Cricket

ପୂଜାରାଙ୍କ ସହ ଯାହାହେଲା ଠିକ ହେଲାନି : ହରଭଜନ ସିଂ

ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କାଳିରୁ ଆରମ୍ଭ ହେଉଛି । ଏହି ଟେଷ୍ଟ ସିରିଜରେ ଭାରତୀୟ ଦଳରେ ପୂଜାରା ଖେଳିବେ ନାହିଁ । ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ମୁକାବିଲାରେ ଖରାପ ପ୍ରଦର୍ଶନ ପରେ ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ ଦିଆଯାଇଛି। ଯଶସ୍ଵୀ ଜୟସଓ୍ଵାଲ ଏବଂ ଋତୁରାଜ ଗାଏକଓ୍ଵାଡ଼ଙ୍କ ପରି ଯୁବ କ୍ରିକେଟରଙ୍କୁ ଟେଷ୍ଟ ଦଳରେ ସାମିଲ୍ କରାଯାଇଛି। ଅନ୍ୟପଟେ ଆଜିଙ୍କ୍ୟ ରାହାଣେଙ୍କୁ WTC ଫାଇନାଲରେ ଭଲ ପ୍ରଦର୍ଶନର ଫାଇଦା ମିଳିଛି। ଟେଷ୍ଟ ଦଳକୁ ଫେରିବା ସହ ତାଙ୍କୁ ଉପ ଅଧିନାୟକ ଦାୟିତ୍ଵ ମିଳିଛି।

ଭାରତୀୟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂ ତାରକା ବ୍ୟାଟର ପୂଜାରାଙ୍କୁ ଏହି ପରି ଦଳରୁ ବାଦ୍ ଦିଆଯିବାକୁ ନାପସନ୍ଦ କରିଛନ୍ତି। ତାଙ୍କ ମତରେ ପୂଜାରା ଟିମ୍ ଇଣ୍ଡିଆ ପାଇଁ ଯାହା କିଛି କରିଛନ୍ତି ଏଥିପାଇଁ ତାଙ୍କୁ ଇଜ୍ଜତ ଏବଂ ସମ୍ମାନ ମିଳିବା ଉଚିତ୍। ପୂଜାରା ୨୦୧୦ରେ ଭାରତୀୟ ଦଳ ପକ୍ଷରୁ ଟେଷ୍ଟରେ ପଦାର୍ପଣ କରିଥିଲେ। ତେବେଠୁ ଆଜି ପର୍ଯ୍ୟନ୍ତ ୧୦୩ ଟେଷ୍ଟ ମ୍ୟାଚ୍ରେ ୪୩.୬୦ ହାରରେ ୭୧୯୫ ରନ କରିଛନ୍ତି। ଏଥିରେ ୧୯ ଶତକ ସାମିଲ୍। ୩୫ ବର୍ଷୀୟ ପୂଜାରାଙ୍କ ପାଇଁ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ ରାସ୍ତା ସହଜ ହେବ ନାହିଁ।

ହରଭଜନ ସିଂ କହିଛନ୍ତି, ଚେତେଶ୍ଵର ପୂଜାରା ଯାହା କିଛି ହାସଲ କରିଛନ୍ତି, ସେଥିପାଇଁ ମୁଁ ତାଙ୍କୁ ବହୁତ ଇଜ୍ଜତ କରେ। ସେ ବହୁ ବର୍ଷ ଧରି ଭାରତୀୟ ଦଳର ହିରୋ ରହିଛନ୍ତି। ଭାରତୀୟ ଦଳ ପାଇଁ ଏକ ମଜବୁତ ସ୍ତମ୍ଭ। ନିଜ ପାଇଁ ନାଁ ନ କମେଇ ଟିମ୍ ଇଣ୍ଡିଆକୁ ସଙ୍କଟରୁ ଉଦ୍ଧାର କରିଛନ୍ତି। ଯଦ୍ଵାରା ବାକି ବ୍ୟାଟରଙ୍କୁ ବ୍ୟାଟିଂ ବେଳେ ଅନୁକୂଳ ରହିଛି। ମୋ ମତରେ ପୂଜାରାଙ୍କୁ ଅଧିକ ସମ୍ମାନ ମିଳିବା ଉଚିତ୍। ତାଙ୍କୁ ଯେଉଁ ଭଳି ଦଳରୁ ବାହାର କରାଗଲା ତାହା ଦେଖି ମୁଁ ମର୍ମାହତ। କାରଣ ସେ ଏକାକୀ ବ୍ୟାଟର ନ ଥିଲେ ଯିଏ ରନ କରି କରି ନାହାନ୍ତି। ଦଳରେ ଆହୁରି ବ୍ୟାଟର ଅଛନ୍ତି, ଯେଉଁମାନେ ତାଙ୍କ ପରି କମ ରନ ହାରରେ ବ୍ୟାଟିଂ କରୁଥିଲେ।

Related posts

କ୍ରିକେଟର ବୁମରାଙ୍କୁ ଫୁଟବଲର କହି ଟ୍ରୋଲ ହେଲେ ରାମଚରଣ…

ଆଇପିଏଲ୍ ର ୧୨ତମ ସଂସ୍କରଣରେ ଫାଷ୍ଟ୍ ବୋଲରମାନେ ଖେଳିବେନି, ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି ବିରାଟ କୋହଲି

Odisha Sports Bureau

ଘନେଇବାରେ ଲାଗିଛି ଆଇସିସି ଓ ବିସିବି ବିବାଦ ।

Odisha Sports Bureau