Football

ବାପା ହେଲେ ଭାରତୀୟ ଫୁଟବଲ୍‌ ଦଳର ଅଧିନାୟକ

ନୂଆଦିଲ୍ଲୀ : ବାପା ହେଲେ ଫୁଟବଲ୍‌ ଦଳର ଅଧିନାୟକ ସୁନୀଲ ଛେତ୍ରୀ | ତାଙ୍କ ପତ୍ନୀ ସୋନମ ଭଟ୍ଟାଚାର୍ଯ୍ୟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି | ଭାରତୀୟ ଫୁଟବଲ୍‌ ଦଳର ଅଧିନାୟକ ସୁନୀଲ ପୂର୍ବରୁ ଭୁବନେଶ୍ବରରେ ଇଣ୍ଟରକଣ୍ଟିନେଣ୍ଟାଲ୍‌ କପ୍‌ ଖେଳୁଥିବା ସମୟରେ ସେ ବାପା ହେବାକୁ ଯାଉଥିବା ସଂକ୍ରାନ୍ତରେ ଏକ ଭିନ୍ନ ଢଙ୍ଗରେ ସୂଚନା ଦେଇଥିଲେ। ଭାନୁଆତୁ ବିପକ୍ଷରେ ଗୋଲ୍‌ ଦେବା ପରେ ଜର୍ସି ଭିତର ବଲ୍‌ ପୁରାଇ ଷ୍ଟାଣ୍ଡ୍‌ରେ ଥିବା ସୋନମଙ୍କ ଆଡ଼କୁ ଇଙ୍ଗିତ କରିଥିଲେ। ଏବେ ପରିବାରକୁ ସମୟ ଦେବାକୁ ଥିବାରୁ ସେ ଡୁରାଣ୍ଡ କପ୍‌ରେ ବେଙ୍ଗାଲୁରୁ ଏଫ୍‌ସି ପାଇଁ ଖେଳିପାରିନଥିଲେ। ଏଥି ସହିତ ଥାଇଲାଣ୍ଡରେ ହେବାକୁ ଥବିା କିଙ୍ଗ୍ସ କପ୍‌ ପାଇଁ ତାଙ୍କୁ ଭାରତୀୟ ଦଳରୁ ବିଶ୍ରାମ ଦିଆଯାଇଛି। ‌ତଥାପି ଏସୀୟ କ୍ରୀଡ଼ା ବେଳକୁ ସେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

Related posts

ଚେନ୍ନାଇନକୁ ହରାଇ ଗୋଆ ଜିତିଲା ସୁପରକପ

Odisha Sports Bureau

ଜୀବନ ଯୁଦ୍ଧରେ ହାରିଗଲେ ଫୁଟବଲର

Odisha Sports Bureau

ଲିଓନେଲ୍ ମେସିଙ୍କ ନୂଆ ରେକର୍ଡ

Odisha Sports Bureau