Uncategorized

ମୋଟର ରେସିଂ ଦୁର୍ଘଟଣାରେ ଚାଲିଗଲା ଭାଣ୍ଟ ହଫ୍‌ଙ୍କ ଜୀବନ

ବ୍ରୁସେଲ୍ସ : ବେଲଜିୟମ୍‌ରେ ଚାଲିଥିବା ବେଲଜିଆନ୍‌ ଗ୍ରାଁ ପ୍ରି ସର୍କିଟ୍‌ରେ ନେଦରଲାଣ୍ଡ୍ସର ୧୮ ବର୍ଷିୟ ଏଫ୍‌୪ ଚାଳକ ଡିଲାନୋ ଭାଣ୍ଟ ହଫ୍‌ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ରେସ୍‌ ସମୟରେ ଟ୍ରାକ୍‌ ଓଦା ରହିଥିଲା। ଯାହାଫଳରେ ଚାଳକଙ୍କୁ ଖୁବ୍‌ କମ୍‌ ଦୃଶ୍ୟମାନ ହେଉଥିଲା। ଏହାଫଳରେ ଦ୍ବିତୀୟ ରେସ୍‌ର ଶେଷ ସମୟ ଆଡ଼କୁ ଏହି ଦୁର୍ଘଟଣା ହୋଇଥିଲା। ହଫ୍‌ ଟ୍ରାକ୍‌ ମଝିରେ ଧକ୍କା ହୋଇ ରହିଯିବା ପରେ ଆଦାମ ଫିଜ୍‌ଗେରାଲ୍ଡ ‘ଟି ସେପ୍‌’ରେ ଆସି ତାଙ୍କ ସହିତ ଧକ୍କା ହୋଇଥିଲେ। ଏମାନଙ୍କ ସହ ଜୋସୁଆ ‌ଡଫେକ୍‌ ଓ ଏଞ୍ଜୋ ସ୍କିଓଣ୍ଟି ମଧ୍ୟ ଧକ୍କା ହୋଇଥିଲେ।

ଏହି ଘଟଣା ପରେ ତୁରନ୍ତ ରେସ୍‌କୁ ବାତିଲ କରାଯାଇଥିଲା ଏବଂ ଉଭୟ ହଫ୍‌ ଓ ଫିଜ୍‌ଗେରାଲ୍ଡଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ ନିଆଯାଇଥିଲା। ଅନ୍ୟ ଚାଳକମାନଙ୍କୁ ଟ୍ରାକ୍‌ ଉପରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ତେବେ ହସ୍ପିଟାଲ୍‌ରେ ହଫ୍‌ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Related posts

Olympics 2024: ରୌପ୍ୟ ଜିତିଲେ ନୀରଜ ଚୋପ୍ରା

Odisha Sports Bureau

surjit baba

ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

Odisha Sports Bureau