Cricket

ଆଉ ଗୋଟିଏ ଛକା ମାରି ସିକ୍ସର କିଙ୍ଗ ହେବେ ରୋହିତ ଶର୍ମା

ମୁମ୍ବାଇ : ଆଉ ଗୋଟିଏ ଛକା ମାରି ସିକ୍ସର କିଙ୍ଗ ହେବେ ରୋହିତ ଶର୍ମା | ବିଶ୍ୱକପରେ ଅନେକ ଖେଳାଳି ନିଜ ନିଜର ସ୍ୱତନ୍ତ୍ର ରେକର୍ଡ ଜାହିର କରିଚାଲିଛନ୍ତି । କିନ୍ତୁ ହିଟମ୍ୟାନଙ୍କ ହିଟ ଫର୍ମରେ ରହିଛି ସ୍ୱତନ୍ତ୍ର ରେକର୍ଡ । ତାଙ୍କ ବଷ୍ଫୋରକ ଛକାର ବର୍ଷା ପୁରା ଷ୍ଟାଡିୟମକୁ କରିଦିଏ ଉଷ୍ମ । ଧନାଧନ ରନ୍ ବନାଇ ବିପକ୍ଷ ଟିମକୁ ଚାପରେ ପକାଇବାରେ ମାହିର ରୋହିତ । ତେବେ ରବିବାର ଦକ୍ଷିଣ ଆଫ୍ରକା ବିପକ୍ଷରେ ଥିବା ମ୍ୟାଚରେ ୨ଟି ଛକା ମାରିଛନ୍ତି ରୋହିତ । ଆଉ ଜଦି ଗୋଟିଏ ଛକା ମାରିଦେଇଥାନ୍ତେ ତେବେ ସିକ୍ସର କିଙ୍ଗ ପାଲଟି ଯାଇଥାନ୍ତେ ହିଟ ମ୍ୟାନ । ହଁ ଦକ୍ଷିଣ ଆଫ୍ରିକାର ୩୬୦ କୁହାଯାଉଥିବା ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗି ସେ ହୋଇଥାନ୍ତେ ସିକ୍ସର କିଙ୍ଗ । ତେବେ ଚଳିତ ବିଶ୍ୱକପ୍‌ରେ ରୋହିତ ଡିଭିଲିୟର୍ସଙ୍କ ଏହି ରେକର୍ଡ ଭାଙ୍ଗି ଦେବେ।

ଦିନିକିଆ ଫର୍ମାଟ୍‌ରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକ୍କା ମାରିବାର ରେକର୍ଡ ବର୍ତ୍ତମାନ ଏବି ଡିଭିଲିୟର୍ସଙ୍କ ନାଁରେ ରହିଛି। ସେ ୨୦୧୫ରେ ଦିନିକିଆ ଫର୍ମାଟ୍‌ରେ ସର୍ବାଧିକ ୫୮ ଛକ୍କା ମାରିଛନ୍ତି। ଆଉ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ରୋହିତ ମଧ୍ୟ ୫୮ ଚକ୍କା ରେକର୍ଡର ସମକକ୍ଷ ହୋଇଛନ୍ତି। ଆଗାମୀ ବିଶ୍ୱକପ୍ ମ୍ୟାଚ୍‌ଗୁଡ଼ିକରେ ରୋହିତ ମାତ୍ର ଗୋଟିଏ ଛକ୍କା ମାରିଲେ ତାଙ୍କ ରେକର୍ଡ ଭାଙ୍ଗିବା ସହ ହେବେ ସିକ୍ସକର କିଙ୍ଗ୍। ଗୋଟିଏ ବର୍ଷରେ ସର୍ବାଧିକ ଛକ୍କା ମାରିବାର ରକେର୍ଡ ତାଙ୍କର ନାଁରେ ଲିପିବଦ୍ଧ ହେବ।

ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ରୋହିତ ବିସ୍ପୋରକ ବ୍ୟାଟିଂ କରିଥିଲେ। ପ୍ରଥମେ ୫ ଓଭରରେ ଦଳ ପାଖାପାଖି ୬୦ ରନ୍ କରି ଦେଇଥିଲା। ଆଜି ଟି-୨୦ ଫର୍ମାଟ୍‌ରେ ଖେଳ ପ୍ରଦର୍ଶନ କରିଥିଲେ ରୋହିତ। ସେ ମାତ୍ର ୨୪ ବଲ୍‌ରେ ଧୂଆଁଧାର ୪୬ ରନ୍ କରିଥିଲେ। ଏଥିରେ ୨ଟି ଚକ୍କା ଓ ୬ଟି ଚୌକା ରହିଥିଲା। ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଦକ୍ଷିଣ ଆଫ୍ରିକା ବୋଲିର ମାନେ ଚାପଗ୍ରସ୍ତ ହୋଇଯାଇଥିଲେ। ଏହାପରେ କୋହଲି, ଶ୍ରେୟସ ଆୟର ଓ ରବୀନ୍ଦ୍ର ଜାଡ଼େଜା ସମସ୍ତେ ନିର୍ଦ୍ଧୁମ ପ୍ରହାର କରି ଟିମ୍‌ର ସ୍କୋର୍‌କୁ ୩୨୬ ପର୍ଯ୍ୟନ୍ତ ନେଇଥିଲେ।

Related posts

(ବିସିବି)ର ଆଭିମୁଖ୍ୟକୁ ସମର୍ଥନ କରିଛି ପିସିବି

Odisha Sports Bureau

ମୁଁ କେବଳ ଘରକୁ ଯିବାକୁ ଚାହୁଁଛି… ଆକାଶ ମାର୍ଗ ବନ୍ଦ ଯୋଗୁଁ ଭାରତରେ ଫସି ରହିଛି ୱେଷ୍ଟଇଣ୍ଡିଜ୍ ଦଳ

Odisha Sports Bureau

ଦକ୍ଷିଣ ଆଫ୍ରିକା ଆଗରେ ୨୧୨ ଟାର୍ଗେଟ

Odisha Sports Bureau