Football

ବେଙ୍ଗାଲୁରୁ ଓ କୋଲକାତାରେ ‘ମିଡିଆ ଡେ’ ଅନୁଷ୍ଠିତ

ବ୍ୟୁରୋ: ଇଣ୍ଡିଆନ୍ ସୁପର ଲିଗ୍   ଆଇଏସ୍ଏଲ୍  ର ଦଶମ ସଂସ୍କରଣ ଚଳିତ ସେପ୍ଟେମ୍ବର ମାସ ୨୧ ତାରିଖରୁ କୋଚିର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆରମ୍ଭ ହେବ। ଏହା ପୂର୍ବରୁ ବେଙ୍ଗାଲୁରୁ ଓ କୋଲକାତାରେ ‘ମିଡିଆ ଡେ’ ଅନୁଷ୍ଠିତ ହୋଇଛି। ଯେଉଁଥିରେ କି ବେଙ୍ଗାଲୁରୁରେ ୫ ଦଳ ଏବଂ କୋଲ୍କାତାରେ ୭ ଦଳ ଅଂଶଗ୍ରହଣ କରିଥିଲେ। କୋଲକାତାରେ ଇଷ୍ଟ ବେଙ୍ଗଲ ଏଫ୍ସି, ନର୍ଥଇଷ୍ଟ ୟୁନାଇଟେଡ୍, ଓଡ଼ିଶା ଏଫ୍ସି, ପଞ୍ଜାବ ଏଫ୍ସି, ଜାମସେଦପୁର ଏଫ୍ସି, ମୋହନ ବାଗାନ ସୁପର ଜାଏଣ୍ଟସ୍ ଏଫ୍ସି ଓ କେରଳ ବ୍ଲାଷ୍ଟର୍ସ ଏଫ୍ସିର ପ୍ରଶିକ୍ଷକ ଓ ଅଧିନାୟକମାନେ ଯୋଗ ଦେଇଥିଲେ। ଭୁବନେଶ୍ବର ଭିତ୍ତିକ ଦଳ ଓଡ଼ିଶା ଏଫ୍ସି ପକ୍ଷରୁ ପ୍ରଶିକ୍ଷକ ସର୍ଜିଓ ଲୋବେରା, ଅହମଦ ଜାହୋଉ, ଅମ୍ରିନ୍ଦର ସିଂହ ଓ କାର୍ଲୋସ ଡେଲ୍ଗାଡୋ ପ୍ରମୁଖ ଏହି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ପ୍ରତ୍ୟେକ ଦଳରେ ପ୍ରାୟ ସମସ୍ତ ଭଲ ଖେଳାଳି ଅଛନ୍ତି। ଏସିଆଡ୍ ପାଇଁ ଦଳର କିଛି ତାରକା ଓ ଯୁବ ଖେଳାଳି ଗଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିବନି ବୋଲି ପ୍ରଶିକ୍ଷକ କହିଛନ୍ତିି। ଏସୀୟ କ୍ରୀଡ଼ା ଚଳିତ ମାସ ୨୩ରୁ ଆରମ୍ଭ ହେଉଥିଲା ବେଳେ ଏହା ପୂର୍ବରୁ ୧୯ରୁ ଭାରତ ଅଭିଯାନ ଆରମ୍ଭ କରିବ। ଉଭୟ ପ୍ରତିଯୋଗିତା ଏକକାଳୀନ ଖେଳାଗଲେ ମଧ୍ୟ ଆଇଏସ୍ଏଲ୍କୁ ଏସିଆଡ୍ ଫିକା କରିବନି ବୋଲି କୋଲକାତାରେ ଆୟୋଜିତ ଆଇଏସ୍ଏଲ୍ ‘ମିଡିଆ ଡେ’ରେ ମତ ପ୍ରକାଶ ପାଇଛି। ଚଳିତ ବର୍ଷ ଆମ ପାଇଁ ଦୁଇ ଦୁଇଟି ସୁଯୋଗ ରହିଛି। ଏଏଫ୍ସି କପ୍ ସହ ଆଇଏସ୍ଏଲ୍।

Related posts

ଛୋଟ ଭୁଲ ସବୁ ସୁଧାରି ଦଳ ଭଲ ପ୍ରଦର୍ଶନ କରିବ: ଷ୍ଟୁଆର୍ଟ ବାକ୍ସଟର

Odisha Sports Bureau

ମଙ୍ଗଳବାର ଫୁଟବଲ୍ ଇଭେଣ୍ଟରୁ ଏସୀୟ କ୍ରୀଡ଼ା ଆରମ୍ଭ

Odisha Sports Bureau

ହାଇଦ୍ରାବାଦକୁ ୩-୧ ଗୋଲରେ ପରାସ୍ତ କଲା ଜାମଶେଦପୁର

Odisha Sports Bureau