Badminton

ପୁରୁଷ ଏକକ-୩ ବର୍ଗରେ ସ୍ବର୍ଣ୍ଣ ପଦକ ଜିଣିଲେ ପ୍ରମୋଦ ଭଗତ

ଚୀନ୍‌ର ହାଙ୍ଗ୍‌ଝୌରେ ଚାଲିଥିବା ‘ଏସିଆନ୍‌ ପାରା ଗେମ୍‌ସ୍‌ ୨୦୨୩ରେ ଆଜି ଭାରତର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପ୍ରମୋଦ ଭଗତ ଭାରତ ଲାଗି ୨୧ତମ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଆଜି ପୁରୁଷ ଏକକ-୩ ବର୍ଗର ଚୂଡ଼ାନ୍ତ ମ୍ୟାଚ୍‌ରେ ଭଗତ ନିଜ ଦେଶର ଖେଳାଳି ନିତେଶ କୁମାରଙ୍କୁ ୨୨-୨୦, ୧୮-୨୧, ୨୧-୧୯ରେ ପରାସ୍ତ କରି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ସେହିପରି, ନିତେଶ କୁମାର ମଧ୍ୟ ପ୍ରଶଂସନୀୟ ଖେଳ ପ୍ରଦର୍ଶନ କରି ଏହି ପ୍ରତିଯୋଗିତାର ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ତୀରନ୍ଦାଜୀରେ ଶୀତଳ ଦେବୀ ସ୍ବର୍ଣ୍ଣ ପଦକ ଜିତି ରେକର୍ଡ କରିଛନ୍ତି । ସେ ସିଙ୍ଗାପୁରର ଅଲିମ୍ ନୁର୍ ସ୍ୟାହିଦହଙ୍କୁ ପରାସ୍ତ କରିଛନ୍ତି ।

ପ୍ରଥମ ଥର ପାଇଁ ୩ ଟି ପଦକ ହାସଲ କରିଛନ୍ତି ଏସିଆନ ଗେମ୍ ଗେମ୍ସ ରେ ପ୍ରମୋଦ। ୨୦୧୦ ରେ ଏକକ ଓ ଯୁଗଳ ରେ ଭାଗ ନେଇଥିଲେ ମଧ୍ୟ କୌଣସି ସଫଳତା ତାଙ୍କୁ ମିଳିନଥିଲା। ୨୦୧୪ ରେ ଏକକ ଓ ଯୁଗଳ ରେ ଭାଗ ନେଇଥିଲେ କିନ୍ତୁ କେବଳ ଏକକ ରେ କାଂସ୍ୟ ପଦକ ହାସଲ କରିଥିଲେ। ୨୦୧୮ ରେ ଏକକ ଓ ଯୁଗଳ ରେ ଭାଗ ନେଇଥିଲେ ଏକକ ରେ ସ୍ୱର୍ଣ୍ଣ ଓ ଯୁଗଳ ରେ କାଂସ୍ୟ ପଦକ ହାସଲ କରିଥିଲେ।

Related posts

ଓଡ଼ିଆ ଝିଅ ଋତୁପର୍ଣ୍ଣାଙ୍କ ଡବଲ ସଫଳତା

Odisha Sports Bureau

ଲଗାତର ୩ ଥର ଚାମ୍ପିୟନ ହୋଇ ଆସିକା ପାଇଁ ଗର୍ବ ଆଣିଛନ୍ତି ଅବିନାଶ

Odisha Sports Bureau

ଡେନମାର୍କ ଓପନର ଦ୍ୱିତୀୟ ରାଉଣ୍ଡରେ ପି.ଭି ସିନ୍ଧୁ

Odisha Sports Bureau