Football

ଏସୀୟ କ୍ରିଡାରେ ବାଂଲାଦେଶକୁ ୧-୦ରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ: ଏସୀୟ କ୍ରିଡାର ପ୍ରଥମ ବିଜୟୀ ହାସଲ କରିଲା ଭାରତ । ବାଂଲାଦେଶକୁ ପରାସ୍ତ କରିଲା ଭାରତ । ଏସୀୟ କ୍ରିଡାରେ ଭାରତୀୟ ଫୁଟବଲ ଦଳ ବାଂଲାଦେଶକୁ ୧-୦ରେ ପରାସ୍ତ କରିଛି । ଏହି ମ୍ୟାଚରେ ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନରେ ଖେଳାଯାଇଥିଲା । ଏହା ପୂର୍ବରୁ ଚୀନ ବିପକ୍ଷ ମ୍ୟାଚରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ଭଲ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଏହି ମ୍ୟାଚରେ ଭାରତ ବାଂଲାଦେଶକୁ ୧-୦ ଗୋଲରେ ପରାସ୍ତ କରିଛି । ଭାରତ ପକ୍ଷରୁ ଅଧିନାୟକ ସୁନୀଲ ଛେତ୍ରୀ ଶେଷ ମୁହୂର୍ତ୍ତରେ ଗୋଲ୍ ଦେଇଥିଲେ। ସେ ମ୍ୟାଚର ୮୫ ତମ ମିନିଟରେ ଏହି ଗୋଲ କରିଥିଲେ । ଭାରତ ଓ ବାଂଲାଦେଶ ମ୍ୟାଚରେ ଆରମ୍ଭରୁ ହିଁ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଉଭୟ ଦଳର ଖେଳାଳି ମାନେ ଆରମ୍ଭରୁ ଗୋଲ ସ୍କୋର କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ମ୍ୟାଚ୍ ର ପ୍ରଥମାର୍ଦ୍ଧ ପର୍ୟ୍ୟନ୍ତ ଭାରତ-ବାଂଲାଦେଶ ଖେଳାଳିମାନେ କୌଣସି ଗୋଲ୍ ସ୍କୋର କରିପାରିନଥିଲେ। କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଦଳ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା। ତେବେ ଉଭୟ ଦଳର ଖେଳାଳିମାନେ ଗୋଲ ସ୍କୋର କରିବାପାଇଁ ଅନେକ ସୁଯୋଗ ପାଇଥିଲେ ମଧ୍ୟ ତାହାର ଫାଇଦା ଉଠାଇବାରେ ବିଫଳ ହୋଇଥିଲେ।

Related posts

ମୋହନ ବାଗାନକୁ ହରାଇ ରିୟଲ କଶ୍ମୀର କ୍ଲବ ୨-୧ରେ ବିଜୟୀ

Odisha Sports Bureau

ଇଂରାଜୀ ପ୍ରିମିୟର ଲିଗ୍: ରେକର୍ଡ ପଏଣ୍ଟ ସୁରକ୍ଷିତ ରଖିବା ପାଇଁ ଲିଭରପୁଲ୍ ଆଉ ଏକ ବିଜୟ ଆବସ୍ୟକ

Odisha Sports Bureau

ମେସିଙ୍କୁ ତୃତୀୟଥର ପାଇଁ ମିଳିଲା ‘ଗୋଲ୍ଡେନ ଶୁ’ ପୁରଷ୍କାର

Odisha Sports Bureau