Cricket

ପ୍ରଥମ ଟି ୨୦ରେ ବାଙ୍ଗଲାଦେଶକୁ ହରାଇଲା ଭାରତୀୟ ଟିମ

ଭାରତୀୟ ମହିଳା କ୍ରିକେଟ ଟିମ ବାଙ୍ଗଲାଦେଶକୁ ପରାସ୍ତ କରି ଆରମ୍ଭ କରିଛି ବିଜୟ ଅଭିଯାନ । ଢାକାର ଶେର-ଏ- ବାଂଲା ନ୍ୟାଦନାଲ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ୭ ୱିକେଟରେ ବିଜୟ ହାସଲ କରିଛି ଭାରତ । ପ୍ରଥମେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ବାଙ୍ଗଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୫ୱିକେଟ୍ ବିନିମୟରେ ୧୧୪ ରନରେ ସୀମିତ ରହିଥିଲା ।ସେହିପରି ଭାରତୀୟ ଦଳ ୧୬.୨ ଓଭରରେ ସହଜରେ ୩ୱିକେଟ ହରାଇ ୧୧୮ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଭାରତ ପାଇଁ ଅଧିନାୟକ ହରମନପ୍ରୀତ କୌର (ଅପରାଜିତ ୫୮ ରନ୍) ଏବଂ ଓପନର ସ୍ମୃତି ମନ୍ଧାନା (୩୮ ରନ୍) ଚମତ୍କାର ବ୍ୟାଟିଂ କରିଥିଲେ । ୧୧୫ରନର ବିଜୟ ଲକ୍ଷ୍ୟକୁ ପିଛା କରି କ୍ରୀଜକୁ ଓହ୍ଲାଇଥିବା ଭାରତୀୟ ଦଳର ଆରମ୍ଭ ଖରାପ ରହିଥିଲା । ଓପନର ବ୍ୟାଟ୍ସମ୍ୟାନ୍ ଶେଫାଳି ବର୍ମା ପ୍ରଥମ ଓଭରରେ ହିଁ ନିଜ ୱିକେଟ୍ ହରାଇଥିଲେ । ସେଫାଳି ୩ଟି ବଲ୍ ଖେଳି ଖାତା ଖୋଲି ପାରିନଥିଲେ । ଜେମିମା ରୋଡ୍ରିଗ୍ସ ୧୪ ଟି ବଲରେ ୨ଟି ଚୌକା ଜରିଆରେ ୧୧ ରନ୍ ହିଁ କରିପାରିଥିଲେ । ଭାରତର ଦୁଇଟି ୱିକେଟ୍ ୨୧ରନରେ ପଡ଼ିଯାଇଥିଲା । ଏହାପରେ ହରମନପ୍ରୀତ ଏବଂ ସ୍ମୃତି ମନ୍ଧାନା ସ୍ଥିତି ସମ୍ଭାଳିଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୭୦ ରନର ଭଲ ପାର୍ଟନରସିପ୍ କରିଥିଲେ । ମନ୍ଧାନାଙ୍କୁ ୧୪ତମ ଓଭରରେ ସୁଲତାନା ଷ୍ଟମ୍ପ ଆଉଟ୍ କରିଥିଲେ । ସେ ୩୪ ଟି ବଲରେ ୫ ଚୌକା ଜରିଆରେ ୩୮ ରନର ଇନିଂସ ଖେଳିଥିଲେ । ଏହାପରେ ହରମନପ୍ରୀତ ଏବଂ ୟାସ୍ତିକା ଭାଟିୟା ଦଳକୁ ଜିତାଇ ଫେରିଥିଲେ । ହରମନପ୍ରୀତ ୩୫ ଟି ବଲରେ ୬ ଚୌକା ଏବଂ ୨ ଛକା ସହାୟତାରେ ୫୮ ରନ୍ କରିଥିଲେ । ଫଳରେ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି ।

Related posts

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ହୋଇଯାଇଛନ୍ତି

Odisha Sports Bureau

ସିଏସକେର ବିଜୟ ପରେ ବିରାଟ ଜାଡେଜାଙ୍କୁ ଚାମ୍ପିଅନ୍ କହିଲେ କୋହଲି ବୋଲି ଧୋନିଙ୍କୁ ଜଣାଇଲେ ବିଶେଷ ଅଭିନନ୍ଦନ

ବିଶ୍ବକପରେ ଭାରତର ପ୍ରଦର୍ଶନ କ’ଣ ରହିବ ? ନିଜ ଭୂମିକାକୁ ନେଇ ଏମିତି କହିଲେ ରାହୁଲ ଦ୍ରାବିଡ

Odisha Sports Bureau

Leave a Comment