Cricket

ଋଷଭଙ୍କ ପୁନର୍ଜନ୍ମ,ସୋସିଆଲ ମିଡିଆରେ ଲେଖିଲେ ଦ୍ୱିତୀୟ ଜନ୍ମ ତରିକା

ଦ୍ରୁତ ଗତିରେ ଆରୋଗ୍ୟ ହେଉଛନ୍ତି ଟିମ୍ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ । ଦିନିକିଆ ବିଶ୍ୱକପ୍ ପୂର୍ବରୁ ନିଜକୁ ଫିଟ୍ କରିବା ଜୋରଦାର ପ୍ରୟାସ କରୁଛନ୍ତି ରିଷଭ । ହେଲେ ଏବେ ନିଜ ଇନଷ୍ଟାଗ୍ରାମରେ ନୂଆ ପୋଷ୍ଟ କରିଛନ୍ତି ରିଷଭ୍ ପନ୍ତ । ତେବେ ଆସନ୍ତୁ ଜାଣିବା ତାହା କ’ଣ…
୨୦୨୨ ଡିସେମ୍ବର ୩୦ ତାରିଖ ରାତିରେ ଭୟଙ୍କର ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ହୋଇଥିଲେ ପନ୍ତ । ସର୍ଜରୀ ପରେ ଏବେ ସେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ରେ ଅଭ୍ୟାସ ଜାରି ରଖିଛନ୍ତି । ଋଷଭ ସୁସ୍ଥ ହେବା ସଂପର୍କରେ ଅପଡେଟ୍ ନିଜ ସୋସିଆଲ୍ ମିଡିଆରେ ସେୟାର କରିଥାନ୍ତି । ଋଷଭ ତାଙ୍କ ସୋସିଆଲ ମିଡ଼ିଆରେ ବାୟୋ ପୋଷ୍ଟରେ ନିଜ ଜନ୍ମ ଦିନ ତାରିଖ ଅପ୍ଡେଟ୍ କରିଛନ୍ତି ।

ଋଷଭ ପନ୍ତ ନିଜ ଇନଷ୍ଟାଗ୍ରାମ ବାୟୋରେ ୨ୟ ଜନ୍ମ ତାରିଖ ଯୋଡିଛନ୍ତି । ୨୦୨୩ ଜାନୁଆରୀ ୫ ତାରିଖକୁ ନିଜର ୨ୟ ଜନ୍ମ ତାରିଖ ଭାବେ ଘୋଷଣା କରିଛନ୍ତି ପନ୍ତ । କାହିଁକି ନା ସେହିଦିନ ହିଁ ତାଙ୍କର ପ୍ରଥମ ସର୍ଜରୀ କରାଯାଇଥିଲା । ଯାହା ସଫଳ ହୋଇଥିଲା । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ପନ୍ତଙ୍କ ଚେତା ମଧ୍ୟ ନଥିଲା ।

ତେବେ ଅତି ଭୀଷଣ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇ ବି ମୃତ୍ୟୁ ନିକଟରେ ହାର୍ ମାନିନଥିଲେ ପନ୍ତ । ଡାକ୍ତରୀ ଟିମ୍ଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ନୂଆ ଜୀବନ ପାଇଥିଲେ ପନ୍ତ । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କୁ ଉନ୍ନତରୁ ଉନ୍ନତତର ଚିକିତ୍ସା ଯୋଗାଇ ଦେଇଥିଲେ । ଯାହାଫଳରେ ପନ୍ଥ ଆଜି ପନ୍ତ ସଂପୂର୍ଣ୍ଣ ସୁସ୍ଥ ହେବାକୁ ଯାଉଛନ୍ତି ।

Related posts

ଆଜି ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

RCB ମୁଖ୍ୟ କୋଚରୁ ବାରଙ୍ଗ ବିଦା, ଆଣ୍ଡା ଫ୍ଲାୱାର ନୂଆ ନିଯୁକ୍ତି ।

Odisha Sports Bureau

ରେକର୍ଡ କରିଛନ୍ତି ବ୍ୟାଟର ଋତୁରାଜ

Odisha Sports Bureau

Leave a Comment