Cricket

ଭାରତ ଖେଳିବାକୁ ଥିବା ମ୍ୟାଚ ପାଇଁ ଟିକେଟ ଆଜିଠାରୁ ବିକ୍ରି ହେବ

ଭୁବନେଶ୍ୱର: ବିଶ୍ୱପାଇଁ ଆରମ୍ଭ ହେଲା ଟିକେଟ ବିକ୍ରି । ଟିକେଟ୍ ମୂଲ୍ୟ ୫୦୦ରୁ ଆରମ୍ଭ କରି ୧୦ ହଜାର ଟଙ୍କା ଯାଏ ରହିଛି । ଆଜି ହିଁ ଟିକେଟ କିଣି ପାରିବେ ଦର୍ଶକ ଟିକେଟ । ଭାରତ ଖେଳିବାକୁ ଥିବା ମ୍ୟାଚ ପାଇଁ ଟିକେଟ ଆଜିଠାରୁ ବିକ୍ରି ହେବ । ଆଗାମୀ ଅକ୍ଟୋବର ୫ରୁ ନଭେମ୍ବର ୧୯ ତାରିଖ ପର୍ୟ୍ୟନ୍ତ ବିଶ୍ୱକପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାରତରେ ଆୟୋଜିତ ହେବ । ଚେନ୍ନାଇ, ଦିଲ୍ଲୀ ଏବଂ ପୁଣେର ମ୍ୟାଚ ପାଇଁ ଟିକେଟ ବିକ୍ରି କରାଯିବ ।ଏହାପରେ ସେପ୍ଟେମ୍ବର ୧ ତାରିଖରେ ଧର୍ମଶାଳା, ଲକ୍ଷ୍ନୌ ଏବଂ ମୁମ୍ବାଇରେ ହେବା ଥିବା ମ୍ୟାଚ ପାଇଁ ଟିକେଟ ବିକ୍ରି କରାଯିବ । ପ୍ରଥମେ ବିଶ୍ୱକପର ୩ଟି ମ୍ୟାଚ ପାଇଁ ଟିକେଟ ବିକ୍ରି ଆରମ୍ଭ କରାଯିବ । ସେହିପରି ସେପ୍ଟେମ୍ବର ୨ ତାରିଖରେ ୨ଟି ମ୍ୟାଚ ପାଇଁ ବିକ୍ରି ହେବ ଟିକେଟ । ଏହିଦିନ ବେଙ୍ଗଲୁରୁ ଏବଂ କୋଲକାତା ମ୍ୟାଚ ପାଇଁ ଟିକେଟ ବିକ୍ରି ହେବ । ଶେଷରେ ବହୁ ପ୍ରତିକ୍ଷିତ ତଥା ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ମ୍ୟାଚ ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଟିକେଟ ସେପ୍ଟେମ୍ବର ୩ ତାରିଖରେ ବିକ୍ରି ପାଇଁ ଉପଲବ୍ଧ ହେବ । ଆଇସିସି ଅନ୍‌ଲାଇନ୍‌ରେ  cricketworldcup.com ରେ ଟିକେଟ୍ ବିକ୍ରି କରିପାରେ । ଅକଟୋବର ୧୫ ତାରିଖରେ ଅହମଦାବାଦରେ ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲା ପାଇଁ ସବୁଠୁ ଅଧିକ ଟିକେଟ୍ ଡିମାଣ୍ଡ ରହିବ ବୋଲି ଆଶା କରାଯାଉଛି।

Related posts

ଟେଷ୍ଟରେ ପ୍ରଥମେ ଓପନିଂ କରିବେ ଯଶସ୍ଵୀ, ଗିଲ୍ ଖେଳିବେ ତୃତୀୟ ନମ୍ବରରେ

IPLରେ ମାଲିଙ୍ଗାଙ୍କ ଏଣ୍ଟ୍ରି

Odisha Sports Bureau

ଟେଷ୍ଟ୍ କ୍ରିକେଟରେ ୭୦୦ ୱିକେଟ ନେଇ ରେକର୍ଡ କଲେ ଅଶ୍ୱିନ