Cricket

ବାରାଣସୀରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ କରିବେ ଶିଳାନ୍ୟାସ

ବାରାଣସୀ: ବାରାଣସୀ ଗଞ୍ଜାରୀରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମ୍ ପାଇଁ ୪୫୧ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଶିଳାନ୍ୟାସ କରିବେ । ଗଞ୍ଜାରୀରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମ ସବୁଠୁ ନିଆରା ହେବ । କାରଣ ଭଗବାନ ଶିବଙ୍କ ସହ ଜଡିତ ବସ୍ତୁକୁ ନେଇ ଷ୍ଟାଡିୟମର ଥିମ୍ ପ୍ରସ୍ତୁତ କରାଯିବ ।
ଷ୍ଟାଡିୟମର ବାହାରେ ଦେଖିବାକୁ ମିଳିବ ବିଶାଳ ତ୍ରିଶୂଳ । ଏଥିରେ ଫ୍ଲଡ ଲାଇଟ୍ ଲଗାଯିବ । ଷ୍ଟାଡିୟମର ମୁଖ୍ୟ ବିଲ୍ଡିଙ୍ଗକୁ ଶିବଙ୍କ ଡମ୍ବରୁ ଆକାରର ନିର୍ମାଣ କରାଯିବ । ସେହିପରି ଷ୍ଟାଡିୟମର ପ୍ରବେଶ ଦ୍ୱାରକୁ ବେଲପତ୍ର ଅକାରରେ ତିଆରି କରାଯିବ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ସଚ୍ଚିନ ତେନ୍ଦୁଲକର, ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର ଓ ଅନ୍ୟ ଖେଳାଳି ।

Related posts

ଆସେସ ସିରିଜ ବେଳେ ପିଚ୍ ଖରାପ କରିବା ପାଇଁ ପଡିଆରେ ପହଞ୍ଚିଲା ପ୍ରଦର୍ଶନକାରୀ

କମାଲ କଲେ ରିଙ୍କୁ ସିଂ : ଛକା ମାରି ମିଡିଆ ବକ୍ସ କାଚ ଭାଙ୍ଗିଦେଲେ

Odisha Sports Bureau

‘ଫାଦର୍ ଅଫ୍ କ୍ରିକେଟ’ : ପଡିଆକୁ ଓହ୍ଲାଇବା ମାନେ ଟିକେଟ୍ର ଦାମ୍ ଡବଲ୍ ହୋଇଯାଉଥିଲା

Odisha Sports Bureau

Leave a Comment