Cricket

‘ଅରୁଣ ଜେଟଲୀ ଷ୍ଟାଡିୟମ’ରେ ବାଂଲାଦେଶ ଓ ଶ୍ରୀଲଙ୍କା ଟକ୍କର

ନୂଆଦିଲ୍ଲୀ: ଦିଲ୍ଲୀର ‘ଅରୁଣ ଜେଟଲୀ ଷ୍ଟାଡିୟମ’ରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଛି ଟକ୍କର । କିକ୍ରେଟ ବିଶ୍ୱକପ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚରେ ଟସ ଜିତି ବୋଲିଙ୍ଗ କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ । ତେବେ ବ୍ୟାଟିଙ୍ଗ ଯାରି ରଖିଛି ଶ୍ରୀଲଙ୍କା ଦଳ । ତେବେ ସୂଚନା ଅନୁଯାୟୀ ୨୪ ଓଭରରେ ୪ ୱିକେଟ ହରାଇ ୧୩୫ରନ ହାତେଇଛି ଶ୍ରୀଲାଙ୍କା ଦଳ । ଶ୍ରୀଲଙ୍କା ପକ୍ଷରୁ ଓପେନିଙ୍ଗ୍ ଯୋଡ଼ି ଭାବେ ଖେଳୁଥିଲେ ପତୁମ୍ ନିଶଙ୍କ ଓ କୁଶଳ ପେରେରା। ଶରିଫୁଲ୍ ଇସ୍ଲାମ୍ଙ୍କ ବଲ୍ରେ ମାତ୍ର ୧ ରନ୍ କରିଥିବା ପତୁମ୍ ନିଶଙ୍କ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ ।‘ଟସ୍’ ଜିଣିବା ପରେ ବାଂଲାଦେଶ ଟିମ୍ର ଅଧିନାୟକ ଶକିବ୍ ଅଲ୍ ହସନ୍ କହିଛନ୍ତି, ପଡ଼ିଆ ଭଲ ଦିଶୁଥିବାରୁ ଆମେ ଆଗ ଫିଲ୍ଡିଙ୍ଗ୍ କରିବୁ। ଅଭ୍ୟାସ ମ୍ୟାଚ୍ ଖେଳିବା ବେଳେ ବହୁତ କାକର ପଡ଼ିଥିଲା। ଅନେକ ଆଶା ଥିଲା କିନ୍ତୁ, ଆମେ ପରିପୂରଣ କରିପାରିଲୁ ନାହିଁ। ଆଉ ୨ଟି ମ୍ୟାଚ୍ ଖେଳିବୁ। ସେଥିରେ ଭଲ ଖେଳିବୁ ବୋଲି ଆଶା କରୁଛୁ। ଶ୍ରୀଲଙ୍କାର ଅଧିନାୟକ କୁଶଳ ମେଣ୍ଡିସ୍ କହିଛନ୍ତି, ୱିକେଟ୍ ଭଲ ଥିବା ପରି ଜଣାପଡୁଛି। ପ୍ରଥମେ ବ୍ୟାଟିଙ୍ଗ୍ କଲେ କିଛି ଯାଏଆସେ ନାହିଁ। ଏ ପିଚ୍ରେ ଭଲ ରନ୍ ସଂଗ୍ରହ କରିବା ଲାଗି ଚାହୁଁଛୁ। ମନେହୁଏ ୩୦୦ରୁ ଅଧିକ ହେଲେ ଭଲ ହେବ।

Related posts

ଓଡିଶା ଛାଡି ମଧ୍ୟପ୍ରଦେଶରୁ ଖେଳିବେ ରଣଜୀ ଟିମ ଅଧିନାୟକ ଶୁଭ୍ରାଂଶୁ ସେନାପତି

Odisha Sports Bureau

କୋହଲି ଫିଙ୍ଗିଦେଲେ ପିନ୍ଧିଥିବା ହେଲ୍‌ମେଟ୍‌ ଓ ଗ୍ଲୋବ୍ସ

Odisha Sports Bureau

ଆଜିଠାରୁ ଆଇପିଏଲ-୧୨, ମୁହାଁମୁହିଁ ହେବେ ଧୋନି ଓ ବିରାଟ

Odisha Sports Bureau