Cricket

ବିଶ୍ୱକପ ପାଇଁ ଦଳ ଘୋଷଣା କଲା ପାକିସ୍ତାନ

ବ୍ୟୁରୋ : ବିଶ୍ୱକପ ପାଇଁ ଦଳ ଘୋଷଣା କଲା ପାକିସ୍ତାନ । ସେହି ଦଳର ଅଧିନାୟକ ହୋଇଛନ୍ତି ବାବର ଆଜମ । ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଉଲ ହକ ଆଜି ଖେଳାଳି ମାନଙ୍କର ତାଲିକା ଖୋସଣା କରିଛନ୍ତି । ଏହି ଦଳରେ ବାବର ଆଜମ (ଅଧିନାୟକ), ସଦାବ ଖାନ୍ (ଉପଅଧିନାୟକ), ଅବଦୁଲ୍ଲା ସଫିକ, ଫକର ଜମନ, ହରିଶ ରଉଫ, ହାସନ ଅଲୀ, ଇଫତିକାର ଅହମଦ, ଇମାମ ଉଲ୍ ହକ, ମହମ୍ମଦ ନଓ୍ଵାଜ, ମହମ୍ମଦ ରିଜଓ୍ଵନ, ମହମ୍ମଦ ଓ୍ଵାସିମ ଜୁନିୟର, ସଲମନ ଆଘା, ସଉଦ ସକିଲ, ସାହିନ ଶାହ ଆଫ୍ରିଦି, ଉସମାନ ମୀର । ଅତିରିକ୍ତ ଖେଳାଳି-ମହମ୍ମଦ ହାରିସ୍, ଇବ୍ରାର ଅହମଦ, ଜମନ ଖାନ୍ ସ୍ଥାନ ପାଇଛନ୍ତି ।ମୋଟ ୧୦ଟି ଦଳ ଭାରତରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଏପର୍ୟ୍ୟନ୍ତ ୮ଟି ଟିମ୍ ଖେଳାଳି ଚୂଡ଼ାନ୍ତ ୧୫ ଜଣିଆ ତାଲିକା ଘୋଷଣା କରି ସାରିଥିବା ବେଳେ କେବଳ ବାଂଲାଦେଶ ଏବଂ ଶ୍ରୀଲଙ୍କା ଦଳ ଘୋଷଣା କରିବା ବାକି ଅଛି ।

 

Related posts

ଦିନିକିଆ ମ୍ୟାଚରେ ରୋହତ ଶର୍ମା ଆହତ

Odisha Sports Bureau

ସାମିଙ୍କୁ ଲାଗିଲା ହାଇକୋର୍ଟଙ୍କ ଝଟକା

ବିରାଟଙ୍କ ବିରାଟ ରେକର୍ଡ଼

Odisha Sports Bureau