Uncategorized

ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିବସ ରେ‘ଏକତା ପାଇଁ ଦୌଡ’

କଟକ: ଆଜି ସକାଳେ ଭାଜପା କଟକ ନଗର ତରଫରୁ ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିବସ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ କଲେଜ ଛକ ଠାରୁ ନୂଆପାଟଣା ଶହୀଦ ପାର୍କ ପର୍ଯ୍ୟନ୍ତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଓଡିଶାର ଲୋକ ପ୍ରିୟ ନେତା କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କଲେଜଚ୍ଛକ ନେତାଜୀଙ୍କ ମୂର୍ତ୍ତିରେ ସକାଳ ସାତଟାରେ ପୁଷ୍ପମାଲ୍ୟ ପ୍ରଦାନ କରି ଏହି ବିଶାଳ ଭବ୍ୟ ଗଣ ଦୌଡ଼ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ରାଣୀହାଟ, ମଙ୍ଗଳାବାଗ ଓ ନୁଆ ପାଟଣାରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦେଲାପରେ ସଭା ମଞ୍ଚରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଚିତ୍ରପଟ ରେ ନମନ କରି ଦେଶର ସ୍ବାଧୀନତା ତଥା ପରବର୍ତ୍ତୀ କାଳର ଅସ୍ଥିର ଭାରତରେ ତାଙ୍କର ଲୌହ ସଦୃଶ ଭୂମିକାର ଅବତାରଣା କରି ତାଙ୍କ ପ୍ରେରଣାରେ ବର୍ତ୍ତମାନର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର୍ତ୍ତବ୍ୟ ପଥରେ ଦେଶକୁ ଆଗେଇନେବାକୁ ସଭିଙ୍କୁ ସହଯୋଗ ଦେବାକୁ ଆହ୍ୱାନ କରିଥିଲେ । ଶେଷରେ ଶ୍ରୀ ପ୍ରଧାନ ଉପସ୍ଥିତ ୫୦୦୦ କାର୍ଯ୍ୟକର୍ତାଙ୍କୁ ଦେଶ ମାତୃକା ପାଇଁ ସଂକଳ୍ପ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, କଟକ ସଦର ସଭାପତି ପ୍ରକାଶ ବେହେରା, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ଶାରଦା ପ୍ରଧାନ, ଦିଲ୍ଲୀପ ମଲ୍କିକ, ବିନୋଦ ଦାଶ, ସିକନ୍ଦର ଅଲ୍ଲୀ, ଶ୍ରୀତମ ଦାସ,ରଶ୍ମିରେଖା ଦାସ,ସ୍ମୃତି ପଟ୍ଟନାୟକ, ଲକ୍ଷ୍ମୀଧର ପ୍ରଧାନ,ଚିତ୍ତ ରଞ୍ଜନ ଦାସ,କର୍ପୋରେଟର ଗୋପାଳ ବେହେରା, ଦୀପକ ଦାସ,ଗଗନ ଓଝା, ଲକ୍ଷ୍ମୀଧର ବେହେରା, ଲିପ୍ସା ନାୟକ, ମମତା ମହାନ୍ତି, ଓ ରାକେଶ ସ୍ୱାଇଁ, ବିବେକାନନ୍ଦ ନାୟକ, ଭାଗିରଥି ଦଳେଇ, ଚିରଞ୍ଜୀବ ଖଣ୍ଡାୟତ ରାୟ,ବିଶ୍ୱରଥୀ ସ୍ୱାଇଁ,ଦେବାନନ୍ଦ ସିଂ, ଦିଲ୍ଲୀପ ସାହୁ, କବିରଞ୍ଜନ ମହାନ୍ତି, ନିରଞ୍ଜନ ବେହେରା,ନମିତା ମିଶ୍ର,ମହିମାନନ୍ଦ ସ୍ୱାଇଁ,ପ୍ରମୋଦ ଓଝା, ଶରତ ଭୋଳ, କୀର୍ତ୍ତି ପଟ୍ଟନାୟକ, ବିଜୟ ମହାରଣା ମୁନୀନ୍ଦ୍ର ଭୋଳ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Related posts

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ସୁପର୍ ଓଭରରେ ହରାଇଲା ଅଷ୍ଟ୍ରେଲିଆକୁ ଭାରତ

Odisha Sports Bureau

ମହିଳା ଦିନିକିଆ ବିଶ୍ୱକପ୍‌ ଲାଗି ଭାରତୀୟ ଦଳ ଘୋଷିତ ହୋଇଛି

Odisha Sports Bureau