Cricket

ବିଶ୍ୱକପକୁ ଆଉ ୫୭ ଦିନ, ଏବେ ଯାଏଁ ମିଳିଲାନି ପରଫେକ୍ଟ ଇଲେଭେନ

ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ହିଁ ଖେଳାଯିବ ଦିନିକିଆ ବିଶ୍ୱକପ୍ । ଯାହାର ଅପେକ୍ଷା ବହୁ ଦିନ ଧରି କ୍ରୀଡାପ୍ରେମୀ କରିଆସୁଛନ୍ତି । ଏଥର ବିଶ୍ୱକପ ଆୟୋଜନ ଭାରତକୁ ମିଳିଛି । କ୍ରିକେଟ୍ ଇତିହାସରେ ଏପରି ପ୍ରଥମ ଘଟଣା , ଯାହା ଭାରତକୁ ପୁରା ଟୁର୍ଣ୍ଣାମେଣ୍ଟର ଆୟୋଜନ ମିଳିଛି ।

ଦିନିକିଆ ବିଶ୍ୱକପ୍କୁ ଆଉ ୫୭ ଦିନ ବାକି ରହିଛି । ଅଗଷ୍ଟ ୯ରେ ଖେଳାଯିବ ଆଇସିସି ଦିନିକିଆ ବିଶ୍ୱକପ୍ ପ୍ରଥମ ମ୍ୟାଚ୍ ।କିନ୍ତୁ ଏବେ ଯାଏଁ ଭାରତୀୟ ଟିମ୍ ନିଜର ପ୍ଲେଇଙ୍ଗ ଇଲେଭନ୍ ସେଟ୍ କରିପାରିନାହିଁ । ରୋହିତ ଶର୍ମାଙ୍କ ଅଧିନାୟକ ଏବଂ ରାହୁଲ ଦ୍ରାବିଡଙ୍କ କୋଚିଂ ସମୟରେ ଟିମ୍ ଇଣ୍ଡିଆକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ଭାରତୀୟ ଟିମ୍ ନିକଟରେ ଓ୍ୱେଷ୍ଟଇଣ୍ଡିଜ୍ ବିରୋଧରେ ତିନୋଟି ଦିନିକିଆ ମ୍ୟାଚ୍ ସିରିଜ୍ ଖେଳିଥିଲେ । ଯେଉଁଥିରେ ଭାରତ ୨-୧ରେ ବିଜୟୀ ହୋଇଛି ।କିନ୍ତୁ ଭାରତ ପାଇଁ ସବୁଠୁ ଟେନ୍ସନ ଥିଲା ବ୍ୟାଟିଂ ଲାଇନପ । ଦିନିକିଆ ସିରିଜରେ ରୋହିତ ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା । ଯାହାଫଳରେ ଶୁଭମନ୍ ଗିଲ ଏବଂ ଇଷାନ୍ କିଷାନ୍ ଓପନିଂ କରିଥିଲେ । ଯଦି ଆଗାମୀ ଏସିଆ କପରେ ଶୁଭମନ୍ ଆଉ ଇଷାନ୍ ଓପନିଂ କରନ୍ତି । ତେବେ ରୋହିତଙ୍କୁ ମିଡିଲ୍ ଅର୍ଡରରେ ଖେଳିବାକୁ ପଡିବ । କିନ୍ତୁ ଟିମର ନିୟମିତ ଓପନର ଥିଲେ ଶୁଭମନ୍ ଗିଲ୍ ଏବଂ ରୋହିତ ଶର୍ମା ।

ସେହିପରି ଟିମ୍ ଇଣ୍ଡିଆ ଚିନ୍ତାର ବିଷୟ ମିିଡିଲ ଅର୍ଡର । କିଏ ସମ୍ଭାଳିବ ମିଡିଲ ଅର୍ଡର ଦାୟିତ୍ୱ । ବିରାଟ କୋହଲି, ଶ୍ରେୟସ ଆୟର, ହାର୍ଦ୍ଧିକ ପାଣ୍ଡ୍ୟା, ଇଷାନ କିଶାନ, ସଞ୍ଜୁ ସାମ୍ସମ୍ ରହିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଟିମ୍ ଏକାଧିକ ବ୍ୟାଟସମ୍ୟାନ୍ଙ୍କୁ ପ୍ରୟୋଗ କରିସାରିଲାଣି । କିନ୍ତୁ ଶ୍ରେୟସ ଆୟରଙ୍କ ବ୍ୟତୀତ ଆଉ କୌଣସି ଏହି ବ୍ୟାଟସମ୍ୟାନ୍ ଏହି ସ୍ଥାନରେ ଫିଟ୍ ହୋଇପାରୁନାହାନ୍ତି । ଶ୍ରେୟସ ଆହତ ପରଠାରୁ ୪ ଜଣ ବ୍ୟାଟସମ୍ୟାନ୍ ପ୍ରୟୋଗ ପରେ ବି ଫେଲ୍ ମାରିଛନ୍ତି ।

ସେହିପରି ବୋଲିଂ ବିଭାଗ ମଧ୍ୟ ଟିମ୍ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି । ଏବେ ଯଶପ୍ରୀତ୍ ବୁମ୍ରାହ ଫିଟ୍ ହୋଇସାରିଛନ୍ତି । ଆୟରଲ୍ୟାଣ୍ଡ ଗସ୍ତରେ ଟିମ୍କୁ ଫେରିବେ ବୁମ୍ରାହ । ଯଦି ସବୁକିଛି ଠିକ୍ ରୁହେ, ତେବେ ବୁମ୍ରାହଙ୍କ ସହିତ ମହମ୍ମଦ ସାମି, ମହମ୍ମଦ ସିରାଜ ବୋଲିଂ ବିଭାଗ ସମ୍ଭାଳିପାରନ୍ତି ।

Related posts

ଆଇପିଏଲର ୧୪ ତମ ସିଜନରେ ବ୍ୟବହୃତ ଷ୍ଟମ୍ପ ଏବଂ ବେଲର ଦାମ ୪୦ ଲକ୍ଷ ଟଙ୍କା

Odisha Sports Bureau

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ମା ବାପା ହେବାକୁ ଯାଉଛନ୍ତି

Odisha Sports Bureau

ବିଜେପି ରୁ ଲଢିବେ ବୀରେନ୍ଦ୍ର ସେହ୍ୱାଗ

Odisha Sports Bureau