Cricket

ଭାରତ ଖେଳିବାକୁ ଥିବା ମ୍ୟାଚ ପାଇଁ ଟିକେଟ ଆଜିଠାରୁ ବିକ୍ରି ହେବ

ଭୁବନେଶ୍ୱର: ବିଶ୍ୱପାଇଁ ଆରମ୍ଭ ହେଲା ଟିକେଟ ବିକ୍ରି । ଟିକେଟ୍ ମୂଲ୍ୟ ୫୦୦ରୁ ଆରମ୍ଭ କରି ୧୦ ହଜାର ଟଙ୍କା ଯାଏ ରହିଛି । ଆଜି ହିଁ ଟିକେଟ କିଣି ପାରିବେ ଦର୍ଶକ ଟିକେଟ । ଭାରତ ଖେଳିବାକୁ ଥିବା ମ୍ୟାଚ ପାଇଁ ଟିକେଟ ଆଜିଠାରୁ ବିକ୍ରି ହେବ । ଆଗାମୀ ଅକ୍ଟୋବର ୫ରୁ ନଭେମ୍ବର ୧୯ ତାରିଖ ପର୍ୟ୍ୟନ୍ତ ବିଶ୍ୱକପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାରତରେ ଆୟୋଜିତ ହେବ । ଚେନ୍ନାଇ, ଦିଲ୍ଲୀ ଏବଂ ପୁଣେର ମ୍ୟାଚ ପାଇଁ ଟିକେଟ ବିକ୍ରି କରାଯିବ ।ଏହାପରେ ସେପ୍ଟେମ୍ବର ୧ ତାରିଖରେ ଧର୍ମଶାଳା, ଲକ୍ଷ୍ନୌ ଏବଂ ମୁମ୍ବାଇରେ ହେବା ଥିବା ମ୍ୟାଚ ପାଇଁ ଟିକେଟ ବିକ୍ରି କରାଯିବ । ପ୍ରଥମେ ବିଶ୍ୱକପର ୩ଟି ମ୍ୟାଚ ପାଇଁ ଟିକେଟ ବିକ୍ରି ଆରମ୍ଭ କରାଯିବ । ସେହିପରି ସେପ୍ଟେମ୍ବର ୨ ତାରିଖରେ ୨ଟି ମ୍ୟାଚ ପାଇଁ ବିକ୍ରି ହେବ ଟିକେଟ । ଏହିଦିନ ବେଙ୍ଗଲୁରୁ ଏବଂ କୋଲକାତା ମ୍ୟାଚ ପାଇଁ ଟିକେଟ ବିକ୍ରି ହେବ । ଶେଷରେ ବହୁ ପ୍ରତିକ୍ଷିତ ତଥା ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ମ୍ୟାଚ ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଟିକେଟ ସେପ୍ଟେମ୍ବର ୩ ତାରିଖରେ ବିକ୍ରି ପାଇଁ ଉପଲବ୍ଧ ହେବ । ଆଇସିସି ଅନ୍‌ଲାଇନ୍‌ରେ  cricketworldcup.com ରେ ଟିକେଟ୍ ବିକ୍ରି କରିପାରେ । ଅକଟୋବର ୧୫ ତାରିଖରେ ଅହମଦାବାଦରେ ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲା ପାଇଁ ସବୁଠୁ ଅଧିକ ଟିକେଟ୍ ଡିମାଣ୍ଡ ରହିବ ବୋଲି ଆଶା କରାଯାଉଛି।

Related posts

କିଏ ମାରିଛି ଟି -୨୦ ବିଶ୍ୱକପରେ ସର୍ବାଧିକ ଚଉକା ଓ ଛକା?

Odisha Sports Bureau

ଆଜି ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ବାବା ମହାକାଳଙ୍କୁ ଦର୍ଶନ କଲେ ଭାରତୀୟ ଖେଳାଳି, ପନ୍ତଙ୍କ ପାଇଁ କଲେ ପ୍ରାର୍ଥନା

Odisha Sports Bureau