Cricket

IPL ଖେଳିବେ ପାକିସ୍ତାନୀ ଖେଳାଳି!

ବ୍ୟୁରୋ : ନିଜ ଦେଶ ଛାଡି ଆଇପିଏଲରେ ଖେଳିବେ ପାକିସ୍ତାନୀ ଖେଳାଳି । ଭାରତରେ ଜଲୱା ଦେଖାଇବେ ଖେଳାଳି । ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆପଣ ଭାବୁଥିବେ ଯେ ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲ ଖେଳିବା ମନା । ଏଣୁ ଏହା କେମିତି ସମ୍ଭବ? ତେବେ ଜଣେ ପାକିସ୍ତାନୀ ଖେଳାଳି ଛାଡିବାକୁ ରାଜି ଅଛନ୍ତି ନିଜ ଦେଶ । ବିଶ୍ୱର ଏକ ପପୁଲାର ଲିଗ ହେଉଛି ଆଇପିଏଲ । ଦେଶ ତଥା ଦେଶ ବାହାରେ ଲୋକମାନେ ଏହାକୁ ବେଶ ପସନ୍ଦ କରନ୍ତି । ବିଶେଷ କରି ଏହି ଖେଳରେ ଦେଶ ବିଦେଶର ଅନେକ ଖେଳାଳି ସାମିଲ ହେଉଥିବାରୁ ଏହାର କ୍ରେଜ କିଛି ଅଲଗା । ନ୍ୟୁଜଲାଣ୍ଡ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଭଳି ଦେଶର ଖେଳାଳି ଏଥିରେ ସାମିଲ ହୁଅନ୍ତି । କିନ୍ତୁ ପାକିସ୍ତାନୀ ଖେଳାଳିଙ୍କୁ ମିଳିନି ସୁଯୋଗ ।

ପୂର୍ବରୁ ପାକିସ୍ତାନ ଆଇପିଏଲ ଖେଳୁଥିଲା କିନ୍ତୁ ଦୁଇ ଦେଶ ଭିତରେ ସମ୍ପର୍କ ଆହୁରି ଖରାପ ହେବା ପରେ ବ୍ୟାନ କଲା ବିସିସଆଇ । ସେବେଠାରୁ ଭାରତରେ ହେଉଥିବା ଆଇପିଏଲରେ ସାମିଲ ହୁଅନ୍ତି ନାହିଁ ପାକିସ୍ତାନ ଖେଳାଳି । କିନ୍ତୁ ଏବେ ଜଣେ ଷ୍ଟାର ପାକିସ୍ତାନ ଖେଳାଳି ଆଇପିଏଲ ଖେଳିବାକୁ ମନ ବଳାଇଛନ୍ତି । ଆଉ ଆଇପିଏଲରେ ଖେଳିବାକୁ କେତେ ଇଚ୍ଛା ସେ କହିଛନ୍ତି । ତେବେ ସେ ଖେଳାଳି ଜଣଙ୍କ କିଏ? କାହିଁକି ସେ ଆଇପିଏଲ ଖେଳିବାକୁ ମନ ବଳାଇଛନ୍ତି? ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଥିବ । ସେହି ଖେଳାଳି ଜଣଙ୍କ ହେଉଛନ୍ତି ପାକିସ୍ତାନୀ ଫାଷ୍ଟ ବୋଲର ମହମ୍ମଦ ଆମୀର । ସେ ଦେଶ ଛାଡି ଭାରତର ଏକ ଟିମ୍ ସହ ସାମିଲ ହୋଇପାରନ୍ତି । ଏଣୁ ଏହି ପଦକ୍ଷେପ ପାଇଁ ସେ ଆଗକୁ ନେବେ କିଛି ବଡ ନିଷ୍ପତ୍ତି ।

ରିପୋର୍ଟ ମୁତାବକ ୨୦୨୪ରେ ଆମୀରଙ୍କୁ ମିଳି ପାରେ ବ୍ରିଟେନ ପାସପୋର୍ଟ । କାରଣ ସେ ୨୦୧୬ ମସିହାରେ ନର୍ଜିିସ ଖାନଙ୍କୁ ବିବାହ କରିଥିଲେ । ଆଉ ନର୍ଜିିସ ହେଉଛନ୍ତି ବ୍ରିଟେନ ନାଗରିକ । ଆଉ ୨୦୧୬ ମସିହାରୁ ଆମେରିକାରେ ରହି ଆସୁଛନ୍ତି ଆମୀର । ତେଣୁ ଆମୀରଙ୍କୁ ସହଜରେ ମିଳିପାରେ ଆମେରିକାର ସିଟିଜେନ୍ସି । ଆଉ ଯଦି ସବୁ ଠିକ ରୁହେ ତେବେ ୨୦୨୪ରେ ଆରସିବି ପାଇଁ ଖେଳିପାରନ୍ତି ଆମୀର । ୨୦୦୯ରେ କ୍ରିକେଟରେ ଡେବ୍ୟୁ କରିଥିଲେ ମହମ୍ମଦ ଆମୀର । ଆଉ ୨୦୧୯ରେ ପାକିସ୍ତାନ ପାଇଁ ଖେଳିଥିଲେ ଶେଷ ମ୍ୟାଚ ।

Related posts

ପନ୍ତଙ୍କୁ ଖୁବଶୀଘ୍ର ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ

Odisha Sports Bureau

ପାକିସ୍ତାନକୁ ଝଟକା; ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍

ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସ ଓ ୧୪୧ ରନରେ ହରାଇଲା ଭାରତ

Odisha Sports Bureau