Cricket

ବିଶ୍ୱକପ ଟ୍ରଫିକୁ ଅନାବରଣ କଲେ ଉର୍ବଶୀ ରୌତେଲା

କେତେବେଳେ କପଡାକୁ ନେଇ ତ ଆଉ କେବେ ଗହଣାକୁ ନେଇ ଚର୍ଚ୍ଚାରେ ରୁହନ୍ତି ବଲିଉଡ ଅଭିନେତ୍ରୀ । ଏବେ ପୁଣି ଚର୍ଚ୍ଚରେ ଅଛନ୍ତି ବଲିଉଟ ଅଭିନେତ୍ରୀ ଉର୍ବଶୀ ରୌତେଲା । ନିକଟରେ ଉର୍ବଶୀ ଇନଷ୍ଟାଗ୍ରାମରେ ଏକ ଫୋଟ ପେଷ୍ଟ କରିଛନ୍ତି । ଯେଉଁଥିରେ ସେ ଆଇସିସି ବିଶ୍ୱକପ ଟ୍ରଫିକୁ ହାତରେ ଧରିଛନ୍ତି । ଫଟୋରେ ଉର୍ବଶୀ ସୁନେଲୀ ରଙ୍ଗର ଗାଉନ ପିନ୍ଧିଥିବା ନଜର ଆସିଛନ୍ତି । ସେ ଫଟୋ ପୋଷ୍ଟ କରି କହିଛନ୍ତି , ଫ୍ୟାନ୍ସ ପ୍ୟାରସରେ ଏଫିଲ ଟାଓ୍ଵରରେ ‘କ୍ରିକେଟ ବିଶ୍ୱକପ ୨୦୨୩ ଟ୍ରଫି’କୁ ଲଞ୍ଚ ଏବଂ ଅନାବରଣ କରିଥିବା ପ୍ରଥମ ଅଭିନେତ୍ରୀ । ସମସ୍ତଙ୍କୁ ବିନମ୍ର ଧନ୍ୟବାଦ@icc @cricketworldcup @france_cricket’।

 ଆଇସିସି ବିଶ୍ୱକପ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ବିଶ୍ୱକପ ଭାରତରେ ୫ ଅକ୍ଟୋବରରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଖେଳାଯିବ । ଏହାକୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ଏପଟେ ଫ୍ୟାନ୍ସ ବହୁତ ଉତ୍ସାହିତ ରହିଥିବା ବେଳେ ଉର୍ବଶୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚକଚମିଆ ଟ୍ରଫିର ଅନାବରଣ କରିଛନ୍ତି ।

Related posts

ରୋହିତ, କୋହଲିଙ୍କ କଟିପାରେ ଦରମା, ଏଣିକି ପାଇବେ କମ ଟଙ୍କା

Odisha Sports Bureau

ଶ୍ରୀଲଙ୍କାର ଅଭିଜ୍ଞ କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି

ବାଂଲାଦେଶ ପ୍ରିମିଅର ଲିଗକୁ ସସପେଣ୍ଡ କରାଯାଇଛି

Odisha Sports Bureau