Wrestling

ଭାରତୀୟ କୁସ୍ତି ମହାସଂଘ ସଦସ୍ୟକୁ ନିଲମ୍ବିତ କଲା UWW

ଭାରତୀୟ କୁସ୍ତି ମହାସଂଘକୁ ବଡ ଝଟକା । ୟୁନାଇଟେଡ ୱାର୍ଲ୍ଡ ରେସଲିଙ୍ଗ ଭାରତୀୟ (UWW) ମହାସଂଘକୁ ନିଲମ୍ବିତ କରିଛନ୍ତି । ଭାରତୀୟ କୁସ୍ତି ମହାସଂଘକୁ ପୂର୍ବରୁ ନୋଟିସ ଦିଆଯାଇଥିଲା । ଚେତାବନୀ ପରେ ମଧ୍ୟ ଭାରତୀୟ ସଂଘର ନିର୍ବାଚନ କରାଇ ନଥିଲା । ଯାହା ଫଳରେ ଆଜି ମହାସଂଘ ଭାରତର ସଦସ୍ୟତା ଛଡାଇ ନେଇଛି । ବିଶ୍ୱ କୁସ୍ତି ମହାସଂଘ ତରଫରୁ ୪୫ ଦିନରେ ନିର୍ବାଚନ କରିବା ପାଇଁ ଭାରତୀୟ କୁସ୍ତିସଂଘକୁ କହିଥିଲା। କିନ୍ତୁ ନିର୍ବାଚନ ହୋଇପାରିଲା ନାହିଁ । ନିର୍ବାଚନ କରାଇବା ପାଇଁ ପୂର୍ବରୁ ବିଶ୍ୱ କୁସ୍ତି ମହାସଂଘ ବା ଡବ୍ଲୁଏଫଆଇ ପକ୍ଷରୁ ଭାରତୀୟ କୁସ୍ତି ସଂଘକୁ ଏକ ଚିଠି ମାଧ୍ୟମରେ ସୂଚନା ଦିଆଯାଇଥିଲା ।

ଭାରତୀୟ ମହିଳା କୁସ୍ତି ଖେଳାଳିମାନେ ବୃଜଭୂଷଣ ଶରଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ଭାରତୀୟ କୁସ୍ତି ମହାସଂଘର ପଦାଧିକାରୀଙ୍କୁ ସସପେଣ୍ଡ କରି ଏକ ସ୍ୱତନ୍ତ୍ର ଗଠନ କରାଯାଇଥିଲା । କୁସ୍ତି ମହାସଂଘର ନୂଆ ନିର୍ବାଚନ ପାଇଁ ଜମ୍ମୁ-କାଶ୍ମୀର ହାଇକୋର୍ଟର ପୂର୍ବ ବିଚାରପତି ଏମ କୁମାରଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା ।

Related posts

ଗୁଜରାଟ ସ୍ପୋର୍ଟ କ୍ଲବ୍‌ରେ ଆୟୋଜିତ ବାର୍ଷିକ ସାଧାରଣ ବୈଠକରେ ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ନିଜ ରେକର୍ଡ ଭାଙ୍ଗି ଦୀପ୍ତିଙ୍କ ବିଶ୍ୱରେକର୍ଡ

Odisha Sports Bureau

ଚାକିରୀରେ ଯୋଗଦାନ କରିଛୁ, ଆନ୍ଦୋଳନରୁ ଓହରିନୁ: ବଜରଙ୍ଗ, ସାକ୍ଷୀ ଏବଂ ଭିନେଶ

Odisha Sports Bureau