Cricket

ଅଟୋଗ୍ରାଫ ଦେଇ ପ୍ରେମରେ ପଡିଥିଲେ ଗାଭାସ୍କର

ସୁନୀଲ ଗାଭାସ୍କାର… ନାଁ ଯେମିତି କ୍ରେଜ ବି ସେମିତି | ତାଙ୍କୁ ପରିଚୟର କୌଣସି ଆବଶ୍ୟକ ନାହିଁ | କ୍ରିକେଟ ଜଗତର ବାଦଶାହା ହେଉଛନ୍ତି ଗାଭାସ୍କର | ଟିମ ଇଣ୍ଡିଆ ପାଇଁ ସେ ହେଉଛନ୍ତି ଲିଟିଲ ମାଷ୍ଟର । ଯେବେ ଯେବେ ଟିମ ଇଣ୍ଡିଆ ଉପରେ ବିପଦ ଆସିଛି ସେ ସେବେ ସଙ୍କଟ ମୋଚକ ହୋଇ ଛିଡା ହୋଇଛନ୍ତି । ତେବେ ଆପଣ ଜାଣିଛନ୍ତି କି ଦିନେ ଏହି ଲିଟିଲ ମାଷ୍ଟର ଗାଭାସ୍କର ପ୍ରେମରେ ପଡ଼ିଥିଲେ ହଁ ଦର୍ଶକ ବନ୍ଧୁ, ଗାଭାସ୍କରଙ୍କ ଲଭ ଷ୍ଟୋରୀ କେଉଁ ଫିଲ୍ମର କାହାଣୀଠାରୁ ବି କମ ନୁହେଁ । ଅଟୋଗ୍ରାଫ ଦେଇ ପ୍ରେମରେ ପଡିଥିଲେ ଗାଭାସ୍କର |

୧୯୭୩ ମସିହା.. ପ୍ରଥମ ଥର ପାଇଁ ଦେଖା ହୁଏ ମାର୍ଶଲିନଙ୍କ ସହ | ସେତେବେଳେ ମାର୍ଶଲିନ ଦିଲ୍ଲୀର ଶ୍ରୀରାମ କଲେଜରେ ବିଏରେ ପାଠ ପଢୁଥିଲେ । ମାର୍ଶଲିନ ଏକ ମ୍ୟାଚ ଦେଖିବାକୁ ଷ୍ଟାଡିୟମ ଆସିଥାନ୍ତି । ମ୍ୟାଚରେ ଲଞ୍ଚ ବ୍ରେକ ସମୟରେ ଗାଭାସ୍କର ଷ୍ଟୁଡେଣ୍ଟ ଗ୍ୟାଲେରୀରେ ଛିଡା ହୋଇଥିଲେ । ଆଉ ତାଙ୍କୁ ଦେଖି ମାର୍ଶଲିନ ଅଟୋ ଗ୍ରାଫ ନେବାକୁ ପହଞ୍ଚିଥିଲେ । ଆଉ ଅଟୋଗ୍ରାଫ ଦେଉଦେଉ ମାର୍ଶଲିନଙ୍କ ପ୍ରେମରେ ପଡିଯାଇଥିଲେ ଗାଭାସ୍କର । ହେଲେ ମାର୍ଶଲିନ ଏସବୁରୁ ଅଜଣା ଥିଲେ ।

ପରେ ସୁନୀଲ ଗାଭାସ୍କର ମାର୍ଶଲିନ ବିଷୟରେ ପତା ଲଗାଇଥିଲେ । ରିପୋର୍ଟ ଅନୁସାରେ ମାର୍ଶଲିନଙ୍କୁ ଖୋଜି ଖୋଜି ନାଗପୁର ଯାଏଁ ଚାଲିଯାଇଥିଲେ ଗାଭାସ୍କର । ଆଉ ତାଙ୍କ ଘରର ଚକ୍କର ବି ଲଗାଇଥିଲେ । ସବୁଠୁ ରୋଚକ କଥା ହେଉଛି ଗାଭାସ୍କର ମାର୍ଶଲିନଙ୍କୁ ତାଙ୍କ ପରିବାର ସାମ୍ନାରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । କାନପୁରରେ ହେବାକୁ ଥିବା ଏକ ଟେଷ୍ଟ ମ୍ୟାଚ ପାଇଁ ଗାଭାସ୍କର ମାର୍ଶଲିନ ମଲହୋତ୍ରାଙ୍କ ପରିବାର ଲୋକଙ୍କୁ ଡାକିଥିଲେ । ଆଉ ସମସ୍ତେ ସେହି ମ୍ୟାଚ ଦେଖିବାକୁ ବି ଆସିଥିଲେ । ମ୍ୟାଚ ଶେଷ ହେବା ପରେ ତାଙ୍କ ପରିବାର ସାମ୍ନାରେ ମାର୍ଶିଲିନଙ୍କୁ ହାତ ମାଗିଥିଲେ ଗାଭାସ୍କର । ଏଥିରେ ମାର୍ଶିଲିନଙ୍କ ପରିବାର ବି ରାଜି ହୋଇଯାଇଥିଲେ । ଫଳରେ ୨୩ ସେପ୍ଟେମ୍ବର ୧୯୭୪ ମସିହାରେ ଉଭୟଙ୍କ ବିବାହ ହୋଇଥିଲା ।

ସେବେଠାରୁ ଏବେ ଯାଏଁ ୪୮ ବର୍ଷ ହେବ ଗାଭାସ୍କର ଓ ମାର୍ଶଲିନ ବୈବାହିକ ଜୀବନ ହସଖୁସିରେ ଚାଲିଛି । ଗାଭାସ୍କର ଓ ମାର୍ଶଲିନଙ୍କ ଏକ ପୁଅ ବି ଅଛି ଯାହାଙ୍କ ନାଁ ରୋହନ ଗାଭାସ୍କର । ରୋହନ ମଧ୍ୟ ଟିମ ଇଣ୍ଡିଆ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି ହେଲେ ବାପାଙ୍କ ଭଳି ଏତେ ଟା ସଫଳ ହୋଇ ପାରିନାହାନ୍ତି ।

Related posts

ଆଇସିସି ଓ ଓପୋ ମଧ୍ୟରେ ପାର୍ଟନରସିପ ବୃଦ୍ଧି

Odisha Sports Bureau

ନର୍ଭସ ନାଇଣ୍ଟିଜରେ ଶୁଭମନ ଗିଲଙ୍କ ଏଣ୍ଟ୍ରି; ପ୍ରଥମ ଥର ପୁରା କରିପାରିଲେନି ଶତକ

Odisha Sports Bureau

୫ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମ ବିଜୟ ପାଇଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌

Odisha Sports Bureau