Cricket

କିଏ ଭାରତର ସଫଳ ଅଧିନାୟକ?

ନୂଅ।ଦିଲ୍ଲୀ: ଦିନିକିଅ। ବିଶ୍କପକୁ ଅ।ଉ ମାତ୍ର ଗୋଟିଏ ମାସ ବାକି ରହିଛି | ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଥିବା ବେଳେ ଦଳର ନେତୃତ୍ୱ ନେଉଛନ୍ତି ରୋହିତ ଶର୍ମା | ପ୍ରଥମ ଥର ପାଇଁ ଦିନିକିଅ। ଅଧିନାୟକ ଭାବରେ ସେ ବିଶ୍ୱକପ ଖେଳିବାକୁ ଯାଉଥିବା ବେଳେ ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ଦଳରେ ସାମିଲ ରହିଛନ୍ତି | ଏହାବ୍ୟତୀତ ଭାରତର ଅନ୍ୟ ଜଣେ ପୂର୍ବତନ ଅଧିନାୟକ ବର୍ତ୍ତମାନ ଦଳର କୋଚ୍ ଭାବରେ ରୋହିତଙ୍କ ସହ ରହିଛନ୍ତି | ତେବେ ବିଶ୍ୱକପରେ ନେତୃତ୍ୱ ନେଇଥିବା ଅଧିନାୟକଙ୍କ ମଧ୍ୟରେ ସବୁଠାରୁ ସଫଳ କ୍ୟାପ୍ଟେନ କିଏ?

୧୯୭୫ ମସିହାରେ ଦିନିକିଅ। ବିଶ୍ୱକପ ଅ।ରମ୍ଭ ହୋଇଥିବା ବେଳେ ୨୦୧୯ ଟୁର୍ଣ୍ଣାମେଣ୍ଟ ସୁଦ୍ଧା ୭ ଜଣ ଖେଳାଳି ଅଧିନାୟକ ପଦ ସମ୍ଭାଳିଛନ୍ତି । କିନ୍ତୁ ୧୯୮୩ରେ କପିଲ ଦେବ ଏବଂ ୨୦୧୧ ମସିହାରେ ଏମ.ଏସ ଧୋନୀଙ୍କ ନେତୃତ୍ୱରେ ଭାରତ ବିଶ୍ୱବିଜୟୀ ହେବାରେ ସଫଳ ହୋଇଛି । ତେବେ ବର୍ତ୍ତମାନର କୋଚ୍ ତଥା ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଭାରତ ବିଶ୍ୱକପରେ ସର୍ବାଧିକ ମ୍ୟାଚ ପରାସ୍ତ ହୋଇଛି ।

ସେହିପରି ଏସ ଭେଙ୍କଟରାଘବନ୍ ମଧ୍ୟ ରାହୁଲଙ୍କ ସହ ଏହି ତାଲିକାରେ ସ୍ଥାନ ପାଇଛନ୍ତି ଉଭୟ ଅଧିନାୟକ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ବିଫଳ ହୋଇଛନ୍ତି । ଦିନିକିଅ। ବିଶ୍ୱକପରେ ଧୋନୀ ହେଉଛନ୍ତି ଭାରତର ସବୁଠାରୁ ସଫଳ ଅଧିନାୟକ | ତାଙ୍କ ନେତୃତ୍ୱରେ ଭାରତ ସର୍ବାଧିକ ମ୍ୟାଚରେ ବିଜୟୀ ହୋଇଛି । ସେ ୨୦୧୧ ଏବଂ ୨୦୧୫ ବିଶ୍ୱକପରେ ମୋଟ ୧୭ଟି ମ୍ୟାଚ ଖେଳିଥିବା ବେଳେ ଏଥିରୁ ୧୪ଟି ମ୍ୟାଚରେ ଦଳ ବିଜୟଲାଭ କରିଛି ଏବଂ ୨ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ୨୦୧୧ରେ ଶ୍ରୀଲଙ୍କାକୁ ମାତ ଦେଇ ଦଳ ବିଶ୍ୱକପ ଚମ୍ପିଆନ ।କିନ୍ତୁ ୨୦୧୫ରେ ଅଷ୍ଟ୍ରେଲିଅ। ବିପକ୍ଷ ସେମି ଫାଇନାଲରେ ପରାସ୍ତ ହୋଇ ବିଶ୍ୱକପରୁ ବାଦ୍ ପଡ଼ି଼ିଥିଲା ଧୋନୀବାହିନୀ । ପୂର୍ବତନ ଅଧିନାୟକ କପିଲ ଦେବ(୧୯୮୩ ଓ ୧୯୮୭) ଭାରତର ଦ୍ିତୀୟ ସଫଳ ଅଧିନାୟକ କପିଲଙ୍କ ନେତୃତ୍ବରେ ଭାରତ ୧୫ଟି ମ୍ୟାଚରୁ ୧୧ଟି ମ୍ୟାଚରେ ବିଜୟ ହାସଲ କରିଛି । ତେବେ ତାଙ୍କ ନେତୃତ୍ୱରେ ହିଁ ଭାରତ ୧୯୮୭ ମସିହାରେ ପ୍ରଥମ ବିଶ୍ୱକପ ଜିତିଥିଲା । ସର୍ବାଧିକ ବିଶ୍ୱକପ ଖେଳିଥିବା ଅଧିନାୟକ ହେଉଛନ୍ତି ମହମ୍ମଦ ଅଜାରୁଦ୍ଦିନ ।

