Uncategorized

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ଫାଇନାଲରେ ନୀରଜ ଚୋପ୍ରା

ନୂଆଦିଲ୍ଲୀ : ପୁଣି ଇତିହାସ ରଚିଲେ ଭାରତର ସୁନା ପୁଅ ନୀରକ ଚୋପ୍ରା । ହଙ୍ଗେରୀରେ ରାଜଧାନୀ ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ଫାଇନାଲରେ ପ୍ରବେଶ କରିଛନ୍ତି ନୀରଜ ଚୋପ୍ରା । ନୀରଜ ଚୋପ୍ରା ପ୍ରଥମ ପ୍ର୍ରୟାସରେ ୮୮.୭୭ ମିଟର ଫିଙ୍ଗି ଫାଇନାଲରେ ପ୍ରବେଶ କରିବା ସହ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି।

 ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସେ ଜାଭଲିନରେ ଏମିତ ଥ୍ରୋ କରିଛନ୍ତି ଯେଉଁଥିରେ ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବା ସହ ପ୍ୟାରିସ ଅଲିମ୍ପିକ୍ସ ଟିକେଟ୍ ହାତେଇଛନ୍ତି । ଏହି ପ୍ରତିଯୋଗିତାର ଫାଇନାଲ ଆସନ୍ତା ୨୭ ତାରିଖ ରବିବାର ଖେଳାଯିବ । ବିଶ୍ୱ ଆଥେଲିଟିକସ୍ ଚାମ୍ପିୟନସିପରେ ନୀରଜ ପ୍ରଥମ ପ୍ରୟାସରେ ୮୮.୭୭ ମିଟର ଥ୍ରୋ କରି ଏହି ସଫଳତା ହାସଲ କରିଛନ୍ତି । ଚଳିତ ସିଜନରେ ଏହା ନୀରଜଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ନିରଜଙ୍କ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ ୮୯.୯୪ ମିଟର ରହିଛି, ଯାହ ୨୦୨୨ରେ ନୀରୋଜ ଥ୍ରୋ କରିଥିଲେ । ବିଶ୍ୱ ଆଥେଲିଟିକସ୍ ଚାମ୍ପିୟନସିପରେ ବିଶ୍ୱର ୩୭ ଜଣ ଶ୍ରେଷ୍ଠ ପ୍ରତିଯୋଗୀ ଅଶଂଗ୍ରହଣ କରିଥିବା ବେଳେ ନୀରୋଜ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିଛନ୍ତି ।

Related posts

ଭାରତର ବିଜୟ ପରେ ଭାବପ୍ରବଣ ହୋଇଗଲେ ସାରା ତେନ୍ଦୁଲକର

Odisha Sports Bureau

ଆଇପିଏଲର ୪୩ତମ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ  ସୁପରଜ୍ୟାଣ୍ଟସ

Odisha Sports Bureau

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଚମକିଲେ ଓଡ଼ିଆ ପୁଅ କିଶୋର ଜେନା

Odisha Sports Bureau