Football

ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ଭାରତର ବିଜୟ

ଫିଫା ବିଶ୍ୱକପ  ୨୦୨୬ ଏସୀୟ ଯୋଗ୍ୟତା ପର୍ଯ୍ୟାୟରେ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗୁରୁବାର ରାତିରେ କୁଏତ ସିଟିରେ ଅନୁଷ୍ଠିତ ଦ୍ବିତୀୟ ରାଉଣ୍ଡ୍‌ ପ୍ରଥମ ମ୍ୟାଚ୍‌ରେ ଘରୋଇ କୁଏତକୁ ୧-୦ ଗୋଲ୍‌ରେ ପରାସ୍ତ କରିଛି ସୁନିଲ ଛେତ୍ରୀଙ୍କ ଦଳ। ଭାରତ ପାଇଁ ଏକମାତ୍ର ଗୋଲ୍‌ ମାନବୀର ସିଂହ ୭୫ତମ ମିନିଟ୍‌ରେ ସ୍କୋର୍‌ କରିଥିଲେ। ଦ୍ବିତୀୟାର୍ଦ୍ଧର ଶେଷ ସମୟ ତଥା ୯୪ତମ ମିନିଟ୍‌ରେ ଫଜଲ ଜୈଦ ଅଲ୍ ହର୍ବିଙ୍କୁ ଲାଲ୍ କାର୍ଡ ଦିଆଯାଇଥିଲା। ଭାରତୀୟ ଦଳ ପୂରା ପଏଣ୍ଟରୁ ଅଭିଯାନ ଆରମ୍ଭ କରିଥିବାବେଳେ ପରବର୍ତୀ ମ୍ୟାଚ୍‌ ମଙ୍ଗଳବାର ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ କତର ବିପକ୍ଷରେ ଖେଳିବ।

Related posts

୫ରୁ ଭୁବନେଶ୍ୱରରେ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା

Odisha Sports Bureau

Viral Content : ଦେଢ଼ ଘଣ୍ଟାରେ ୧ ମିଲିୟନ ଏବଂ ୧୨ ଘଣ୍ଟା ମଧ୍ୟରେ ୟୁଟ୍ୟୁବ ଗୋଲଡେନ ବଟନ

Odisha Sports Bureau

ସନ୍ତୋଷ ଟ୍ରଫିରେ ଦିଲ୍ଲୀର ଦୁଇ ଶ୍ରେଷ୍ଠ ଫୁଟବଲର

Odisha Sports Bureau