Cricket

ଭାରତ-ନ୍ୟୁଜିଲାଣ୍ଡ ମେସିଫାଇନାଲ ମ୍ୟାଚ୍ ଦେଖିବାକୁ ଆସିବେ ଡେଭିଡ ବେକହମ

ଭାରତ -ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତାକାଲି ମୁମ୍ବାଇର ୱାଙ୍ଗଡେ ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପର ସେମି ଫାଇନାଲର ମ୍ୟାଚ । ମ୍ୟାଚ ଦେଖିବାକୁ ଇଂଲଣ୍ଡର ପୂର୍ବତନ ଫୁଟବଲ ଡେଭିଡ ବେକହାମ ଆସିବେ । ବେକହମ ୱାଙ୍ଗଡେରେ ସଚିନଙ୍କ ସହବସି ମ୍ୟାଚ ଦେଖିବା ସୂଚନା ରହିଛି ।

ମାଞ୍ଚେଷ୍ଟର ୟୁନାଇଟେଡ ଏବଂ ରିଅଲ ମାଡ୍ରିଡର ପୂର୍ବ ଷ୍ଟାରଙ୍କ ଫ୍ୟାନ୍‌ ଫଲୋଇଂ ଭାରତରେ ବହୁତ ରହିଛି । ତେଣୁ ଓ୍ଵାଙ୍ଖଡେରେ ବସି ମ୍ୟାଚ ଦେଖିବା ଫ୍ୟାନ୍ସଙ୍କ ପାଇଁ ଉତ୍ସାହଭରା ରହିବ । ସେ ୟୁନିସେଫର ଗୁଡଓ୍ଵିଲର ଆମ୍ବାସାଡର ଭାବେ ଓ୍ଵାଙ୍ଖଡେରେ ଉପସ୍ଥିତ ରହିବେ । ତେଣୁ ସଚିନଙ୍କ ସହିତ ଷ୍ଟାଡିୟମରେ ବସି ମ୍ୟାଚର ମଜା ନେବେ ।

ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତାକାଲି ବିଶ୍ୱକପ ସେମିଫାଇନାଲ ମ୍ୟାଚ ଖେଳାଯିବ । ମୁମ୍ବାଇର ଓ୍ଵାଙ୍ଖଡେରେ ଦ୍ୱିପ୍ରହର ୨ଟାରେ ମ୍ୟାଚ୍‌ ଆରମ୍ଭ ହେବ । ଟିମ୍‌ ଇଣ୍ଡିଆ ବିଶ୍ୱକପରେ ଅପରାଜେୟ ରହିଛି । ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ଟିମ୍‌ ଭାରତକୁ ଅନେକ ମ୍ୟାଚରେ ହରାଇଛି । ତେଣୁ ସେମିଫାଇନାଲ ମ୍ୟାଚ୍‌ରେ କଡ଼ା ଟକ୍କର ହେବ ।

Related posts

ଦିନିକିଆ ମ୍ୟାଚରେ ରୋହତ ଶର୍ମା ଆହତ

Odisha Sports Bureau

ତୃତୀୟ ମ୍ୟାଚ ହାରିବା ସତ୍ତେ୍ୱ ଇଣ୍ଡିଜ ନାଁରେ ସିରିଜ

Odisha Sports Bureau

ଓଡିଶା ଛାଡି ମଧ୍ୟପ୍ରଦେଶରୁ ଖେଳିବେ ରଣଜୀ ଟିମ ଅଧିନାୟକ ଶୁଭ୍ରାଂଶୁ ସେନାପତି

Odisha Sports Bureau