Hockey

ଜାପାନକୁ ୩୫-୧ରେ ହରାଇଲା ଭାରତ

ସଲାଲା: ଜାପାନକୁ ୩୫-୧ରେ ହରାଇଲା ଭାରତ | ୩୦ ମିନିଟ୍‌ରେ ୩୬ ଗୋଲ୍‌ ହାସଲ | ଗୁରୁବାର ଖେଳାଯାଇଥିବା ଦୁଇଟି ମୁକାବିଲାରେ ଭାରତ ୭-୫ ଗୋଲ୍‌ରେ ମାଲେସିଆକୁ ଓ ୩୫-୧ ଗୋଲ୍‌ରେ ଜାପାନ୍‌କୁ ପରାସ୍ତ କରିଥିଲ। ପଏଣ୍ଟ ଟେବୁଲ୍‌ରେ ଭାରତ ୫ ମ୍ୟାଚ୍‌ରୁ ୪ ରେ ବିଜୟୀ ହୋଇ ୧୨ ପଏଣ୍ଟ ପାଇବା ସହ ଦ୍ବିତୀୟ ସ୍ଥାନରେ ରହିଛି। ପ୍ରଥମ ମ୍ୟାଚ୍‌ରେ ମାଲେସିଆ ବିପକ୍ଷରେ ଭାରତ ପକ୍ଷରୁ ଗୁରଜୋତ୍‌ ସିଂହ ୫ଟି ଗୋଲ୍‌ ଦେଇଥିଲା ବେଳେ ମନିନ୍ଦର ସିଂହ ୧୨ ମିନିଟ୍‌, ରାହିଲ୍‌ ମହମ୍ମଦ ୨୧ ମିନିଟ୍‌ରେ ଗୋଲ୍‌ ସ୍କୋର କରିଥିଲେ। ତେବେ ଦ୍ବିତୀୟ ମ୍ୟାଚ୍‌ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ଜାପାନ ବିପକ୍ଷ ଏହି ମ୍ୟାଚ୍‌ରେ ଭାରତ ୩୦ ମିନିଟ୍‌ ମଧ୍ୟରେ ୩୫ ଗୋଲ୍‌ ଦେଇଥିଲା। କେବଳ ଦୀପସାନ ତିର୍କିଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଗୋଲ୍‌ ସ୍କୋର କରିଥିଲେ। ମନିନ୍ଦର ସିଂହ ସର୍ବାଧିକ ୧୦ ଗୋଲ୍‌ ସ୍କୋର କରିଥିଲେ। ତାଙ୍କ ପଛକୁ ରାହିଲ ମହମ୍ମଦ ୭, ଗୁରଜୋତ ସିଂହ ୫, ପବନ ରାଜଭର ୫, ସୁଖବିନ୍ଦର ୪, ମନଦୀପ ମୋର ୩ ଓ ଯୁଗରାଜ ସିଂହ ୧ ଗୋଲ୍‌ ଦେଇଥିଲେ। ଜାପାନ୍‌ ୨୯ ମିନିଟ୍‌ରେ ଗୋଟିଏ ଗୋଲ୍‌ ଶୁଝିବାକ ସକ୍ଷମ ହୋଇଥିଲା।

 

Related posts

ଅଲମ୍ପିକ ଟେଷ୍ଟ ଇଭେଣ୍ଟ : ବିଜୟରୁ ଅଭିଯାନ ଆରମ୍ଭ କଲେ ଭାରତୀୟ ମହିଳା ହକି ଟିମ

Odisha Sports Bureau

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ

Odisha Sports Bureau

FIH ପ୍ରୋ ଲିଗ୍: ସୁଟଆଉଟ୍‌ରେ ଇଂଲଣ୍ଡକୁ ହରାଇଲା ଭାରତ, ବିଜୟ ସହ ଅଭିଯାନ ଶେଷ