Cricket

ଗୋଟିଏ ବର୍ଷରେ ସର୍ବାଧିକ ୩୫୦ରୁ ଅଧିକ ସ୍କୋର, ସର୍ବାଧିକ ଛକା

ନେଦରଲାଣ୍ଡସ ବିପକ୍ଷରେ ବିଜୟ ସହ ଟିମ୍ ଇଣ୍ଡିଆ ଅନେକ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ଚଳିତ ବିଶ୍ୱକପର ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡସ ବିପକ୍ଷରେ ୪୧୦ ରନର ବିଶାଳ ସ୍କୋର କରିଥିଲା ଭାରତୀୟ ଦଳ । ଏହି ମ୍ୟାଚରେ ଭାରତର ଟପ୍ ଅର୍ଡର ବ୍ୟାଟରଙ୍କ ଦମଦାର ବ୍ୟାଟିଂ ଦେଖିଥିଲା ପୂରା ଦେଶ । ରୋହିତ, ଗିଲ, କୋହଲି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଶ୍ରେୟସ ଓ ରାହୁଲ ଶତକୀୟ ପାଳି ଖେଳିଥିଲେ । ନିର୍ଦ୍ଧାରିତ ଓଭରରେ ଭାରତ ୪୧୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହାସହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ୩୫୦ରୁ ଅଧିକ ସ୍କୋର କରିଥିବା ଦଳ ଭାବେ ରେକର୍ଡ କରିଛି ଭାରତ । ୨୦୨୩ କ୍ୟାଲେଣ୍ଡର ବର୍ଷରେ ଭାରତ ୮ ଥର ୩୫୦ରୁ ଅଧିକ ସ୍କୋର କରିବାରେ ସଫଳ ହୋଇଛି । ଏହାପୂର୍ବରୁ ଏହି ରେକର୍ଡ ଇଂଲଣ୍ଡ ନାଁରେ ଥିଲା ।

ସେହିଭଳି ଦିନିକିଆରେ ଭାରତ ୭ମ ଥର ୪୦୦ରୁ ଅଧିକ ସ୍କୋର କରିଛି । ସର୍ବାଧିକ ୪୦୦ରୁ ଅଧିକ ସ୍କୋର କରିବା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ୮ଥର ୪୦୦ରୁ ଅଧିକ ସ୍କୋର କରି ପ୍ରଥମ ସ୍ଥାନରେ ରହିଛି । ଚଳିତ ବର୍ଷ ଟିମ୍ ଇଣ୍ଡିଆ ୩୦ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୨୧୫ଟି ଛକା ମାରିଛି । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ସର୍ବାଧିକ ଛକା ମାରିବାର ରେକର୍ଡ ହାସଲ କରିଛି । ଏହାପୂର୍ବରୁ ୱେଷ୍ଟଇଣ୍ଡିଜ ନାଁରେ ଏହି ରେକର୍ଡ ରହିଥିଲା ।

Related posts

ବାବର ଆଜମଙ୍କ ରାଗିବା ମହଙ୍ଗା ପଡ଼ିଲା, ICC ନେଲା କାର୍ଯ୍ୟାନୁଷ୍ଠାନ, ମିଳିଲା ଦଣ୍ଡ

Odisha Sports Bureau

ନ୍ୟୁଜିଲାଣ୍ଡର ହ୍ୟାଟ୍ରିକ୍ ପରାଜୟ, ସେମି ଦ୍ୱାରଦେଶରେ ଦ. ଆଫ୍ରିକା

Odisha Sports Bureau

ପୂର୍ବତନ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର୍ ବାସିଲ ବାଉଚରଙ୍କ ପରଲୋକ

Odisha Sports Bureau