Cricket

ପ୍ରଥମ ଟି ୨୦ରେ ବାଙ୍ଗଲାଦେଶକୁ ହରାଇଲା ଭାରତୀୟ ଟିମ

ଭାରତୀୟ ମହିଳା କ୍ରିକେଟ ଟିମ ବାଙ୍ଗଲାଦେଶକୁ ପରାସ୍ତ କରି ଆରମ୍ଭ କରିଛି ବିଜୟ ଅଭିଯାନ । ଢାକାର ଶେର-ଏ- ବାଂଲା ନ୍ୟାଦନାଲ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ୭ ୱିକେଟରେ ବିଜୟ ହାସଲ କରିଛି ଭାରତ । ପ୍ରଥମେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ବାଙ୍ଗଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୫ୱିକେଟ୍ ବିନିମୟରେ ୧୧୪ ରନରେ ସୀମିତ ରହିଥିଲା ।ସେହିପରି ଭାରତୀୟ ଦଳ ୧୬.୨ ଓଭରରେ ସହଜରେ ୩ୱିକେଟ ହରାଇ ୧୧୮ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଭାରତ ପାଇଁ ଅଧିନାୟକ ହରମନପ୍ରୀତ କୌର (ଅପରାଜିତ ୫୮ ରନ୍) ଏବଂ ଓପନର ସ୍ମୃତି ମନ୍ଧାନା (୩୮ ରନ୍) ଚମତ୍କାର ବ୍ୟାଟିଂ କରିଥିଲେ । ୧୧୫ରନର ବିଜୟ ଲକ୍ଷ୍ୟକୁ ପିଛା କରି କ୍ରୀଜକୁ ଓହ୍ଲାଇଥିବା ଭାରତୀୟ ଦଳର ଆରମ୍ଭ ଖରାପ ରହିଥିଲା । ଓପନର ବ୍ୟାଟ୍ସମ୍ୟାନ୍ ଶେଫାଳି ବର୍ମା ପ୍ରଥମ ଓଭରରେ ହିଁ ନିଜ ୱିକେଟ୍ ହରାଇଥିଲେ । ସେଫାଳି ୩ଟି ବଲ୍ ଖେଳି ଖାତା ଖୋଲି ପାରିନଥିଲେ । ଜେମିମା ରୋଡ୍ରିଗ୍ସ ୧୪ ଟି ବଲରେ ୨ଟି ଚୌକା ଜରିଆରେ ୧୧ ରନ୍ ହିଁ କରିପାରିଥିଲେ । ଭାରତର ଦୁଇଟି ୱିକେଟ୍ ୨୧ରନରେ ପଡ଼ିଯାଇଥିଲା । ଏହାପରେ ହରମନପ୍ରୀତ ଏବଂ ସ୍ମୃତି ମନ୍ଧାନା ସ୍ଥିତି ସମ୍ଭାଳିଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୭୦ ରନର ଭଲ ପାର୍ଟନରସିପ୍ କରିଥିଲେ । ମନ୍ଧାନାଙ୍କୁ ୧୪ତମ ଓଭରରେ ସୁଲତାନା ଷ୍ଟମ୍ପ ଆଉଟ୍ କରିଥିଲେ । ସେ ୩୪ ଟି ବଲରେ ୫ ଚୌକା ଜରିଆରେ ୩୮ ରନର ଇନିଂସ ଖେଳିଥିଲେ । ଏହାପରେ ହରମନପ୍ରୀତ ଏବଂ ୟାସ୍ତିକା ଭାଟିୟା ଦଳକୁ ଜିତାଇ ଫେରିଥିଲେ । ହରମନପ୍ରୀତ ୩୫ ଟି ବଲରେ ୬ ଚୌକା ଏବଂ ୨ ଛକା ସହାୟତାରେ ୫୮ ରନ୍ କରିଥିଲେ । ଫଳରେ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି ।

Related posts

ଓଡ଼ିଶା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଆଶୁତୋଷ ଛୁରିଆ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ପ୍ରଶିକ୍ଷଣ ପାଇବାକୁ ମନୋନୀତ

Odisha Sports Bureau

ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଅଭ୍ୟାସ ଆରମ୍ଭ କଲେ ଗିଲ୍

Odisha Sports Bureau

ବାଂଲାଦେଶକୁ ଭେଟିବ ଭାରତ

Odisha Sports Bureau