More Sports

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତା ଶୁଭାରମ୍ଭ

ଭୁବନେଶ୍ୱର : ଓଡ଼ିଶାର ଯୁବପିଢ଼ି ମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ଵାରା ନିଆଯାଇଥିବା  “ନୂଆ -ଓ” କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି I

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟସରକାରଙ୍କ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ସ୍ୱରୂପ ମହାବିଦ୍ୟାଳୟ ପକ୍ଷରୁ ଚଳିତ ନଭେମ୍ବର ୧୫ରୁ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେଉଛି I

ଏହି କ୍ରମରେ ଆଜି ମହାବିଦ୍ୟାଳୟ ପରିସରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି I ଆରମ୍ଭ ହୋଇଥିବା ଇନଡୋର ପର୍ଯ୍ୟାୟରେ କ୍ୟାରମ, ବ୍ୟାଡ଼ମିଣ୍ଟନ, ଲୁଡୁ ଆଦି ଖେଳ ରହିଥିବା ବେଳେ  ଆଉଟଡୋରରେ କବାଡି, ଖୋ ଖୋ ଅନୁଷ୍ଠିତ ହେବ I ହକି ଖେଳକୁ ଅଧିକ ଗୁରୁତ୍ୱ ଦେବା ସହ ଆଗକୁ କିପରି ଭାବେ ଏହି ଖେଳ ପ୍ରତି ଯୁବପିଢ଼ି ଆକର୍ଷିତ ହେବେ ସେଥିନେଇ ମହାବିଦ୍ୟାଳୟ ପକ୍ଷରୁ ପଦକ୍ଷପ ନିଆଯିବ I

Related posts

ରାଷ୍ଟ୍ରିୟ ସ୍ନୁକର ଚମ୍ପିଆନଶିପ୍ ଜିତିଲେ ଆଦିତ୍ୟ

Odisha Sports Bureau

ଆମେରିକାରେ ଡେବ୍ୟୁ କରିବେ ବିଜେନ୍ଦର

ଅନୁରାଧା ହେଲେ ଏଆଇପିଏସଏସପିବିର ଜାତୀୟ କ୍ରୀଡ଼ା ସଂଯୋଜକ

Odisha Sports Bureau