Cricket

ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଫୁଟିବନି ବାଣ

ଦିଲ୍ଲୀ: ଆତଶବାଜିର ମଜା ନେଇପାରିବେ ନାହିଁ କ୍ରିକେଟ ପ୍ରେମୀ | ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ବାୟୂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ନଫୁଟାଇବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଏନେଇ ଆଇସିସିକୁ ମଧ୍ୟ ଅବଗତ କରିଛି ବିସିସିଆଇ । ଉଭୟ ଦିଲ୍ଲୀ ଓ ମୁମ୍ବାଇରେ ଏବେ ବାୟୂ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ଆସନ୍ତାକାଲି ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚରେ ଷ୍ଟାଡିୟମରେ ଥିବା ଦର୍ଶକ ମ୍ୟାଚ ପରେ ଆତଶବାଜିର ମଜା ନେଇପାରିବେ ନାହିଁ । କେବଳ ମୁମ୍ବାଇ ନୁହେଁ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଏଭଳି ହେବ । ୬ ତାରିଖରେ ବାଂଲାଦେଶ-ଶ୍ରୀଲଙ୍କା ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହେବ । ଏହି ଦୁଇଟି ସହରରେ ହେବାକୁ ଥିବା ବିଶ୍ୱକପ ମ୍ୟାଚରେ ଆତଶବାଜିକୁ ବ୍ୟାନ୍‌ କରାଯାଇଛି । ଦୁଇଟି ଯାକ ମେଟ୍ରୋ ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଖରାପ ହେବା କାରଣରୁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି ।

ମୁମ୍ବାଇର ବାୟୁ ପ୍ରଦୂଷଣ କେତେ ମାତ୍ରାରେ ବଢିଯାଇଛି ତାହାର ଆକଳନ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ଦେଖିଲେ ଜାଣିପାରିବେ । ମୁମ୍ବାଇକୁ ଆସୁଥିବା ବେଳେ ବିମାନରୁ ନେଇଥିବା ଫଟୋ ପୋଷ୍ଟ କରି ରୋହିତ କହିଛନ୍ତି, ମୁମ୍ବାଇକୁ କଣ ହୋଇ ଯାଇଛି? ଏହି ଫଟୋରେ ମୁମ୍ବାଇର ବାୟୁମଣ୍ଡଳ ପ୍ରଦୂଷିତ ହୋଇଥିବାର ଦେଖିବାକୁ ମିଳୁଛି । ଆକାଶପଥରୁ ମୁମ୍ବାଇର କୌଣସି ଦୃଶ୍ୟ ଦେଖିବାକୁ ମିଳୁନାହିଁ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରୋହିତ ଶର୍ମା ।

ତେବେ ଖରାପ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) କାରଣରୁ ଏହି ଦୁଇ ସହରରେ ଅନୁଷ୍ଠିତ ମ୍ୟାଚରେ ବାଣ ଫୁଟାଇବାକୁ ନିଷେଧ କରାଯାଇଛି । ଦିଲ୍ଲୀ ଓ ମୁମ୍ବାଇ ସହରର ବାୟୁ ପ୍ରଦୂଷଣକୁ ନେଇ ବିସିସିଆଇ ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନେଇଛି । ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ୱ ଦେବା ପାଇଁ ବିସିସିଆଇ ଏହି ପଦକ୍ଷେପ ଗ୍ରହଣ କରିଛି ।

ସୂଚନାଯୋଗ୍ୟ, ବମ୍ବେ ହାଇକୋର୍ଡ ମୁମ୍ବାଇରେ ବିଗୁଡିଥିବା ବାୟୁ ଗୁଣବତ୍ତାକୁ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଏହାପରେ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି । ବିସିସିଆଇ ଜୟ ଶାହା ଏହାକୁ ନେଇ ସୂଚନା ଦେଇଛନ୍ତି । ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ, ମଙ୍ଗଳବାର ମୁମ୍ବାଇରେ ସମୁଦାୟ AQI ୧୭୨ ଥିବାବେଳେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ବିପଜ୍ଜନକ ସ୍ତରରେ ୨୬୦ ସ୍ତରରେ ପହଞ୍ଚିଛି ।

Related posts

ବୃଦ୍ଧଙ୍କ ଇଚ୍ଛା ପୂରା କରିଲେ ,ହୃଦୟ ଜିତିଲା ମାହି

Odisha Sports Bureau

ଆଇପିଏଲ ପାଇଁ ଓସିଏ ପକ୍ଷରୁ ଓଡ଼ିଆ ଖେଳାଳିଙ୍କ ନାମ ସୁପାରିଶ କଲା ଓସିଏ

Odisha Sports Bureau

ବାରବାଟୀକୁ ଫେରିବ ଟେଷ୍ଟ ମ୍ୟାଚ!

Odisha Sports Bureau