Cricket

ଏସିଆ କପ୍ : ବାଂଲାଦେଶକୁ ୭ ଓ୍ବିକେଟରେ ହରାଇଲା ପାକିସ୍ତାନ

ଲାହୋର: ଲାହୋରର ଗଦାଫି ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପ ଅନ୍ତର୍ଗତ ସୁପର-୪ର ପ୍ରଥମ ମ୍ୟାଚରେ ଆୟୋଜକ ପାକିସ୍ତାନ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ବାଂଲାଦେଶ ଦ୍ବାରା ରଖାଯାଇଥିବା ୧୯୪ ରନର ଲକ୍ଷ୍ୟକୁ ପାକିସ୍ତାନ ୩୯.୩ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଇନାମୁଲ ହକ୍ ସର୍ବାଧିକ ୭୮ ରନ କରିଥିବାବେଳେ ମହମ୍ମଦ ରିଜଓ୍ବାନ ଅପରାଜିତ ୬୩ରନ କରିଥିଲେ । ହରିସ ରୌଫ ୪ଟି ଓ ନସୀମ ଶାହ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ତେବେ ଏହି ମ୍ୟାଚରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । ଚଳିତ ଏସିଆ କପରେ ଅଧିକାଂଶ ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଉଥିବାବେଳେ ଏହି ମ୍ୟାଚ ଆଲୋକ ଯୋଗୁଁ କିଛି ସମୟ ପାଇଁ ବନ୍ଦ ରହିଥିଲା । ବାବର ଆଜମ ଓ ଇମାମ-ଉଲ-ହକ୍ କ୍ରିଜରେ ଥିବାବେଳେ ଫ୍ଲଡଲାଇଟ୍ ଲିଭିଯାଇଥିଲା । ଫଳରେ ମ୍ୟାଚ କିଛି ସମୟ ପାଇଁ ଅଟକି ରହିଥିଲା ।

Related posts

ଜୋର ଧରିଛି ରିଚା ‌‌ଘୋଷଙ୍କ ଚର୍ଚ୍ଚା

Odisha Sports Bureau

ଇରଫାନଙ୍କ ପରି ଶେଷ ହେବ ହର୍ଷିତଙ୍କ କ୍ୟାରିୟର?

Odisha Sports Bureau

୨୧ ମାସ ପରେ ODI ଦଳକୁ ଫେରିଛନ୍ତି ଅଶ୍ୱିନ; ଗତ ୫ ଟି ମ୍ୟାଚରେ କିପରି ଥିଲା ପ୍ରଦର୍ଶନ ଜାଣନ୍ତୁ

Odisha Sports Bureau