Cricket

ବିଶ୍ୱକପ କ୍ରିକେଟ କ୍ରେଜ ଚରମ ସୀମାରେ:ପ୍ରଥମ ଦିନରେ ଟିକେଟ ବିକ୍ରି ୱେବସାଇଟ କ୍ରାସ

ଭାରତରେ ହେବାକୁ ଥିବା ବିଶ୍ୱକପ ୨୦୨୩ ପାଇଁ ଟିକେଟ ବିକ୍ରି ୨୫ ଅଗଷ୍ଟରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଭାରତ ଖେଳୁନଥିବା ମ୍ୟାଚର ଟିକେଟ ବିକ୍ରି ହୋଇଥିଲା । ଏହି ସମୟରେ ଟ୍ରାଫିକ ଜାମ ହେବାରୁ ୱେବସାଇଟ ଏବଂ ଆପ ୩୦ରୁ ୪୦ ମିନିଟ କ୍ରାସ ହୋଇଯାଇଥିଲା । ଏଥିଯେଗୁ କ୍ରିକେଟ ପ୍ରେମୀ ନିରାଶ ହୋଇଥିଲେ । ବିନା ଭାରତ ମ୍ୟାଚରେ ଯଦି ୱେବସାଇଟ କ୍ରାସ ହୋଇଛି ତେବେ ଭାରତ ମ୍ୟାଚ ସମୟରେ ବେଳେ କଣ ହେବ ।

ଭାରତୀୟ ସମୟ ଅନୁସାରେ ରାତି ୮ଟାରେ ‘ବୁକ୍‌ ମାଇଁ ଶୋ’ ଆପ୍‌ କ୍ରାସ୍‌ ହେବା ଅଭିଯୋଗ ହୋଇଥିଲା । ୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ ପାଇଁ ଟିକେଟ ବିକ୍ରି ହେଉଛି । ଏହି ସାଇଟରେ କ୍ରିକେଟ ପ୍ରେମୀଙ୍କ ଏତେ ଉତ୍ସାହ ଲାଗି ରହିଥିଲା ଯେ ସାଇଟ୍‌ ଜାମ୍‌ ଯୋଗୁଁ କ୍ରାସ ହୋଇଯାଇଥିଲା ।

ଗୌହ୍ଵାଟି ଏବଂ ତିରୁଅନନ୍ତପୁରମରେ ଭାରତର ଅଭ୍ୟାସ ମ୍ୟାଚ ଟିକେଟ୍‌ ୩୦ ଅଗଷ୍ଟରୁ କିଣିପାରିବେ ଫ୍ୟାନ୍ସ । ଏହାର ଗୋଟେ ଦିନ ପୂର୍ବରୁ ଚେନ୍ନାଇ, ଦିଲ୍ଲୀ, ପୁନେ ଭାରତରେ ମ୍ୟାଚ୍‌ ପାଇଁ ଟିକେଟ ଖୋଲାଯିବ ।

Related posts

ଧୋନୀଙ୍କ ସିଲେକ୍ସନକୁ ନେଇ ପ୍ରଶ୍ନ କଲେ ଜାଡେଜା

Odisha Sports Bureau

ଗୋଟିଏ ଦିନରେ ଦୁଇଟି ଦେଶ ସହିତ ଖେଳିବ ଟିମ୍ ଇଣ୍ଡିଆ

Odisha Sports Bureau

ବାବର ଆଜମଙ୍କ ସୋସିଆଲ୍ ମିଡିଆରେ ଭାଇରାଲ ହେଲା ବ୍ୟକ୍ତିଗତ ଫଟୋ

Odisha Sports Bureau