Cricket

ଏସିଆ କପ୍ : ବାଂଲାଦେଶକୁ ୭ ଓ୍ବିକେଟରେ ହରାଇଲା ପାକିସ୍ତାନ

ଲାହୋର: ଲାହୋରର ଗଦାଫି ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପ ଅନ୍ତର୍ଗତ ସୁପର-୪ର ପ୍ରଥମ ମ୍ୟାଚରେ ଆୟୋଜକ ପାକିସ୍ତାନ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ବାଂଲାଦେଶ ଦ୍ବାରା ରଖାଯାଇଥିବା ୧୯୪ ରନର ଲକ୍ଷ୍ୟକୁ ପାକିସ୍ତାନ ୩୯.୩ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଇନାମୁଲ ହକ୍ ସର୍ବାଧିକ ୭୮ ରନ କରିଥିବାବେଳେ ମହମ୍ମଦ ରିଜଓ୍ବାନ ଅପରାଜିତ ୬୩ରନ କରିଥିଲେ । ହରିସ ରୌଫ ୪ଟି ଓ ନସୀମ ଶାହ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ତେବେ ଏହି ମ୍ୟାଚରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । ଚଳିତ ଏସିଆ କପରେ ଅଧିକାଂଶ ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଉଥିବାବେଳେ ଏହି ମ୍ୟାଚ ଆଲୋକ ଯୋଗୁଁ କିଛି ସମୟ ପାଇଁ ବନ୍ଦ ରହିଥିଲା । ବାବର ଆଜମ ଓ ଇମାମ-ଉଲ-ହକ୍ କ୍ରିଜରେ ଥିବାବେଳେ ଫ୍ଲଡଲାଇଟ୍ ଲିଭିଯାଇଥିଲା । ଫଳରେ ମ୍ୟାଚ କିଛି ସମୟ ପାଇଁ ଅଟକି ରହିଥିଲା ।

Related posts

୧୨୩ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଟ୍ରାଭିସ…

Odisha Sports Bureau

ବୃଦ୍ଧଙ୍କ ଇଚ୍ଛା ପୂରା କରିଲେ ,ହୃଦୟ ଜିତିଲା ମାହି

Odisha Sports Bureau

କ୍ରିକେଟକୁ ବାଏ ବାଏ କଲେ ବନିତା

Odisha Sports Bureau