୧୯୯୨, ୧୯୯୬ ଏବଂ ୧୯୯୯ ମସିହାରେ ମୋଟ ୨୩ଟି ମ୍ୟାଚରୁ ୧୦ଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି । ତେବେ ୧୯୯୨ ମସିହାରେ ଭାରତ ଗ୍ରୁପ ରାଉଣ୍ଡରୁ ବାଦ୍ ପଡ଼ିଥିବା ବେଳେ ୧୯୯୬ରେ ସେମି ଫାଇନାଲ ଏବଂ ୧୯୯୯ରେ ସୁପର-୬ରୁ ଭାରତ ଫେରିଥିଲା । ୨୦୦୩ ବିଶ୍ୱକପରେ ସୌରଭ ଗାଙ୍ଗୁଲିଙ୍କ ନେତୃôରେ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଅ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ୧୧ ଟି ମ୍ୟାଚ ଖେଳିଥିବା ବେଳେ ୯ ଟି ମ୍ୟାଚରେ ଦାଦାଙ୍କ ଦଳ ବିଜୟଲାଭ କରିଥିଲା ଏବଂ ୨ଟି ମ୍ୟାଚରେ ପରାଜୟ ବରଣ କରିଛି ଟିମ ଇଣ୍ଡିଆ । ଏହାପରେ ଗତ ୨୦୧୯ ବିଶ୍ୱକପରେ ଭାରତର ନେତୃତ୍ୱ ନେଇଥିଲେ ବିରାଟ କୋହଲି । ଏହି ଟୁର୍ଣ୍ଣାମେଣ୍ଟରେ ବିରାଟ ବାହିନୀ ୯ଟି ମ୍ୟାଚ ଖେଳି ୭ଟି ବିଜୟୀ ହୋଇଥିଲେ ଏବଂ ୨ଟି ମ୍ୟାଚ ପରାସ୍ତ ହୋଇଥିଲେ । ତେବେ ସେମି ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାସ୍ତ ହୋଇ ବିରାଟ ବାହିନୀ ବିଶ୍ୱକପକୁ ହାତଛଡ଼ା କରିଥିଲା । ଶେଷରେ ଭେଙ୍କଟରାଘବନ ୧୯୭୫ ଏବଂ ୧୯୭୯ ବିଶ୍କପରେ ଦଳର ନେତୃତ୍ୱ ନେଇ ୬ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ହାସଲ କରିଥିଲେ । ସେହିପରି ରାହୁଲ ଦ୍ରାବିଡ ୨୦୦୭ ବିଶ୍ୱକପରେ ଅଧିନାୟକ ଭାବରେ ମାତ୍ର ଗୋଟିଏ ମ୍ୟାଚ ଜିତିଥିଲେ । ଉଭୟଙ୍କ ନେତୃତ୍ୱରେ ଭାରତ ପ୍ରଥମ ରାଉଣ୍ଡରୁ ହିଁ ବିଶ୍ୱକପରୁ ବିଦା ହୋଇଛି |

Related posts

ଟିମ୍ ରେ ଧୋନିଙ୍କ ଯୋଗଦାନକୁ ନେଇ କପିିଲ ଦେବ କହିଥିଲେ କିଛି ଏପରି କଥା

Odisha Sports Bureau

ଜବରଜସ୍ତ ଫର୍ମରେ ହିଟ ମ୍ୟାନ, ବିଗାଡୁଛି ବୋଲରଙ୍କ ଲୟ

Odisha Sports Bureau

ସିରିଜ ହାତେଇଲା ଅଷ୍ଟ୍ରେଲିଆ

Odisha Sports Bureau