Cricket

ଅଧିନାୟକ ରୋହିତ ଶର୍ମାଙ୍କ ଆଶା, ଏଥର ଭାରତ ହିଁ ଜିତିବ ଦିନିକିଆ ବିଶ୍ୱକପ

ମୁମ୍ବାଇ:ଦିନିକିଆ ବିଶ୍ୱକପକୁ ଆଉ ୫୫ଦିନ ବାକି ଅଛି । ଏହି ସମୟରେ ରେହିତ ଶର୍ମାଙ୍କ ଏକ ବୟାନ ସାମ୍ନାକୁ ଆସିଛି । ଯାହାକୁ ନେଇ କ୍ରିକେଟ ଫ୍ୟାନ ମାନଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଥିବା ଦେଖିବାକୁ ମିଳିଛି ।

ଭାରତୀୟ କ୍ରିକେଟ୍‌ ଟିମର ଅଧିନାୟକ ରୋହିତ ଶର୍ମାଙ୍କୁ ମତରେ, ଦୀର୍ଘ ୧୨ ବର୍ଷ ପରେ ଭାରତକୁ ଫେରୁଛି ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ । ୨୦୧୧ରେ ଶେଷ ଥର ପାଇଁ ବିଶ୍ୱକପର ଆୟୋଜନ ହୋଇଥିଲା । ଏଥିରେ ବାଂଲାଦେଶ ମଧ୍ୟ ସହ ଆୟୋଜକ ଥିଲା । କ୍ରିକେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପର ଆୟୋଜନ ଭାରତକୁ ମିଳିଛି । ତେବେ ଭାରତରେ ଏହି ବିଶ୍ୱକପର ଖେଳାଯିବାକୁ ଥିବା ବେଳେ ହୋମ ଟିମକୁ ବେଶ୍‌ ଲାଭ ମିଳିବ । ଏହାସହିତ ଭାରତୀୟ ଟିମ୍‌ ମଧ୍ୟ ସନ୍ତୁଳିତ ଅଛି । ଘରୋଇ ପିଚର ଲାଭ ଭାରତୀୟ ଟିମ୍‌ ବେଶ୍‌ ଭଲ ଭାବରେ ଉଠାଇପାରିବ ।

Related posts

ଏସିଆ କପରେ ପୁଣି ବିବାହ କରିବେ ଶାହିନ ଆଫ୍ରିଦ

Odisha Sports Bureau

କ୍ରିକେଟରଙ୍କ ସହିତ ଫିଲ୍ମ ‘କ୍ୱିନ୍’ର ୮ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କଲେ କଙ୍ଗନା

Odisha Sports Bureau

ଆଇପିଏଲ୍‌-୨୦୨୨: ମୋଟ ୭୦ ମ୍ୟାଚ୍‌ରୁ ମୁମ୍ବାଇରେ ୫୫, ପୁଣେରେ ୧୫ ମ୍ୟାଚ୍‌

Odisha Sports Bureau