Hockey

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ମାତ ଦେଇଛି ଭାରତ

ବ୍ୟୁରୋ: ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ରେ ଚିରପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ ଦେଇଛି ଭାରତ । ଖେଳାଯାଇଥିବା ଶେଷ ଲିଗ ମ୍ୟାଚ ରେ ୪-୦ ଗୋଲରେ ପାକିସ୍ତାନକୁ ଚକମା ଦେଖାଇଛି ଭାରତ । ଏହି ବିଜୟ ସହ ଭାରତ ଲିଗ୍ ପର୍ଯ୍ୟାୟରେ ଅପରାଜୟ ରହିବା ସହିତ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିପାରିଛି । ତେବେ ସେମିଫାଇନାଲରେ ଟେବୁଲର ଚତୁର୍ଥ ସ୍ଥାନରେ ଥିବା ଜାପାନକୁ ଭେଟିବ ଭରତ ।

ପର ସେମିଫାଇନାଲରେ ଦ୍ବିତୀୟ ସ୍ଥାନରେ ଥିବା ମାଲେସିଆ ଓ କୋରିଆ ପରଷ୍ପର ମୁହାଁମୁହିଁ ହେବେ ହେବେ ବୋଲି କୁହାଯାଉଛି । ଖେଳାଯାଇଥିବା ଅନ୍ୟ ଦୁଇ ମ୍ୟାଚ୍ରେ ଜାପାନ ୨-୧ ଗୋଲ୍ରେ ଚୀନ୍କୁ ଏବଂ ମାଲେସିଆ ୧-୦ ଗୋଲ୍ରେ କୋରିଆକୁ ପରାସ୍ତ କରିଥିଲା। ଜାପାନ, କୋରିଆ ଓ ପାକିସ୍ତାନ ସମାନ ୫ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ପାକିସ୍ତାନ ପଛରେ ପଡ଼ି ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଥିଲା। କୋରିଆ ଓ ଜାପାନ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ସହ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲେ। ଏବେ ପାକିସ୍ତାନ ପଞ୍ଚମ ସ୍ଥାନ ପାଇଁ ଚୀନ୍ ସହ ଲଢ଼େଇ କରିବ।

ସୂଚନା ଅନୁଯାୟୀ ପାକିସ୍ତାନ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ରେ ଭାରତ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିଲା। ପ୍ରଥମ କ୍ବାର୍ଟରର ଶେଷ ମିନିଟ୍ରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଅଧିନାୟକ ହର୍ମନପ୍ରୀତ ସିଂହ (୧୫ ମିନିଟ୍) ଅଭିଯାନ ଆରମ୍ଭ କରିଥିଲେ। ୨୩ତମ ମିନିଟ୍ରେ ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ସଫଳତାର ସହ ପାକିସ୍ତାନ ଗୋଲ୍ ପୋଷ୍ଟ୍କୁ ବଲ୍ ପଠାଇ ଭାରତକୁ ଦ୍ବିତୀୟ ସଫଳତା ଦେଇଥିଲେ ଭାରତୀୟ ଅଧିନାୟକ। ପ୍ରଥମାର୍ଦ୍ଧରେ ୨-୦ରେ ଆଗୁଆ ଥିବା ତୃତୀୟ କ୍ବାର୍ଟରରେ ଭାରତକୁ ମିଳିଥିବା ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଯୁଗରାଜ ସିଂହ (୩୬ ମିନିଟ୍) ଗୋଲ୍ରେ ପରିଣତ କରିଦେଇଥିଲେ। ଶେଷ କ୍ବାର୍ଟରରେ ଆକାଶଦୀପ ସିଂହ (୫୫ ମିନିଟ୍) ଫିଲ୍ଡ ଗୋଲ୍ ଦେଇ ଭାରତକୁ ୪-୦ ବିଜୟ ଭେଟି ଦେଇଥିଲେ।

 

Related posts

୨୦୨୩ରେ ହକି ବିଶ୍ୱକପ

Odisha Sports Bureau

ବିଶ୍ୱକପ ହକିରେ ଆଦିବାସୀ ଝିଅ ଗାଇବେ ଗୀତ

Odisha Sports Bureau

ନ୍ୟୁଜିଲାଣ୍ଡକୁ ୭-୪ ଗୋଲରେ ପରାସ୍ତ କରିଛି ଭାରତ

Odisha Sports Bureau