ପାରଳାଖେମୁଣ୍ଡି: ଓଡିଶା ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଚମ୍ପିୟନଶିପ-୨୦୨୩-୨୪ପ୍ରତିଯୋଗିତାରେ ଗଜପତି ଜିଲ୍ଲାର (୧୭ବର୍ଷରୁ କମ ବାଳକ) ସଫଳତା ହାସଲ କରି ଉପବିଜେତା (ରନର୍ସଅପ) ହୋଇଛନ୍ତି। ଏହି ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ସରକାରୀ କୁଇନ ଓଫ ଦା ଉଚବିଦ୍ୟାଳୟ ବ୍ରହ୍ମପୁର ଠାରେ ୧୬ ତାରିଖ ଠାରୁ ୧୮ତାରିଖ ପର୍ଯ୍ୟନ୍ତ ଚାଲୁରହିଥିଲା ।
କବାଡି ପ୍ରତିଯୋଗିତାରେ ୧୭ବର୍ଷରୁ କମ ବାଳକଦଳକୁ ଉପବିଜେତା (ରନର୍ସ ଅପ) ଦଳକୁ ଟ୍ରଫି ସହ ପ୍ରମାଣପତ୍ର ପ୍ରଦାନ କରିଛନ୍ତି, ଯଥାକ୍ରମେ ଶ୍ରୀ ସୁଶାନ୍ତ ପ୍ରଧାନ ଟୀମ ମ୍ଯାନେଜର, ଅଜୟ ବିଶ୍ଵାଳ ଓ ରେଖାରାଣୀ ଦେଓ ଟୀମ କୋଚ ଭାବରେ ଅଂଶ ଗ୍ରହଣ କରିଥିଲେ ସମସ୍ତ ଖେଳାଳି ମହାରାଜଙ୍କ ବାଳକ ଉଚ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ଉଚ ମାଧ୍ଯମିକ ବିଦ୍ୟାଳୟ କାଶିନଗର,ଉଚ ମାଧ୍ଯମିକ ବିଦ୍ୟାଳୟ, ରାମଗିରି, ସରକାରୀ ଉଚ ବିଦ୍ୟାଳୟ ବୋମିକା,ସରକାରୀ ଉଚ ବିଦ୍ୟାଳୟ ଶରଧାପୁର,ସରକାରୀ ଉଚ ବିଦ୍ୟାଳୟ ଛେଳିଗଡ, ନୀଳମଣି ଉଚବିଦ୍ୟାଳୟ ନାରାୟାଣପୁର,ଆର। ଏମ ଉଚ ବିଦ୍ୟାଳୟ ଖରଶଣ୍ଡା ର ଖେଳାଳି ମାନେ ଅଟନ୍ତି। ସମସ୍ତ ଖେଳାଳିଙ୍କ ଏହି ସଫଳତାକୁ ନେଈ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ ଏବଂ ଭାରପ୍ରାପ୍ତ କ୍ରିଡାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଶୁଭେଛ। ଜଣାଈଛନ୍ତି। ଏହି ଟୀମ ର ନେତୃତ୍ବ ଥିଲେ ସରକାରୀ ଉଚ୍ଛବିଦ୍ୟାଳୟର କ୍ରିଡାଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ପ୍ରଧାନ ,ଅଜୟ ବିଶ୍ଵାଳ ଓ ରେଖାରାଣୀ ଦେଓ ,ଦର୍ଶିତା ପଟନାୟକ, ଧିରେନ୍ଦ୍ର ସମାଲ, ଡିଲେଶ୍ଵର ତୃଣ, ଅମ୍ବିକା ପ୍ରସାଦ ଶେଠୀ,ଲିଙ୍ଗରାଜ ସାହୁ,ପ୍ରତୀକ କୁମାର ପାହାଡଶିଙ୍ଗ,ରାମକୃଷ୍ଣ ପାଣିଗ୍ରାହୀ ପ୍ରଶିକ୍ଷକ ଥିଲେ ।
ସମସ୍ତ ଖେଳାଳି ମାନେ ଜିଲ୍ଲାକୁ ଗୌରାବନିତ୍ଵ କରିଥିବାରୁ ସମସ୍ତଙ୍କୁ ପାରଳାଖେମୁଣ୍ଡି ସ୍ତିସ୍ତ ରେଲୱେ ସ୍ଟେଶନ ରୁ ପୁଷ୍ପଗୁଛ , ଗୋଲାପ ଫୁଲ ପ୍ରଦାନ କରି ଓ ମିଷ୍ଠାନ ବଣ୍ଟନ କରିଥିଲେ। ଏହି ଦଳକୁ ତାଲିମ ପ୍ରଦାନ କରିବା ପାଇଁ ସୁଯୋଗ ପ୍ରଦାନ କରିଥିବାରୁ ସରକାରୀ ଉଚବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରାମଚନ୍ଦ୍ର ଦଳବେହେର।ଙ୍କୁ ଜିଲ୍ଲା କ୍ରିଡା ବିଭାଗ ତରଫରୁ ଧନ୍ୟବାଦ ପ୍ରଦାନ କରିଛନ୍ତି।ସେମାନଙ୍କର ମାତା ଓ ପିତା ମାନଙ୍କୁ ଧନ୍ୟବାଦ ଜଣାଈବା ସହ ସମସ୍ତ କ୍ରିଡା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁଭାରପ୍ରାପ୍ତ କ୍ରିଡାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଧନ୍ୟବାଦ ଜଣ।ଈବା ସହ ଏହି ପ୍ରୟାସ ଜାରି ରଖିବା ପାଇଁ ଜିଲ୍ଲାରସମସ୍ତ କ୍ରିଡା ଶିକ୍ଷକ ଓ ଶିକ୍ଷ୍ୟୟତ୍ରୀ ମାନଙ୍କୁ ନିବେଦନ କରିଛନ୍ତି।