chess

ଚେସ୍ ଖେଳରେ ଉତ୍ତମ ପ୍ରଦର୍ଶନ କରି ବିଶ୍ୱ ସ୍ତରରେ ଭାରତ ପାଇଁ ଗୌରବ ଆଣିଲେ ପ୍ରଜ୍ଞାନ ନନ୍ଦ

ଭାରତ : ଚେସ୍ ଖେଳରେ ଉତ୍ତମ ପ୍ରଦର୍ଶନ କରି ବିଶ୍ୱ ସ୍ତରରେ ଭାରତ ପାଇଁ ଗୌରବ ଆଣିଲେ ପ୍ରଜ୍ଞାନ ନନ୍ଦ । ଏନେଇ ତାଙ୍କୁ ଭବ୍ୟ ସମ୍ମାନ ଦିଆଯାଇଛି । ଚେସ୍ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନ ନନ୍ଦ ଓ ତାଙ୍କ ଅଭିଭାବକଙ୍କୁ ସମ୍ମାନିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଅନୁରାଗ ଠାକୁର ପ୍ରଜ୍ଞାନା ନନ୍ଦଙ୍କୁ ତାଙ୍କ ଖେଳ ପାଇଁ ଶୁଭକାମନା ଜଣାଇଛନ୍ତି । ଆଉ କହିଛନ୍ତି ପ୍ରଜ୍ଞାନ ନନ୍ଦ ଭାରତ ପାଇଁ ଗୌରବ ଆଣିଦେଇଛନ୍ତି । ମାତ୍ର ୧୬ ବର୍ଷ ବୟସରୁ ଇଣ୍ଟରନାସନାଲ ଗ୍ରାଣ୍ଡମାଷ୍ଟର ହେବା ଆଗରୁ କେହି କରି ପାରି ନଥିବା ବେଳେ ଏବେ ୧୮ ବର୍ଷ ବୟସରେ ବିଶ୍ୱକପ୍ ର ଫାଇନାଲରେ ପହଞ୍ଚିବା ଏବଂ ତାଙ୍କ ଖେଳର ଚମତକାର ପ୍ରଦର୍ଶନ କୁ ଖୁବ୍ ପ୍ରସଂଶା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଆଉ କହିଛନ୍ତି ଏହି ଖେଳାଳୀଙ୍କୁ ଦେଖି ଅନେକଙ୍କ ମଧ୍ୟରେ ପ୍ରେରଣା ସୃଷ୍ଟି ହୋଇଥାଏ । ଯାହା ଦେଶ ପାଇଁ ଶୁଭଙ୍କର ।
ପ୍ରଜ୍ଞାନ ନନ୍ଦଙ୍କ ଏପରି ସଫଳତା ପାଇଁ ସେ ତାଙ୍କ ଅଭିଭାବକଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି । ପିଲାଙ୍କ ସଫଳତାରେ ମାତା ପିତାଙ୍କ ମହତ୍ୱ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ତେଣୁ ସେ ସମସ୍ତ ଖେଳାଳୀଙ୍କୁ ସହୃଦୟର ସହ ଖେଳିବାକୁ ପ୍ରୋତ୍ସାହନ ଦେଇଛନ୍ତି । ଲଗାତର ପ୍ରୟାସ ଏବଂ ପରିଶ୍ରମ ଦ୍ୱାରା ଅସାଧ୍ୟ ବି ସାଧନ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ।

Related posts

ଜାତୀୟ ଚେସ୍ ବକ୍ସିଙ୍ଗ ସିନିୟର ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଗୌରବ ଆଣିଲେ ବିଷମକଟକ ଝିଅ ବି.ଭିନୀଲା

Odisha Sports Bureau

ଚେସ୍ ଷ୍ଟାର ଆର ପ୍ରଜ୍ଞାନାନନ୍ଦା ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟ ଜିତି ଇତିହାସ ସୃଷ୍ଟି କରିଛନ୍ତି…

ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା ରାହୁଲଙ୍କ ସଟ୍…

Odisha Sports Bureau