉନ୍ନତତର ଚିକିତ୍ସା ଯୋଗାଇ ଦେଇଥିଲେ । ଯାହାଫଳରେ ପନ୍ଥ ଆଜି ପନ୍ତ ସଂପୂର୍ଣ୍ଣ ସୁସ୍ଥ ହେବାକୁ ଯାଉଛନ୍ତି ।

Related posts

ଚେନ୍ନାଇ ଦଳର ପଧିନାୟକ ତଥା କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି ରାତନୀତିକୁ ଆସିବା ସମ୍ପର୍କରେ ଚିନ୍ତା କରିବା ଉଚିତ

ଆନ୍ତଃ ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Odisha Sports Bureau

ଅନୁଷ୍କାଙ୍କ ଗୀତରେ ବିରାଟ କୋହଲିଙ୍କ ଡ୍ୟାନ୍ସ ; ଜିତିଲେ ଫ୍ୟାନ୍ସଙ୍କ ମନ

Odisha Sports Bureau