Cricket

ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚର ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା

ବ୍ୟୁରୋ: ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ । ଆଜିର ଟି-୨୦ ମ୍ୟାଚ ବ୍ରାଏନ ଲାରା ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟାନୁସାରେ ଏହି ମ୍ୟାଚ ରାତି ୮ଟାରେ ହେବ । ଦିନିକିଆ ସିରିଜକୁ ୨-୧ ରେ ଜିତିବା ପରେ ଏବେ ଟି-୨୦ ସିରିଜ ଉପରେ ଭାରତର ନଜର ରହିଛି । ଆଜି ସନ୍ଧ୍ୟା ୭.୩୦ ମିନିଟରେ ଟସ୍ ପଡିବା ପରେ ରାତି ୮ଟାରୁ ଖେଳ ଆରମ୍ଭ ହେବ । ଟି-୨୦ ମ୍ୟାଚର ପ୍ରସାରଣ ଦୂରଦର୍ଶନରେ ଲାଇଭ ପ୍ରସାରିତ ହେବ । ଏହାଛଡା ଫ୍ୟାନକୋଡ ଆପ୍ ଏବଂ ୱେବସାଇଟ ଏବଂ ଜିଓ ସିନେମା ଜରିଆରେ ଦର୍ଶକ ଲାଇଭ ଷ୍ଟ୍ରିମ କରିପାରିବେ ।

ଭାରତୀୟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଈଶାନ କିଶନ, ଶୁବମନ ଗିଲ୍, ଯଶସ୍ବୀ ଜୟସଓ୍ଵାଲ୍, ତିଳକ ବର୍ମା, ସୂର୍ୟ୍ୟକୁମାର ଯାଦବ, ସଞ୍ଜୁ ସାମସନ୍,  ଅକ୍ଷର ପଟେଲ୍, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲିକ, ଆଭେଶ ଖାନ୍, ମୁକେଶ କୁମାର ରହିଛନ୍ତି । ୱେଷ୍ଟଇଣ୍ଡିଜ ଦଳରେ ରୋଭମାନ ପାୱେଲ୍ (ଅଧିନାୟକ), କାଇଲ୍ ମେୟର୍ସ, ଜନସନ୍ ଚାର୍ଲ୍ସ, ରୋଷ୍ଟନ ଚେଜ୍, ସିମ୍ରନ ହେଟମାୟର, ଜାସନ୍ ହୋଲ୍ଡର, ସାଇ ହୋପ୍, ଅକିଲ୍ ହୋସେନ୍, ଅଲଜାରି ଜୋସେଫ, ବ୍ରାଣ୍ଡନ କିଙ୍ଗ୍, ଓବେଡ୍ ମ୍ୟାକକଏ, ନିକୋଲାସ୍ ପୁରନ, ରୋମାରିଓ ସେଫର୍ଡ, ଓଡିଆନ୍ ସ୍ମିଥ୍, ଓସାନେ ଥୋମାସ୍ ରହିଛନ୍ତି । ପୂର୍ବରୁ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୫ଟି ଟି-୨୦ ମ୍ୟାଚ୍‌ ଖେଳାଯାଇଛି । ସେଥିରୁ ୧୭ଟି ଭାରତ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ ମାତ୍ର ୭ଟି ଜିତିଛି। ଗୋଟିଏ ମ୍ୟାଚ ଡ୍ର ରହିଛି ।

Related posts

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଉଭୟ ଦଳ ପ୍ରଥମ ଇନିଂସରେ ସମାନ ରନ୍‌ କରିଛନ୍ତି

ଟିମ ଇଣ୍ଡିଆକୁ ସପୋର୍ଟ କରିବାକୁ ମଇଦାନରେ ପହଞ୍ଚିଲେ ସାରା ତେନ୍ଦୁଲକର Sara is looking for Schumann playing

Odisha Sports Bureau

ଗିଲ-ଜୈସ୍ୱାଲ-ପନ୍ତ ମାରିଲେ ଶତକ