Cricket

ବିଶ୍ୱକପ ପାଇଁ ୫୦୦ ହେଟେଲ ଖୋଲିବ OYO

ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ଅକ୍ଟେବର ୫ରୁ ଅହମଦାବାରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଇଂଲଣ୍ଡ ଏବଂ ନୁଜିଲାଣ୍ଡ ମଧ୍ୟରେ ହେବ । ସେଥିପାଇଁ ବିସିସିଆଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଉ ଏଥିପାଇଁ ଙଣଙ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତି ନେଇଛି । ବିଶ୍ୱକପକୁ ଦୃଷ୍ଟିରେ ରଖି ଓୟୋ ପକ୍ଷରୁ ୫୦୦ ହୋଟେଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିଶ୍ୱକପ ପାଇଁ ସମସ୍ତ ହୋଟେଲର ରୁମ୍ ଦାମ୍ ବଢିଯାଇଛି ଆଉ ଆଗକୁ ଆହୁରି ବଢିଯିବାର ସମ୍ଭାବନା ରହିଛି ।ତେବେ ହୋଟେଲରେ ଗୋଟିଏ ରାତି କାଟିବାକୁ ୫୦ ହଜାର ଟଙ୍କା ଦେବାକୁ ପଡିବ । ମ୍ୟାଚକୁ ଆଉ ୧୦୦ଦିନ ସମୟ ଥିବା ବେଳେ ଏବେଠାରୁ ହୋଟେଲ ରୁମ ବୁକିଂ କରିବା ପାଇଁ ୫୦ ହଜାର ଟଙ୍କା ନେଉଛନ୍ତି । ଏବେ ଫାଇଭଷ୍ଟାର ହୋଟେଲ ମାନଙ୍କରେ ରୁମ ଦାମ ବଡିବାରେ ଲାଗିଛି । ଏବେ ହୋଟେଲ ଦାମ ପାଥାପାତି ୧୦ ଗୁଣା ବଡିଯାଇଛି ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅହମଦାବାଦରେ ୧୫ ଅକ୍ଟୋବରକୁ ମ୍ୟାଚ ଖେଳାଯିବ । ଏଠାରେ ଫାଇନାଲ ମ୍ୟାଚ ମଧ୍ୟ ଖେଳାଯିବ । ଏଥିପାଇଁ ୩ ମାସ ପୂର୍ବରୁ ହୋଟେଲର ଚାର୍ଜ ବଢିଯାଇଛି । ଏଥିପାଇଁ ଓୟୋ ପକ୍ଷରୁ ୫୦୦ ହୋଟେଲ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯେଉଁ ସହରରେ ମ୍ୟାଚ ଖେଳାଯିବ, ସେଠାରେ ଓୟୋର ହୋଟେଲ ଖୋଲାଯିବ ବୋଲି ଖବର ମିଳିଛି

Related posts

କୋରୋନା ମୁକାବିଲା ପାଇଁ ଆଗେଇ ଆସିଲା ରୋୟଲ୍ସ

Odisha Sports Bureau

ଦ୍ୱିତୀୟ ଦିନିକିଆ, ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ଭାରତ

କ୍ରିକେଟରୁ ସନ୍ୟାସ ନେଲେ ଷ୍ଟେନ

Odisha Sports Bureau